ଚୀନ୍‌ର ଚାଲ୍‌ବାଜି ଜାରି ଅଛି; ଲଦ୍ଦାଖରେ LAC ଉପରେ ନିଜ ସୈନିକମାନଙ୍କୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଦେଲା

China PLA Weapons Rocket Launcher: ଗତ ଗୋଟିଏ ବର୍ଷ ମଧ୍ୟରେ ଚୀନ୍ ଭାରତୀୟ ସେନାର ଶକ୍ତିରୁ ଶିକ୍ଷା ଗ୍ରହଣ କରି ତାକୁ ଜବାବ ଦେବା ପାଇଁ ବିଭିନ୍ନ ଉପାୟ ବାହାର କରିଛି । LAC ନିକଟରେ ଚୀନ୍ ସେନାର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ମୁତୟନର ପୂରା ବିବରଣୀ ଭାରତ ପାଖରେ ପହଞ୍ଚିଛି ।

ଚୀନ୍‌ର ଚାଲ୍‌ବାଜି ଜାରି ଅଛି; ଲଦ୍ଦାଖରେ LAC ଉପରେ ନିଜ ସୈନିକମାନଙ୍କୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଦେଲା
ପୂ୍ର୍ବ ଲଦ୍ଦାଖରେ ଚୀନ୍ ସୈନିକମାନଙ୍କର ଏକ ଫାଇଲ୍ ଫଟୋ
  • News18 Odia
  • Last Updated: June 12, 2021, 11:29 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଗତ ବର୍ଷେ ଧରି ଲଦ୍ଦାଖରେ ଭାରତ ଓ ଚୀନ୍ ମଧ୍ୟରେ ବିବାଦ ଜାରି ରହିଛି । ଟେନସନ୍ କମ୍ ହୋଇଥାଇପାରେ, କିନ୍ତୁ ଗତ ବର୍ଷକ ମଧ୍ୟରେ ଚୀନ୍ ନିଶ୍ଚିତ ଭାବରେ ଭାରତର ଶକ୍ତିର ଆଭାସ ପାଇସାରିଛି । ତେଣୁ ଏବେ ସେ LACରେ ପୋଷ୍ଟ ହୋଇଥିବା ସୈନିକମାନଙ୍କୁ ନୂଆ ଅସ୍ତ୍ରଶସ୍ତ୍ରରେ ସଜାଇଛି । ଗତ ବର୍ଷ ଗ୍ରୀଷ୍ମ ଋତୁରେ ପୂର୍ବ ଲଦାଖରେ (eastern Ladakh) ଯେଉଁ ବିବାଦ ଆରମ୍ଭ ହୋଇଥିଲା ତାହା ଏବେ ବି ଜାରି ରହିଛି ।

ପୂର୍ବରୁ ଶୀତ ଋତୁରେ ଭୀଷଣ ଥଣ୍ଡା ଯୋଗୁଁ ଚୀନର ସୈନିକମାନେ (China soldiers) ପାଟ୍ରୋଲିଂ କରିବା ତ ଦୂରର କଥା, ନିଜ ବଙ୍କରରୁ ବି ବାହାରିପାରୁ ନ ଥିଲେ । ହେଲେ ସେମାନେ ଗତ ବର୍ଷ ପୂରା ଶୀତଦିନରେ LACରେ ବସିରହିଥିଲେ । ଏହି ଗୋଟିଏ ବର୍ଷ ମଧ୍ୟରେ ଚୀନ୍ ଭାରତୀୟ ସେନାର (Indian Army) ଶକ୍ତିରୁ ଶିକ୍ଷା ଗ୍ରହଣ କରି ତାକୁ ଜବାବ ଦେବା ପାଇଁ ଉପାୟ ବାହାର କରିଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ହସପିଟାଲରେ ଅକ୍ସିଜେନ୍ ବନ୍ଦ କରି ଦେଖିଲେ କେତେ ରୋଗୀ ମରିବେ; ମିନିଟରେ ମଲେ ୨୨ – VIDEO

