News18 Odia Digital
ନୂଆ ଦିଲ୍ଲୀ: ଲଦ୍ଦାଖରେ ଗତ ଚାରିମାସ ଧରି ଭାରତ ଓ ଚୀନ୍ ମଧ୍ୟରେ ସୀମାକୁ ନେଇ ବିବାଦ ଲାଗିରହିଛି । ଚୀନ୍ର ରଣନୀତି ବିଷୟରେ ସମଗ୍ର ବିଶ୍ୱ ଅବଗତ ଅଛି । ଏଭଳି ପରିସ୍ଥିତିରେ ଆମେରିକା (US), ୟୁକେ (UK), ଜାପାନ (Japan) ଓ ଅଷ୍ଟ୍ରେଲିଆ (Austrailia) ଇତ୍ୟାଦି ଅନେକ ବଡ ଓ ଗୁରୁତ୍ୱପୂର୍ଣ୍ଣ ଦେଶ ମଧ୍ୟ ଭାରତ ସହିତ ଛିଡା ହୋଇଛନ୍ତି । ଏହା ଫଳରେ ଭାରତ ଦକ୍ଷିଣ ଏସିଆର (South Asia) ଏକ ଉତ୍ପାଦନ କେନ୍ଦ୍ର ଭାବେ ପରିଣତ ହେଉଛି । କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ (Ravishankar Prasad) ଗୁରୁବାର କହିଛନ୍ତି ଯେ ଚୀନ୍କୁ ଛାଡ଼ି ଆଠଟି ଆପଲ୍ କମ୍ପାନୀ ଭାରତ ଆସି ସାରିଛନ୍ତି । ପ୍ରସାଦ କହିଛନ୍ତି ଯେ ଭାରତ ଉତ୍ପାଦନର ଏକ କେନ୍ଦ୍ର ପାଲଟିଛି ।
ପ୍ରସାଦ ବିହାରରେ ଏନଆରଆଇକୁ ଭିଡିଓ କନଫରେନ୍ସିଂ ଜରିଆରେ କଥାବାର୍ତ୍ତା କରି କହିଛନ୍ତି ଯେ ଆମେରିକା, ବ୍ରିଟେନ, ଜାପାନ ଓ ଅଷ୍ଟ୍ରେଲିଆ ସେମାନଙ୍କ ସମର୍ଥନ ଭାରତକୁ ଦେଇଛନ୍ତି । ପ୍ରସାଦ କହିଛନ୍ତି ଯେ 'ଭାରତ ଏକ ପ୍ରମୁଖ ଉତ୍ପାଦନ ହବ୍ ଭାବରେ ଉଭା ହେଉଛି ଓ ବିଶ୍ୱ ଉତ୍ପାଦନକାରୀ ଇକୋସିଷ୍ଟମ୍ ଏହା ହୃଦୟଙ୍ଗମ କରୁଛି ଯେ ଏହା ଚୀନ୍ ବ୍ୟତୀତ ଅନ୍ୟ ସ୍ଥାନରେ ରହିବା ଉଚିତ୍ । ମୁଁ ସୂଚନା ପାଇଛି ଯେ ଆପଲ୍ ଏହାର ୮ ଟି କାରଖାନାକୁ ଚାଇନାରୁ ଭାରତକୁ ସ୍ଥାନାନ୍ତର କରିଛି ।''
ପ୍ରସାଦ ଆହୁରି ମଧ୍ୟ କହିଛନ୍ତି ଯେ ଯେତେବେଳେ ଲଦ୍ଦାଖରେ ଚୀନ୍ ସହିତ କିଛି ଘଟିଛି , ସେତେବେଳେ ଆମର ପ୍ରଧାନମନ୍ତ୍ରୀ ସର୍ବଦା ଦୃଢ଼ ଭାବରେ ଠିଆ ହୋଇଥିଲେ ଓ ସେ ସର୍ବଦା କହିଥିଲେ ଯେ ଭାରତ ଏହାର ସାର୍ବଭୌମତ୍ୱରେ କେବେ ବି ସାଲିସ୍ କରିବ ନାହିଁ । ଆମେରିକା, ବ୍ରିଟେନ, ଜାପାନ ଓ ଅଷ୍ଟ୍ରେଲିଆ ମଧ୍ୟ ଭାରତର ସାହସିକ ଆଭିମୁଖ୍ୟକୁ ସମର୍ଥନ କରିଥିଲେ ।
