News18 Odia Digital
ନୂଆ ଦିଲ୍ଲୀ: ଭାରତ ଓ ଚୀନ୍ (India And China) ମଧ୍ୟରେ ସମ୍ପର୍କ ଆଜିକାଲି ଭଲ ନାହିଁ । ଏହାର କାରଣ ହେଉଛି ସୀମା ବିବାଦକୁ (Border Dispute) ନେଇ ହେଉଥିବା ସଂଘର୍ଷ । ଲଦ୍ଦାଖର ଗାଲୱାନ ଭ୍ୟାଲିରେ ହୋଇଥିବା ସଂଘର୍ଷକୁ ନେଇ ଆମେରିକାର ଖବରକାଗଜ ବର୍ତ୍ତମାନ ନ୍ୟୁଜ୍ ୱିକ୍ ବର୍ତ୍ତମାନ ଏକ ବଡ଼ ଖୁଲାସା କରିଛି । ରିପୋର୍ଟ ଅନୁଯାୟୀ ଜୁନ୍ ୧୫ ରେ ଭାରତୀୟ ସୈନିକଙ୍କଙ୍କ ସହ ହୋଇଥିବା ସଂଘର୍ଷରେ ୪୦-୪୫ ନୁହେଁ ବରଂ ୬୦ ଜଣ ଚୀନ୍ ସୈନିକଙ୍କ ମୃତ୍ୟୁ ଘଟିଛି । ଏହି ରିପୋର୍ଟରେ କୁହାଯାଇଛି ଯେ ଗାଲୱାନରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ନିର୍ଦ୍ଦେଶରେ ଏହି ହିଂସା ଘଟିଛି । ଯେଉଁଥିରେ ଚୀନ୍ ସୈନ୍ୟ ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ ।
ରିପୋର୍ଟରେ ଚେତାବନୀ ଦିଆଯାଇଛି ଯେ ଚୀନ୍ ନିଜର ବିଫଳତାକୁ ନେଇ ଅଧିକ କ୍ରୋଧିତ ଅଛି । ଏପରି ପରିସ୍ଥିତିରେ ଏହାର ସୁଦୂରପ୍ରସାରୀ ପରିଣାମ ହୋଇପାରେ । ଏହି ପରାଜୟକୁ ନେଇ ହତୋତ୍ସାହିତ ହୋଇ ରାଷ୍ଟ୍ରପତି ଜିନପିଙ୍ଗ ତାଙ୍କ ସୈନ୍ୟରେ ଥିବା ବିରୋଧୀଙ୍କୁ ବାହାର କରିବେ ଓ ତାଙ୍କର ବିଶ୍ୱସ୍ତବାଦୀମାନଙ୍କୁ ବଡ଼ ପଦରେ ରଖିବେ। ଏହି ପରାଜୟ ସହିତ ଭାରତ ବିପକ୍ଷରେ ବଡ଼ ପଦକ୍ଷେପ ନେବାକୁ ଜିନପିଙ୍ଗ ଉତ୍ତେଜିତ ମଧ୍ୟ ଅଛନ୍ତି । ଏଭଳି ପରିସ୍ଥିତିରେ ଆଗାମୀ ଦିନରେ ସୀମାରେ ଉତ୍ତେଜନା ବଢ଼ିପାରେ ।
କାହିଁକି ହେଲା ସୀମା ବିବାଦଏହି ରିପୋର୍ଟରେ କୁହାଯାଇଛି ଯେ ସି ଜିନପିଙ୍ଗ ନଭେମ୍ବର ୨୦୧୨ ରେ ଚୀନ୍ କମ୍ୟୁନିଷ୍ଟ ପାର୍ଟିର ସାଧାରଣ ସମ୍ପାଦକ ହେବା ପରଠାରୁ ଚୀନ୍ ସୈନ୍ୟମାନେ ଭାରତ ସୀମାରେ ଆକ୍ରୋଶ ବୃଦ୍ଧି କରିଛନ୍ତି । ଜିନପିଙ୍ଗ ମଧ୍ୟ ଚୀନ୍ କମ୍ୟୁନିଷ୍ଟ ପାର୍ଟିର କେନ୍ଦ୍ରୀୟ ସାମରିକ ଆୟୋଗର ସଭାପତି ତଥା ଦଳର ସାଧାରଣ ସମ୍ପାଦକ । ଭାରତ ଓ ଚାଇନାରେ ସୀମାର କୌଣସି ନିର୍ଧାରଣ ହୋଇ ନାହିଁ । ଚୀନ୍ ସୈନିକମାନେ ଅନୁପ୍ରବେଶ ପାଇଁ ଏହାର ସୁଯୋଗ ନେଉଛନ୍ତି । ଫାଉଣ୍ଡେସନ ଫର ଡିଫେନ୍ସ ଅଫ୍ ଡେମୋକ୍ରାସିର କ୍ଲୋ ପାସ୍କାଲଙ୍କ ଉଦ୍ଧେଶ୍ୟରେ ନ୍ୟୁଜ୍ ୱିକ୍ ଲେଖିଛି ଯେ ରୁଷିଆ ଭାରତକୁ ମେ’ ରେ ଚାଇନାର ଆଣ୍ଟିକ୍ସ ବିଷୟରେ କହିଛି । ରୁଷିଆ ଅନୁଯାୟୀ ଚୀନ୍ ତିବ୍ଦତ ଅଞ୍ଚଳରେ ସାମରିକ ଅଭ୍ୟାସ କରିସାରିଥିଲା । ଏହି କାରଣରୁ ଯେତେବେଳେ ଜୁନ୍ ୧୫ ରେ ଗାଲୱାନରେ ସଂଘର୍ଷ ଘଟିଥିଲା ସେତେବେଳେ ଭାରତ ଚକିତ ହୋଇଯାଇଥିଲା । ଦୁନିଆର ଦୁଇ ବୃହତ୍ତମ ଜନସଂଖ୍ୟା ମଧ୍ୟରେ ୪୫ ବର୍ଷ ପରେ ଏହା ପ୍ରଥମ ମୁକାବିଲା ।
Published by:Jagdish Barik
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।