ସୂତ୍ରଙ୍କ ଅନୁସାରେ ଭାରତୀୟ ସେନାର ଆର୍ଟିଲେରିରେ ସାମିଲ୍‌ ହୋଇଥିବା ମଲ୍ଟି-ବ୍ୟାରେଲ୍ ରକେଟ୍ ଲଞ୍ଚର୍ BM-21 ଗ୍ରେଡ୍ LACରେ ବ୍ୟବହାର ପାଇଁ ରଖାଯିବା ପରେ ଚୀନ୍ ବି ପୂର୍ବ ଲଦ୍ଦାଖରେ (Ladakh) ମଲ୍ଟି-ବ୍ୟାରେଲ୍ ରକେଟ୍ ଲଞ୍ଚର୍ PHL-11 (୧୨୨ ମି.ମି.) ନିୟୋଜିତ କରିଛି । ଏହା ଏକ ସମୟରେ ୪୦ଟି ରକେଟ୍ ଛାଡ଼ିପାରେ । ନିକଟରେ ଏହାର ଅଭ୍ୟାସ ଚୀନ୍‌ ତିବ୍ଦତ ସ୍ୱୟଂଶାସିତ ଅଞ୍ଚଳରେ କରିସାରିଛି । ଏହି ଲଞ୍ଚରରେ ୧୨୨ ମିଲିମିଟରର ରକେଟ୍ ଲାଗିଛି । ଏହା ଏକ ସ୍ୱୟଂଚାଳିତ ରକେଟ୍ ଲଞ୍ଚର୍ । ଏହାକୁ ଚୀନ୍ ସେନାର (Chinese Army) ମେରୁଦଣ୍ଡ ଭାବରେ ଦେଖାଯାଏ ।

ଲଦ୍ଦାଖ ଅଞ୍ଚଳର ଏକ ଆକାଶୀୟ ଛବି


କେବଳ ଏତିକି ନୁହେଁ, ଚୀନ୍‌ ଏବେ ପୂ୍ର୍ବ ଲଦାଖରେ ବ୍ୟବହୃତ ହେଉଥିବା ଆର୍ମୋର୍ଡ ଟାଇପ୍ ୬୩ ଆର୍ମୋର୍ଡ ପର୍ସନ୍‌ କ୍ୟାରିଅରକୁ ନୂଆ ZBL-09 ରେ ବଦଳାଇବାକୁ ଯାଉଛି । ଏହାକୁ ତୁଷାର ଚିତାବାଘ ବି କୁହାଯାଏ । ଏହି ସଶସ୍ତ୍ର ଯାନରେ ତିନି ଜଣ କୃ (3 crew) ଓ ସାତରୁ ୧୦ ଜଣ ସୈନିକ ବସିବାର କ୍ଷମତା ଅଛି । ଏହି ଯାନର ପଛ କବାଟ ଅଛି, ଆଉ ଯଦି ଆପଣ ଜରୁରୀକାଳୀନ ପରିସ୍ଥିତିରେ ଏଥିରୁ ବାହାରିଯିବାକୁ ଚାହାଁନ୍ତି, ତେବେ ଏହି ଗାଡି଼ର ଉପର ପଟୁ ବାହାରକୁ ଯାଇହେବ । ଏହି ଗାଡି ଭିତରେ ବସିଥିବା ସୈନିକମାନଙ୍କ ପାଇଁ ଏକ ଫାୟାରିଂ ଗର୍ତ୍ତ (firing pit) ମଧ୍ୟ ଅଛି, ଯେଉଁଠାରୁ ଗୁଳି ମଧ୍ୟ ଚଳାଯାଇପାରେ । ଏହି ଯାନର ମୁଖ୍ୟ ବନ୍ଧୁକ ୩୦ ମିମି ହୋଇଥିବା ବେଳେ ଏଥିରେ ୭.୬୨ ମିଲିମିଟର ବନ୍ଧୁକ ବି ଲଗାଯାଇଛି । ଏହି ଯୁଦ୍ଧ ଯାନରେ ଦୁଇଟି ଆଣ୍ଟି ଟ୍ୟାଙ୍କ୍‌ ଗାଇଡେଡ୍ କ୍ଷେପଣାସ୍ତ୍ର ବି ଲାଗିଛି ।

ଏହା ବି ପଢ଼ନ୍ତୁ | ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି COVID ପଜିଟିଭ୍ ହୋଇ ହସପିଟାଲରେ ଭର୍ତ୍ତି ହେଲେ

ଏଥି ସହିତ ଲଦାଖର ଦୁର୍ଗମ ଅଞ୍ଚଳରେ ସେନାର ଯନ୍ତ୍ରପାତି ଓ ଗୁଳିଗୁଳାକୁ ନେବା ଆଣିବା କରିବା ପାଇଁ ଚୀନ୍ ସେନା ଏକ ସ୍ୱତନ୍ତ୍ର ଅଲ-ଟେରେନ୍ ଯାନ ବି ସେଠାରେ ରଖିଛି, ଯାହା ସବୁ ଋତୁରେ କାମ କରିପାରିବ । ଦୀର୍ଘ ଦୂରଗାମୀ ଲଜିଷ୍ଟିକ୍ ସପୋର୍ଟ ମିଶନ୍ ପାଇଁ ଏହି ଗାଡ଼ି ସମ୍ପୂର୍ଣ୍ଣ ଫିଟ୍ । ଏହା ସହଜରେ ୫,୦୦୦ ମିଟର ଅର୍ଥାତ୍ ୧୬,୦୦୦ ଫୁଟ ଉଚ୍ଚତାରେ କାମ କରିପାରିବ । ଏହା ପ୍ଲାଟୁ ପାଇଁ ସ୍ୱତନ୍ତ୍ର ଭାବେ ଡିଜାଇନ୍ ହୋଇଛି ଓ ଏହା ଏକ ସମୟରେ ୧.୫ ଟନ୍ ସାମଗ୍ରୀ ନେଇପାରିବ । ଏହି ଗାଡି଼ ୩୫ ଡିଗ୍ରୀ କୋଣର ଉଚ୍ଚତାରେ ବି ସହଜରେ ଚାଲିପାରିବ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ରାୟଗଡ଼ାରେ ଜଣେ ଯୁବତୀକୁ ଦୁଇ ଯୁବକ ପ୍ରେମ କଲେ; ଈର୍ଷାରେ ଜଣେ ଅନ୍ୟକୁ ହତ୍ୟା କରି ପୋତିଦେଲା

ଚୀନ୍ ଗତ କିଛି ସମୟ ଧରି ଖୁବ୍‌ ଉଚ୍ଚତା ବିଶିଷ୍ଟ ଅଞ୍ଚଳରେ ହେଲିକପ୍ଟର ପରିଚାଳନା ଉପରେ ବିଶେଷ ଧ୍ୟାନ ଦେଇଆସୁଥିବା ଦେଖାଯାଉଛି । ଚୀନ୍‌ ନିଜର Z-10 ଆଟାକ୍ ହେଲିକପ୍ଟର ଓ Z-20 ଟ୍ୟାକ୍ଟିକାଲ୍ ୟୁଟିଲିଟି ହେଲିକପ୍ଟର ତିଆରି କରି ତିବ୍ଦତରେ ନିୟୋଜିତ କରିଛି । ନିକଟରେ ଚୀନ୍ ରାତ୍ରି ଅପରେସନ୍ ପାଇଁ Z-20ର କସରତ ବି ଆରମ୍ଭ କରିଛି, କିନ୍ତୁ ଏହା ଉଚ୍ଚ ଅଞ୍ଚଳରେ ସେତେଟା ପ୍ରଭାବଶାଳୀ ପ୍ରମାଣିତ ହୋଇ ନ ଥିବାରୁ ଚୀନ୍‌ ରୁଷିଆରୁ ତିନି ପ୍ରକାରର MI ହେଲିକପ୍ଟର କିଣିଛି । ସମୁଦାୟ ୫୦୦ଟି MI ହେଲିକପ୍ଟର୍‌ ମଧ୍ୟରେ MI-171E, MI-171SH ଓ MI-171LT ଅଛି । ସେଥିରୁ ୧୪୦ଟି ଏ ପର୍ଯ୍ୟନ୍ତ ଚୀନକୁ ମିଳିସାରିଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ବାରିପଦା COVID ହସ୍ପିଟାଲରେ ଉଲଗ୍ନ ହୋଇ ପଡ଼ିଛନ୍ତି ରୋଗୀ; କେହି ଶୌଚାଳୟରେ କେହି କରିଡରରେ ପଡ଼ିଛି

ଭାରତୀୟ ସେନାର ଟ୍ୟାଙ୍କ୍‌ ସହିତ ମୁକାବିଲା କରିବାକୁ ଚୀନ୍ ତିବ୍ଦତରେ ବହୁ ସଂଖ୍ୟାରେ ହାଲୁକା ଟାଙ୍କ୍‌ ବି ନିୟୋଜିତ କରିଛି । ପ୍ଲାଟୁ ଅଞ୍ଚଳରେ ଦ୍ରୁତ ଯୁଦ୍ଧ ପାଇଁ ଏହି 15-T ହାଲୁକା ଟ୍ୟାଙ୍କ୍ ଡିଜାଇନ୍ କରାଯାଇଛି, କିନ୍ତୁ ଏହା ଭାରତୀୟ ସେନାର T-90 ଓ T-72 ଟ୍ୟାଙ୍କ୍‌ ସହିତ ପ୍ରତିଦ୍ୱନ୍ଦ୍ୱିତା କରିପାରିବ ନାହିଁ । ଚୀନ୍‌ ଟ୍ୟାଙ୍କର ପରିସର ପ୍ରାୟ ୩ କିଲୋମିଟର ଓ ଏହା ହାଲୁକା ହୋଇଥିବାରୁ ସହଜରେ ତିବ୍ଦତ ଅଞ୍ଚଳରେ ଗତି କରିପାରିବ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ସୁବର୍ଣ୍ଣପୁର: ୧୦ ମାସର ପୁଅ ମରିଯିବାର ଦିନ ପରେ ବି ଗୁଣିଆ କଥାରେ ପଡ଼ି ଘରେ ରଖିଥିଲେ ବାପା-ମା

ବିଗତ ବର୍ଷଗୁଡିକରେ ଚୀନ୍ PCL 181 ଟ୍ରକ୍‌-ମାଉଣ୍ଟେଡ୍‌ ୧୫୫ ମିଲିମିଟର ସ୍ୱୟଂଚାଳିତ ହାୱାଇଜର୍‌ ବି ଲଦାଖରେ ନିୟୋଜିତ କରିଛି । ୨୦୧୯ ମସିହାରେ ଏହାକୁ ଚୀନ୍ ସେନାରେ ସାମିଲ୍‌ କରାଯାଇଥିଲା । ଚୀନ୍ ଦାବି କରିଛି ଯେ ଏହି ତୋପରୁ ୪୦ କିଲୋମିଟର ପର୍ଯ୍ୟନ୍ତ ନିଆଁ ଗୋଳା ଫିଙ୍ଗାଯାଇପାରିବ ।

ଏହା ବି ପଢ଼ନ୍ତୁ | କୋଭିଡ୍ କଟକଣାକୁ ଫୁ କରି ସୁକିନ୍ଦା ତଦସିଲଦାର୍ନାଚିଲେ ନାଗୁଣୀ ନାଚ; ପୋଲିସ୍ମାମଲା ରୁଜୁ କଲା

କେବଳ ଏତିକି ନୁହେଁ, ତିବ୍ଦତ ମିଲିଟାରୀ କମାଣ୍ଡରେ (Tibet Military Command) ତୃତୀୟ ପୀଢ଼ିର ଆସଲଟ୍ ଭେହିକିଲ୍ ଡୋଙ୍ଗଫେଙ୍ଗ ମେଙ୍ଗସି ବି ନିୟୋଜିତ କରିଛି ଚୀନ୍‌ । ଏହା ଏକ ଅଫ୍‌-ରୋଡ଼ ଟ୍ୟାକ୍ଟିକାଲ୍‌ ସଶସ୍ତ୍ର ଯାନ ଯାହାକୁ ଚୀନ୍‌ ସେନାର ସୀମା ସୁରକ୍ଷା ସୈନ୍ୟମାନେ ବ୍ୟବହାର କରୁଛନ୍ତି । ନିକଟରେ ଏହି ଆକ୍ରମଣକାରୀ ଯାନଗୁଡିକ ସିଞ୍ଜିଆନ୍ ମିଲିଟାରୀ ଅଞ୍ଚଳରେ ବି ନିୟୋଜିତ କରାଯାଇଛି ।



LAC ନିକଟରେ ଚୀନର ଆଣ୍ଟି-ଏୟାରକ୍ରାଫ୍ଟ ରେଜିମେଣ୍ଟ HQ-17କୁ ଭୂପୃଷ୍ଠରୁ ବାୟୁକୁ ଯାଉଥିବା କ୍ଷେପଣାସ୍ତ୍ର ଦିଆଯାଇଛି, ଯାହା ୧୨ କିଲୋମିଟର ଦୂରରୁ ଯେକୌଣସି ବାୟୁ ଲକ୍ଷ୍ୟକୁ (aerial target) ଛୁଇଁପାରିବ । ଚୀନ୍‌ ସେନା ନିଜ ବାୟୁ ଶକ୍ତି ବୃଦ୍ଧି କରିବା ପାଇଁ ୩୦୦ରୁ ୩୫୦ଟି ପୁରୁଣା J-7 ଯୁଦ୍ଧବିମାନର ପୂରା ଦଳକୁ ଚତୁର୍ଥ ତଥା ପଞ୍ଚମ ପୀଢ଼ିର J-16 ଓ J-20ରେ ବଦଳାଇଛି । ଏଗୁଡ଼ିକ ତିବ୍ଦତ ସ୍ୱୟଂଶାସିତ ଅଞ୍ଚଳରେ ମୁତୟନ ହୋଇଛି । ତେବେ ଚୀନ୍ ଯେତେ ଚେଷ୍ଟା କଲେ ମଧ୍ୟ ଭାରତୀୟ ସେନା ସାମ୍ନାରେ ଏତେ ଉଚ୍ଚ ଅଞ୍ଚଳରେ ଲଢ଼େଇ କରିବା ତା’ ପାଇଁ ସହଜ ହେବ ନାହିଁ ।
Published by: Anand ST Das
First published: June 9, 2021, 7:56 PM IST