ଭାରତ ଓ ଚୀନ୍ ମଧ୍ୟରେ ତିକ୍ତତା ବୃଦ୍ଧି ପାଉଛି
ଉଲ୍ଲେଖନୀୟ ବିଷୟ ହେଉଛି ପୂର୍ବ ଲଦାଖର ପାଙ୍ଗୋଙ୍ଗ ହ୍ରଦର ଦକ୍ଷିଣ କୂଳରେ ଭାରତୀୟ ଅଞ୍ଚଳ ଦଖଲ କରିବା ପାଇଁ ୨୯ ଓ ୩୦ ଅଗଷ୍ଟରେ ଚୀନ୍ ଉଦ୍ୟମ କରି ଅସଫଳ ହେବା ପରେ ପୁଣି ଥରେ ଉତ୍ତେଜନା ବୃଦ୍ଧି ପାଇଛି ।
ପାଙ୍ଗୋଙ୍ଗ ହ୍ରଦର ଦକ୍ଷିଣରେ ଅନେକ ରଣନୀତିକ ଗୁରୁତ୍ୱପୂର୍ଣ୍ଣ ଉଚ୍ଚତାରେ ଭାରତ ନିଜର ସତର୍କତା ବୃଦ୍ଧି କରିଛି । ଚୀନ୍ର ଅନୁପ୍ରବେଶ ଉଦ୍ୟମ ପରେ ଭାରତ ଅତିରିକ୍ତ ସୈନ୍ୟ ପଠାଇ ସମ୍ବେଦନଶୀଳ ଅଞ୍ଚଳରେ ଅସ୍ତ୍ରଶସ୍ତ୍ର ନିୟୋଜିତ କରିଛି ।
ଏହା ବି ପଢ଼ନ୍ତୁ | ୭ ବର୍ଷର ବାଳକ ଭୋକରେ ମରିଗଲା; ତା’ ମା’ ମୃତ ଦେହ ପାଖରେ ୩ ଦିନ ବସିରହିଲା
ଏହା ବି ପଢ଼ନ୍ତୁ | କୁକୁରକୁ ରଙ୍ଗ ଲଗେଇ ବାଘ ବନେଇଦେଲେ; ‘ମିନି ଟାଇଗର’କୁ ଦେଖି ପଶୁ ପ୍ରେମୀ ନାରାଜ ହେଲେ
ପାଙ୍ଗୋଙ୍ଗ ହ୍ରଦର ଦକ୍ଷିଣ ପାର୍ଶ୍ୱରେ ସ୍ଥିତି ପରିବର୍ତ୍ତନ କରିବାକୁ ଚୀନ୍ର ଉଦ୍ୟମକୁ ଦୃଷ୍ଟିରେ ରଖି ଭାରତ ଏହି ଅଞ୍ଚଳରେ ନିଜର ସାମରିକ ଉପସ୍ଥିତି ବୃଦ୍ଧି କରିଛି। ସୂଚନାଯୋଗ୍ୟ ଯେ ୧୫ ଜୁନ ଦିନ ଗାଲଭାନ୍ ଉପତ୍ୟକାରେ ଭାରତ ଓ ଚୀନ୍ ସୈନିକ ମଧ୍ୟରେ ହିଂସାତ୍ମକ ସଂଘର୍ଷରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଥିଲା ।
ଏହି ସଂଘର୍ଷରେ ୨୦ ଜଣ ଭାରତୀୟ ସୈନ୍ୟ ପ୍ରାଣ ହରାଇଥିଲେ । ଚୀନ୍ ଏହି ସଂଘର୍ଷରେ କୌଣସି କ୍ଷୟକ୍ଷତି ହୋଇ ନାହିଁ କହିଥିଲା କିନ୍ତୁ ଆମେରିକାର ଗୁପ୍ତଚର ରିପୋର୍ଟ ଅନୁଯାୟୀ ଗାଲଭାନରେ ହୋଇଥିବା ସଂଘର୍ଷରେ ୩୫ ଜଣ ଚୀନ୍ ସୈନିକଙ୍କ ମୃତ୍ୟୁ ଘଟିଛି ।