ଗାନ୍ଧି ପରିବାର ପାଇଁ ବଢିଲା ସମସ୍ୟା; ୩ ଟ୍ରଷ୍ଟର ଯାଞ୍ଚ ପାଇଁ ଅନ୍ତଃ-ମନ୍ତ୍ରାଳୟସ୍ତରୀୟ କମିଟି ଗଠିତ ହେଲା

ସୋନିଆ ଗାନ୍ଧିଙ୍କ ନେତୃତ୍ୱରେ ୨୦୦୫ରୁ ୨୦୦୯ ମଧ୍ୟରେ ରାଜୀବ ଗାନ୍ଧି ଫାଉଣ୍ଡେସନ ଦ୍ୱାରା ଚୀନରୁ ଦାନ ଗ୍ରହଣ କରାଯାଇଥିଲା ବୋଲି ବିଜେପି ସଭାପତି ଜେପି ନଡ୍ଡା ଗତ ମାସ ଅଭିଯୋଗ କରିଥିଲେ।

ଗାନ୍ଧି ପରିବାର ପାଇଁ ବଢିଲା ସମସ୍ୟା; ୩ ଟ୍ରଷ୍ଟର ଯାଞ୍ଚ ପାଇଁ ଅନ୍ତଃ-ମନ୍ତ୍ରାଳୟସ୍ତରୀୟ କମିଟି ଗଠିତ ହେଲା
ରାଜୀବ ଗାନ୍ଧି ଫାଉଣ୍ଡେସନ ଜୁନ୍ ୧୯୯୧ରେ ସ୍ଥାପିତ ହୋଇଥିଲା ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଗାନ୍ଧି ପରିବାର ସହ ଜଡ଼ିତ ଥିବା ତିନୋଟି ଟ୍ରଷ୍ଟ ଦ୍ବାରା ନିୟମ ଉଲ୍ଲଙ୍ଘନ ହୋଇଥିବା ଘଟଣାର ତଦନ୍ତରେ ସମନ୍ବୟ ରକ୍ଷା କରିବା ପାଇଁ ଗୃହ ମନ୍ତ୍ରଣାଳୟ ଏକ ଅନ୍ତଃ-ମନ୍ତ୍ରାଳୟସ୍ତରୀୟ କମିଟି ଗଠନ କରିଛି । ରାଜୀବ ଗାନ୍ଧି ଫାଉଣ୍ଡେସନ, ରାଜୀବ ଗାନ୍ଧି ଚ୍ୟାରିଟେବ୍ଲ ଟ୍ରଷ୍ଟ ଓ ଇନ୍ଦିରା ଗାନ୍ଧି ମେମୋରିଆଲ ଟ୍ରଷ୍ଟ ଦ୍ବାରା ଆଇନଗତ ବ୍ୟବସ୍ଥାର ଉଲ୍ଲଙ୍ଘନ ହୋଇଇଥିବା ଅଭିଯୋଗ ଉପରେ ଯାଞ୍ଚ କରାଯିବ ବୋଲି ବୁଧବାର କେନ୍ଦ୍ର ସରକାର କହିଛନ୍ତି ।

ରାଜୀବ ଗାନ୍ଧି ଫାଉଣ୍ଡେସନ, ରାଜୀବ ଗାନ୍ଧି ଚାରିଟେବୁଲ ଟ୍ରଷ୍ଟ ଓ ଇନ୍ଦିରା ଗାନ୍ଧି ମେମୋରିଆଲ ଟ୍ରଷ୍ଟ ଦ୍ୱାରା ପି.ଏମ୍.ଏଲ୍.ଏ., ଆୟକର ଅଧିନିୟମ ଓ ଏଫସିଆରଏ ଇତ୍ୟାଦିର ବିଭିନ୍ନ ଆଇନଗତ ବ୍ୟବସ୍ଥାର ଉଲ୍ଲଙ୍ଘନ ଘଟଣାର ତଦନ୍ତ କରିବାକୁ ଗୃହ ମନ୍ତ୍ରଣାଳୟ ଏହି ଅନ୍ତଃ-ମନ୍ତ୍ରାଳୟସ୍ତରୀୟ କମିଟି ଗଠନ କରିଛି ବୋଲି ଗୃହ ମନ୍ତ୍ରଣାାଳୟ ମୁଖପାତ୍ରଙ୍କ ତରଫରୁ ଟୁଇଟ୍ କରି ସୂଚନା ଦିଆଯାଇଛି । ଏନଫୋର୍ସମେଣ୍ଟ୍‌ ଡାଇରେକ୍ଟୋରେଟର (ED) ସ୍ୱତନ୍ତ୍ର ନିର୍ଦ୍ଦେଶକ ଏହି କମିଟିର ମୁଖ୍ୟ ରହିବେ ।

ଅର୍ଥ ହେରଫେର, ଆୟକର ଦାଖଲ ତଥା ରାଜୀବ ଗାନ୍ଧି ଫାଉଣ୍ଡେସନ୍, ରାଜୀବ ଗାନ୍ଧି ଚାରିଟେବୁଲ୍ ଟ୍ରଷ୍ଟ ଓ ଇନ୍ଦିରା ଗାନ୍ଧି ମେମୋରିଆଲ୍ ଟ୍ରଷ୍ଟ ଦ୍ୱାରା ଦାନ କିମ୍ବା ଅବଦାନ ଭାବରେ ବିଦେଶୀ ଦେଶରୁ ମିଳିଥିବା ଅର୍ଥ ଉପରେ ଏହି ଅନୁସନ୍ଧାନ କରାଯିବ ବୋଲି ସୂତ୍ରରୁ ପ୍ରକାଶ।

ଗାନ୍ଧି ପରିବାରର ଏହି ସଂସ୍ଥାଗୁଡ଼ିକ ବିରୋଧରେ ବିଜେପି ସଭାପତି ଜେପି ନଡ୍ଡା ଅଭିଯୋଗ କରିଥିଲେ ।


ମିଳିଥିବା ସୂଚନା ଅନୁଯାୟୀ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଦ୍ବାରା FCRA ଉଲ୍ଲଙ୍ଘନ, ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଦ୍ବାରା PMLA ଉଲ୍ଲଙ୍ଘନ, ଟିକସ ଫାଙ୍କିବା ଏବଂ ଅର୍ଥ ବିନିଯୋଗ ଆୟକର ବିଭାଗ ଦ୍ବାରା ଯାଞ୍ଚ କରାଯିବ। ବିଭିନ୍ନ ଏଜେନ୍ସି ବିଭିନ୍ନ ମନ୍ତ୍ରଣାଳୟ ଅଧୀନରେ ଆସୁଥିବାରୁ ତଦନ୍ତ ପାଇଁ ଏହି ଅନ୍ତଃ-ମନ୍ତ୍ରାଳୟସ୍ତରୀୟ କମିଟି ଗଠନ କରାଯାଇଛି।

ରାଜୀବ ଗାନ୍ଧି ଫାଉଣ୍ଡେସନର ଅଫିସିଆଲ୍ ୱେବସାଇଟ୍ ଅନୁଯାୟୀ ଭାରତର ପୂର୍ବତନ ପ୍ରଧାନ ମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ଦର୍ଶନକୁ ସାକାର କରିବା ପାଇଁ ଏହା ଜୁନ୍ ୧୯୯୧ରେ ସ୍ଥାପିତ ହୋଇଥିଲା । ଫାଉଣ୍ଡେସନ ସୋନିଆ ଗାନ୍ଧିଙ୍କ ଅଧ୍ୟକ୍ଷତାରେ ଅଛି । ଡଃ ମନମୋହନ ସିଂ, ପି. ଚିଦାମ୍ବରମ୍, ମୋଣ୍ଟେକ୍ ସିଂ ଅହଲୁୱାଲିଆ, ସୁମନ ଦୁବେ, ରାହୁଲ ଗାନ୍ଧୀ, ଡଃ ଅଶୋକ ଗାଙ୍ଗୁଲି, ସଞ୍ଜୀବ ଗୋଏଙ୍କା ଓ ପ୍ରିୟଙ୍କା ଗାନ୍ଧି ଭଦ୍ରା ଏହି ଫାଉଣ୍ଡେସର ଟ୍ରଷ୍ଟି ଅଛନ୍ତି ।

ୱେବସାଇଟ୍ ଅନୁଯାୟୀ ରାଜୀବ ଗାନ୍ଧି ଚାରିଟେବୁଲ୍ ଟ୍ରଷ୍ଟ (RGCT) ହେଉଛି ଏକ ଅଣ-ଲାଭକାରୀ ସଂସ୍ଥା, ଯାହା ଦେଶର ଅଭାବୀ, ବିଶେଷକରି ଗ୍ରାମାଞ୍ଚଳର ଗରିବ ଲୋକଙ୍କ ବିକାଶ ଆବଶ୍ୟକତାକୁ ଦୃଷ୍ଟିରେ ରଖି ୨୦୦୨ରେ ପ୍ରତିଷ୍ଠିତ ହୋଇଥିଲା । ସୋନିଆ ଗାନ୍ଧି ଓ ରାହୁଳ ଗାନ୍ଧି ଅନ୍ୟମାନଙ୍କ ସହ ଟ୍ରଷ୍ଟି ବୋର୍ଡରେ ଅଛନ୍ତି ।

ସୋନିଆ ଗାନ୍ଧିଙ୍କ ନେତୃତ୍ୱରେ ୨୦୦୫ରୁ ୨୦୦୯ ମଧ୍ୟରେ ରାଜୀବ ଗାନ୍ଧି ଫାଉଣ୍ଡେସନ ଦ୍ୱାରା ଚୀନରୁ ଦାନ ଗ୍ରହଣ କରାଯାଇଥିବା ବିଜେପି ସଭାପତି ଜେପି ନଡ୍ଡା ଗତ ମାସରେ ଅଭିଯୋଗ କରିଥିଲେ। ବିଜେପି ମୁଖ୍ୟ ଅଭିଯୋଗ କରିଥିଲେ ଯେ ୨୦୦୫ରୁ ୨୦୦୯ ମଧ୍ୟରେ ଚୀନ୍ ଦୂତାବାସରୁ ଆରଜିଏଫ୍ ପ୍ରତି ବର୍ଷ ଦାନ ଗ୍ରହଣ କରୁଥିଲା ।

ଏହା ବି ପଢ଼ନ୍ତୁ: ଲଦ୍ଦାଖ ସହିଦମାନଙ୍କ ଦେହରେ ଥିଲା ଧାରୁଆ ଅସ୍ତ୍ରର କ୍ଷତ; ଅନେକ ଅଙ୍ଗ ଭାଙ୍ଗି ଦିଆଯାଇଥିଲା

ଏହା ବି ପଢ଼ନ୍ତୁ: ସାବାଡ଼ ହେଲା ଡ୍ରାଗନ୍: ଲଦ୍ଦାଖରେ ସୀମାରୁ ୨ କିମି ପଛକୁ ହଟିଲା ଚୀନ୍ ସେନା; ଟେଣ୍ଟ୍ ଓ ସାମଗ୍ରୀ ହଟାଇଲା

ତେବେ ବିଜେପିର ଅଭିଯୋଗ ଉପରେ କଂଗ୍ରେସ ଏକ ବିବୃତ୍ତିରେ କହିଛି ଯେ ଏହା କଲ୍ୟାଣ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇଛି । ଚୀନ୍ ଦୂତାବାସରୁ ଦିଆଯାଇଥିବା ଅନୁଦାନ ଭିନ୍ନକ୍ଷମଙ୍କ କଲ୍ୟାଣ ପାଇଁ ବ୍ୟବହୃତ ହୋଇଥିବା ବେଳେ ପିଏମଆରଏଫ୍ ଅନୁଦାନ ସୁନାମି ରିଲିଫ କାର୍ଯ୍ୟରେ ବ୍ୟବହୃତ ହୋଇଛି ।
Published by: Anand Shankar Thankur Das
First published: July 8, 2020, 3:22 PM IST
corona virus btn
corona virus btn
Loading