ଚୀନ୍ ଅରୁଣାଚଳ ପ୍ରଦେଶରୁ ନିଖୋଜ ହୋଇଥିବା ସମସ୍ତ ପାଞ୍ଚ ଜଣ ଯୁବକଙ୍କୁ ଭାରତ ହସ୍ତାନ୍ତର କରିଛି
ସେନା ସହ ଜଡିତ ସୂତ୍ର ଅନୁଯାୟୀ ଅରୁଣାଚଳ ପ୍ରଦେଶରୁ (Arunachal pradesh) ନିଖୋଜ ହୋଇଯାଇଥିବା ସମସ୍ତ ପାଞ୍ଚଜଣ ଯୁବକ ପାଖାପାଖି ଏକ ଘଣ୍ଟା ପାଦରେ ଚାଲି କିବିଥୁ ସୀମା ପୋଷ୍ଟରେ ପହଞ୍ଚିବେ ।

ଅରୁଣାଚଳ ପ୍ରଦେଶରୁ ନିଖୋଜ ହୋଇଯାଇଥିବା ସମସ୍ତ ପାଞ୍ଚଜଣ ଯୁବକ ପାଖାପାଖି ଏକ ଘଣ୍ଟା ପାଦରେ ଚାଲି କିବିଥୁ ସୀମା ପୋଷ୍ଟରେ ପହଞ୍ଚିବେ
- News18 Odia
- Last Updated: September 12, 2020, 3:49 PM IST
ନୂଆ ଦିଲ୍ଲୀ: ଚୀନ୍ର ପିପୁଲ୍ସ ଲିବରେସନ୍ ଆର୍ମି (PLA) ଅରୁଣାଚଳ ପ୍ରଦେଶରୁ ନିଖୋଜ ଥିବା ସମସ୍ତ ଯୁବକଙ୍କୁ ଭାରତ ହସ୍ତାନ୍ତର କରିଛି । ଭାରତୀୟ ସେନା ସହ ଜଡିତ ସୂତ୍ର ଅନୁଯାୟୀ ସମସ୍ତ ଯୁବକଙ୍କୁ ଆଜି ସକାଳେ ଚୀନ୍ରୁ ଭାରତ ପଠାଯାଇଛି । ଖବର ଅନୁସାରେ ଏହି ଯୁବକମାନେ ଭାରତ ସୀମାରେ ପ୍ରବେଶ କରିବାକୁ ଏକ ଘଣ୍ଟା ସମୟ ଲାଗିପାରେ ।
#HarKaDeshKeNaam#WeCare #ArunachalPradesh
Good news #India...
By persistent efforts of #IndianArmy, 5 hunters of #UpperSubansiri, who crossed over #LAC on 2 Sept, will finally return on 12 Sept. #PLA will hand them over to #India in #Damai #China at 0930hrs morning. #LohitValley pic.twitter.com/FtyRaFLVXl
— PRO Defence Tezpur (Assam/Arunachal Pradesh) (@ProAssam) September 11, 2020
ସୂଚନାଯୋଗ୍ୟ ଯେ ପୂର୍ବ ଲଦାଖରେ ଭାରତ ଓ ଚୀନ୍ ମଧ୍ୟରେ ଦୀର୍ଘ ଦିନ ଧରି ସୀମା ବିବାଦ ଲାଗି ରହିଛି । ଜିଲ୍ଲାର ନାଚୋ ଅଞ୍ଚଳର ଗ୍ରାମାଞ୍ଚଳର ଯୁବକମାନେ ସେପ୍ଟେମ୍ବର ୨ତାରିଖରେ ଜଙ୍ଗଲକୁ ଶିକାର କରିବାକୁ ଯାଇଥିଲେ, ଯାହାଙ୍କୁ ସେରା -୭ ଚୀନ୍ ସୈନିକ ମାନେ ନେଇ ଯାଇଥିଲେ ବୋଲି କୁହାଯାଏ । ସେରା -୭ ହେଉଛି ନାଚୋ ଠାରୁ ୧୨ କିଲୋମିଟର ଉତ୍ତରରେ ଅବସ୍ଥିତ ଏକ ସେନା ପାଟ୍ରୋଲିଂ କ୍ଷେତ୍ର । ପାଣ୍ଡେ କହିଛନ୍ତି ଅରୁଣାଚଳ ପ୍ରଦେଶ ଏହାର ସମୃଦ୍ଧ ପ୍ରାକୃତିକ ଐତିହ ପାଇଁ ଜଣାଶୁଣା । ଏଠାକାର ଲୋକମାନେ ଦୁଃସାହସିକ ସନ୍ଧାନ, ଔଷଧ ଖୋଜିବା ଓ ଶିକାର କରିବା ପାଇଁ ଜଙ୍ଗଲକୁ ଯାଆନ୍ତି ଏବଂ ଅନେକ ସପ୍ତାହ ଧରି ଜଙ୍ଗଲର ଦୁର୍ଗମ ଅଞ୍ଚଳରେ ବାସ କରନ୍ତି ।ଏହି ସମୟ ମଧ୍ୟରେ ସେମାନେ ପ୍ରାୟତଃ ଅଜାଣତରେ ପ୍ରକୃତ ନିୟନ୍ତ୍ରଣ ଲାଇନର (LAC) ଅନ୍ୟ ପାର୍ଶ୍ୱକୁ ଚାଲି ଯାଆନ୍ତି ।
ଅପହରଣ ହୋଇଥିବା ପରିବାର ଲୋକଙ୍କ କହିବା ଅନୁଯାୟୀ ଏହି ଘଟଣା ଶୁକ୍ରବାର ଦିନ ଜିଲ୍ଲାର ନାଚୋ ଅଞ୍ଚଳରେ ଏହି ଘଟିଥିଲା । ନିଖୋଜ ଲୋକଙ୍କ ସହ ଯାଇଥିବା ଦୁଇଜଣ ବ୍ୟକ୍ତି କୌଣସି ପ୍ରକାରେ ଖସି ଆସିବାରେ ସଫଳ ହୋଇଥିଲେ ଓ ସେମାନେ ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଅଧୀକ୍ଷକ ତରୁ ଗୁସର କହିଛନ୍ତି, ''ମୁଁ ନାଚୋ ପୋଲିସ ଷ୍ଟେସନର ଥାନା ଅଧିକାରୀଙ୍କୁ ସେହି ଅଞ୍ଚଳରେ ତଥ୍ୟଗୁଡିକୁ ଯାଞ୍ଚ କରିବାକୁ ପଠାଇଛି ଓ ତୁରନ୍ତ ରିପୋର୍ଟ ଦେବାକୁ କହିଛି । ଚୀନ୍ ସୈନ୍ୟବାହିନୀ ଦ୍ୱାରା ଅପହରଣ ହୋଇଥିବା କଥିତ ଭାବେ ଅଭିଯୋଗ ହୋଇଥିଲା । ସେମାନଙ୍କ ମଧ୍ୟରୁ ତୋଚ୍ ସିଙ୍ଗକମ୍, ପ୍ରସାତ ରେଗଲିଙ୍ଗ୍, ଡୋଙ୍ଗ୍ତୁ ଇବିୟା, ତନୁ ବାକର ଓ ନାଗାରୁ ଦିରି ଓ ଏହି ସମସ୍ତ ପାଞ୍ଚଜଣ ତାଗିନ୍ ସମ୍ପ୍ରଦାୟର ଅଟନ୍ତି ।