ଲଦ୍ଦାଖ ସହିଦମାନଙ୍କ ଦେହରେ ଥିଲା ଧାରୁଆ ଅସ୍ତ୍ରର କ୍ଷତ; ଅନେକ ଅଙ୍ଗ ଭାଙ୍ଗି ଦିଆଯାଇଥିଲା
କମାଣ୍ଡିଂ ଅଫିସର କର୍ଣ୍ଣେଲ୍ ସନ୍ତୋଷ ବାବୁଙ୍କ ଉପରେ ଆକ୍ରମଣ ହେବା ପରେ ଭାରତୀୟ ସୈନିକମାନେ ହାତରେ ଯାହା ପାଇଲେ ତାହା ଧରି ଚୀନର ସୈନିକମାନଙ୍କ ଉପରେ ଆକ୍ରମଣ କରିଥିଲେ । କେତେକ ଭାରତୀୟ ସୈନିକ ନଦୀରେ ବୁଡ଼ିଯାଇଥିଲେ ବା ସେମାନଙ୍କୁ ନଦୀକୁ ଫିଙ୍ଗି ଦିଆଯାଇଥିଲା ।

ପଶ୍ଚିମ ବଙ୍ଗର ବୀରଭୁମରେ ସହିଦ ସୈନିକ ରାଜେଶ ଓରାଙ୍ଗଙ୍କ ଶବ ସତ୍କାର ହେଉଛି । (ପିଟିଆଇ)
- News18 Odia
- Last Updated: June 23, 2020, 7:43 PM IST
ନୂଆ ଦିଲ୍ଲୀ: ଲଦ୍ଦାଖରେ ଚୀନ୍ ସେନା ସହିତ ହିଂସକ ମୁକାବିଲାରେ ସହିଦ ହୋଇଥିବା ଭାରତୀୟ ସୈନ୍ୟମାନଙ୍କ ଦେହର ଅନେକ ସ୍ଥାନରେ ଧାରୁଆ ଅସ୍ତ୍ରରେ କରାଯାଇଥିବା କ୍ଷତ ଥିଲା ଓ ସେମାନଙ୍କ ଶରୀରର ଅନେକ ଅଙ୍ଗ ଏହି ଲଢ଼େଇରେ ଭାଙ୍ଗିଯାଇଥିଲା । ଜୁନ୍ ୧୫ ଓ ୧୬ ତାରିଖର ମଝି ରାତିରେ ଲଦ୍ଦାଖର ଗାଲୱାନ୍ ଉପତ୍ୟକାରେ ହୋଇଥିବା ଏହି ଦୁର୍ଦ୍ଧର୍ଷ ଲଢ଼େଇରେ କର୍ଣ୍ଣେଲ୍ ସନ୍ତୋଷ ବାବୁଙ୍କ ନେତୃତ୍ୱାଧୀନ ୨୦ ଜଣ ସହିଦ ହୋଇଥିଲେ ।
ସହିଦ ଭାରତୀୟ ସୈନିକମାନଙ୍କ ମୃତ ଦେହଗୁଡ଼ିକୁ ଦେଖିଥିବା ଲେହର ଜଣେ ଡାକ୍ତର ‘ଦ ଇଣ୍ଡିଆନ୍ ଏକ୍ସପ୍ରେସ୍’ ଖବରକାଗଜକୁ ଏହି କଥା କହିଛନ୍ତି । ଖବରକାଗଜରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ସେହି ଉଚ୍ଚ ଓ ଆବୁଡ଼ାଖାବୁଡ଼ା ପାହାଡ଼ି ଉପତ୍ୟକାରେ ଦୁଇ ଦେଶର ସୈନିକମାନଙ୍କ ମଧ୍ୟରେ ହାତାହାତି ସଙ୍ଘର୍ଷ ହୋଇଥିଲା । ଏହି ସଙ୍ଘର୍ଷ ବେଶ୍ କିଛି ଘଣ୍ଟା ଧରି ଚାଲିଥିଲା ଓ କେତେକ ଭାରତୀୟ ସୈନିକଙ୍କ ମୃତ୍ୟୁ ଭୀଷଣ ଥଣ୍ଡା ଯୋଗୁଁ ବା ସଙ୍ଘର୍ଷ ସମୟରେ ନଦୀରେ ବୁଡ଼ିବା ଯୋଗୁଁ ହୋଇଥିଲା ବୋଲି ଏହି ରିପୋର୍ଟରେ କୁହାଯାଇଛି । ଭାରତୀୟ ସୈନିକମାନେ ସଙ୍ଘର୍ଷ ସମୟରେ ଏହି ନଦୀରେ ପଡ଼ି ବୁଡ଼ିଯାଇଥିଲେ ବା ସେମାନଙ୍କୁ ନଦୀକୁ ଫିଙ୍ଗିଦିଆଯାଇଥିଲା ।
‘‘ସହିଦ ସୈନିକମାନଙ୍କ ଶବଗୁଡ଼ିକର ଅବସ୍ଥା ଦେଖି ଜଣାପଡ଼ିଥିଲା ଯେ ସେମାନେ ଏକ ଭୟଙ୍କର ଲଢ଼େଇ କରିଥିଲେ । ସେମାନଙ୍କ ଶବଗୁଡ଼ିକୁ ଦେଖି ଲାଗୁଥିଲା ସେମାନେ ଅନେକ ଚୀନ୍ ସୈନିକଙ୍କୁ ହତ୍ୟା କରିଛନ୍ତି । ସେମାନଙ୍କ ଦେହରେ ଥିବା କ୍ଷତଗୁଡ଼ିକ କୌଣସି ତୀକ୍ଷ୍ଣ ଅସ୍ତ୍ରରେ କରାଯାଇଥିବା କ୍ଷତ ପରି ଲାଗୁଥିଲା । ସୈନିକମାନଙ୍କ ମଧ୍ୟରୁ ଅନେକଙ୍କ ଦେହର ବିଭିନ୍ନ ଅଙ୍ଗ ଭାଙ୍ଗି ଯାଇଥିଲା,’’ ଲେହର ସୋନମ ନୁରବୁ ମେମୋରିଆଲ (SNM) ହସପିଟାଲର ଜଣେ ଡାକ୍ତର ନିଜ ନାମ ପ୍ରକାଶ ନ କରି ଖବରକାଗଜକୁ କହିଛନ୍ତି ।

ଗାଲୱାନ୍ ନଦୀ ଉପତ୍ୟକାରେ ଥିବା ସଙ୍ଘର୍ଷ ସ୍ଥାନର ଏହି ଛବି ପ୍ଲାନେଟ୍ ଲ୍ୟାବ୍ ଜୁନ୍ ୧୮ରେ ଉଠେଇଥିଲା । (ଏପି)
ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ୍ ୧୭ରେ କହିଥିଲେ ଯେ ‘‘ଦେଶକୁ ଏହି କଥା ପାଇଁ ଗର୍ବ ହେଉଛି ଯେ ଆମ ସୈନିକମାନେ ମାରୁ ମାରୁ ମରିଛନ୍ତି’’ । ଏହି ଲଢ଼େଇରେ ସହିଦ ହୋଇଥିବା ୨୦ ଜଣ ଭାରତୀୟ ସୈନିକମାନଙ୍କ ମଧ୍ୟରେ ଓଡ଼ିଶାରୁ ଦୁଇ ଜଣ ସୈନିକ ଥିଲେ ।
କମାଣ୍ଡିଂ ଅଫିସର କର୍ଣ୍ଣେଲ୍ ସନ୍ତୋଷ ବାବୁଙ୍କ ଉପରେ ଆକ୍ରମଣ ହେବା ପରେ ଭାରତୀୟ ସୈନିକମାନେ ହାତରେ ଯାହା ପାଇଲେ ତାହା ଧରି ଚୀନର ସୈନିକମାନଙ୍କ ଉପରେ ତୀବ୍ର ଆକ୍ରମଣ କରିଥିଲେ ବୋଲି ଲେହର ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଆହତ ସୈନିକମାନଙ୍କ ସହ ଏ ବିଷୟରେ ବାର୍ତ୍ତାଳାପ କରିଥିବା ଲୋକଙ୍କ ଠାରୁ ଇଣ୍ଡିଆନ୍ ଏକ୍ସପ୍ରେସ୍ ଜାଣିବାକୁ ପାଇଛି ।
ଏହା ବି ପଢ଼ନ୍ତୁ:
ଟିକ୍ ଟକ୍ରେ ଧୁମ୍ ମଚାଉଥିଲା; ତା’ ବିବାହ ପ୍ରସ୍ତାବ ନ ମାନିବାରୁ ଯୁବତୀକୁ ଚାକୁ ମାରି ହତ୍ୟା କଲା
ମହିଳା ରସି ଲଗାଇ ଆତ୍ମହତ୍ୟା କରୁଥିଲେ; ୩ ବର୍ଷର ଝିଅ କାନ୍ଦିବାରୁ ତାଙ୍କ ଜୀବନ ରକ୍ଷା ହେଲା
ଆମର ୨୦ ଜଣ ସୈନ୍ୟଙ୍କ ହତ୍ୟା ହେବା ପରେ ଭାରତବାସୀ ଚୀନ୍ ବିଷୟରେ କଣ୍ ଭାବୁଛନ୍ତି? ଏହି ସର୍ଭେରୁ ଜଣା ପଡ଼ିଲା
ଯୋଗ ଦିବସ: ଏହି ପ୍ରସିଦ୍ଧ ‘ନଗ୍ନ ଯୋଗ ନାରୀ’ ଏମିତି ଯୋଗ କରନ୍ତି; ଫଟୋ ଭାଇରାଲ୍ ହେଉଛି
ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ଟିଭିରେ ବାରମ୍ବାର ଦେଖି ୧୭ ବର୍ଷୀୟା ଛାତ୍ରୀ ଆତ୍ମହତ୍ୟା କଲା
ଆତ୍ମହତ୍ୟା କରୁଥିବା ଲୋକେ ମରିବାକୁ ଚାହୁଁଛନ୍ତି ବୋଲି ବି ନିଶ୍ଚିତ ନ ଥାନ୍ତି; ମିଡ଼ିଆର ଭୂମିକା ମହତ୍ୱପୂର୍ଣ୍ଣ
ଫ୍ୟାକ୍ଟ ଚେକ୍: ଏହି ତି୩ଟି ମୃତ୍ୟୁକୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଯୋଡ଼ାଯାଉଛି କାହିକି?
ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କଲେ
କାହିଁକି ଡିପ୍ରେସନରେ ଥିଲେ ସୁଶାନ୍ତ ସିଂ ରାଜପୁତ? କଥିତ ଗର୍ଲଫ୍ରେଣ୍ଡ ରିୟାଙ୍କ ସହ ପଚରାଉଚରା କରିବ ପୋଲିସ୍
ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବ ମ୍ୟାନେଜର୍ ଦିଶା ୫ ଦିନ ତଳେ ୧୨ ମହଲାରୁ ତଳକୁ ଖସି ମରିଥିଲେ
ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି
ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍
ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ
ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍
ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା
ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍
ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ
ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା
ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ
ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!
କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି
ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’
ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ
ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ
‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ
ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ
ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ
କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ
କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା