ସତର୍କ! ଭାରତର ଚାରି ପାର୍ଶ୍ୱରେ ପ୍ରାୟ ଏକ ଡ଼ର୍ଜନ ଦେଶରେ ସାମରିକ ବେସ ନିର୍ମାଣ କରୁଛି ଚୀନ୍

ଚୀନ୍ ଅରୁଣାଚଳକୁ ଭାରତର ଏକ ଅଂଶ ଭାବରେ ମାନିବାକୁ ମନା କରିଛି

ଚୀନ୍ ଅରୁଣାଚଳକୁ ଭାରତର ଏକ ଅଂଶ ଭାବରେ ମାନିବାକୁ ମନା କରିଛି

  • News18 Odia
  • Last Updated :
  • Share this:
News18 Odia Digital
ୱାଶିଂଟନ୍: ଆମେରିକାର ପ୍ରତିରକ୍ଷା ବିଭାଗ ପେଣ୍ଟାଗନ୍ (Pentagon) ଏକ ରିପୋର୍ଟରେ ଦାବି କରିଛି ଯେ ଚୀନ୍ ଭାରତର ତିନି ପଡୋଶୀ ଦେଶ ସମେତ ପ୍ରାୟ ଏକ ଡ଼ର୍ଜନ ଦେଶରେ ନିଜର ଦୃଢ଼ ସାମରିକ ଆଧାର ପ୍ରତିଷ୍ଠା କରିବାକୁ ଚେଷ୍ଟା କରୁଛି । ଲମ୍ବା ସମୟ ପାଇଁ ଏହାର ସାମରିକ ପ୍ରାଧାନ୍ୟ ବଜାୟ ରଖିବାକୁ ଚୀନ୍ ଏକ ଡ଼ର୍ଜନ ଦେଶରେ ତାର ସାମରିକ ବେସ୍ ନିର୍ମାଣ କରୁଛି । ରିପୋର୍ଟ ଅନୁଯାୟୀ, ଭାରତର ତିନି ପଡୋଶୀ ଦେଶ ପାକିସ୍ଥାନ, ଶ୍ରୀଲଙ୍କା ଓ ମିଆଁମାର ବ୍ୟତୀତ  ଥାଇଲ୍ୟାଣ୍ଡ, ସିଙ୍ଗାପୁର, ଇଣ୍ଡୋନେସିଆ, ସଂଯୁକ୍ତ ଆରବ ଏମିରେଟ୍ସ,, କେନିଆ, ସେଚେଲ୍ସ,, ତାଞ୍ଜାନିଆ, ଅଙ୍ଗୋଲା ଓ ତାଜିକିସ୍ତାନରେ ଏହାର ଭିତ୍ତିଭୂମି ନିର୍ମାଣ ପାଇଁ ପ୍ରକଳ୍ପ କାର୍ଯ୍ୟ କରିଆସୁଛି ।

ପେଣ୍ଟାଗନ୍ ଏହାର ବାର୍ଷିକ ରିପୋର୍ଟ 'ମିଲିଟାରୀ ଆଣ୍ଡ ସିକ୍ୟୁରିଟି ଡେଭଲପମେଣ୍ଟସ୍ ଇନପୁଲିଙ୍ଗ୍ ପିପୁଲ୍ସ ରିପବ୍ଲିକ୍ ଅଫ୍ ଚାଇନା (PRC) ୨୦୨୦' ମଙ୍ଗଳବାର ଦିନ ଆମେରିକା କଂଗ୍ରେସକୁ ଦାଖଲ କରିଛି । ଏହି ରିପୋର୍ଟରେ ପେଣ୍ଟାଗନ୍ କହିଛି ଯେ ଜିବୋଟିରେ ଥିବା ଚୀନ୍ ସାମରିକ ବେସ୍ ବ୍ୟତୀତ ଏହି ସମ୍ଭାବ୍ୟ ଚାଇନାର ବେସ୍ ନୌସେନା, ବାୟୁସେନା ଓ ସ୍ଥଳ ସେନାର କାର୍ଯ୍ୟକୁ ଆହୁରି ମଜବୁତ କରିବାକୁ ଲକ୍ଷ୍ୟ ରଖିଛି । ପେଣ୍ଟାଗନ୍ ରିପୋର୍ଟରେ କହିଛି ଯେ ଗ୍ଲୋବାଲ୍ ପିପୁଲ୍ସ ଲିବରେସନ୍ ଆର୍ମିର (PLA) ସାମରିକ ବେସର ନେଟୱାର୍କ ଆମେରିକାର ସାମରିକ କାର୍ଯ୍ୟରେ ହସ୍ତକ୍ଷେପ କରିପାରେ ଓ PRC ର ବିଶ୍ୱ ସାମରିକ ଉଦ୍ଦେଶ୍ୟ ଅନୁଯାୟୀ ଆମେରିକା ବିରୁଦ୍ଧରେ ଆପତ୍ତିଜନକ କାର୍ଯ୍ୟକୁ ସମର୍ଥନ କରିପାରିବ । ସେ କହିଛନ୍ତି ଯେ ଚୀନ୍ ନାମିବିଆ, ଭାନୁୟୁଟୁ ଓ ସୋଲେମାନ ଦ୍ୱୀପପୁଞ୍ଜକୁ କବଜା କରିସାରିଛି ।

ଆଣବିକ ଅସ୍ତ୍ରକୁ ଦ୍ୱିଗୁଣିତ କରିବାର ଯୋଜନା
ପିପୁଲ୍ସ ଲିବରେସନ୍ ଆର୍ମି (PLA) ରେ ବର୍ତ୍ତମାନ ପ୍ରାୟ ୨୦୦ଟି ପରମାଣୁ ଅସ୍ତ୍ର ରହିଛି । କିନ୍ତୁ ଭବିଷ୍ୟତରେ ଏହା ସ୍ଥଳଭାଗ, ବୁଡ଼ାଜାହାଜ ଓ ବାୟୁରୁ ବୋମା ବିସ୍ଫୋରଣ କରାଯାଇ ପାରୁଥିବା ପରି କ୍ଷେପଣାସ୍ତ୍ର ସଂଖ୍ୟା ବୃଦ୍ଧି କରୁଛି । ଏଥିରେ ବର୍ତ୍ତମାନ ପରମାଣୁ ବାହକ ବାୟୁ ଉତକ୍ଷେପଣ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନାହିଁ ଯାହା ଚୀନ୍ ବିକାଶ କରୁଛି । ରିପୋର୍ଟରେ କୁହାଯାଇଛି ଯେ ଆସନ୍ତା ୧୦ ବର୍ଷ ମଧ୍ୟରେ ଚୀନ୍ ଆଣବିକ ଶକ୍ତି ବିସ୍ତାର କରିବ ଓ ଅସ୍ତ୍ରଶସ୍ତ୍ରକୁ ପ୍ରାୟ ଦ୍ୱିଗୁଣିତ କରିବ । ଚାଇନା ପାଇଁ ଡେପୁଟି ଆସିଷ୍ଟାଣ୍ଟ ପ୍ରତିରକ୍ଷା ସଚିବ ଚାଡ ସ୍କ୍ରାବିଆ କହିଛନ୍ତି ଯେ ଆମେରିକା ପ୍ରଥମ ଥର ପାଇଁ ଚୀନ୍ ଅସ୍ତ୍ର ସଂଖ୍ୟାକୁ ସାର୍ବଜନୀନ କରିଛି । ସେ ଏହା ଉପରେ ଉଦ୍ବେଗ ପ୍ରକାଶ କରିବା ସହ କହିଛନ୍ତି ଯେ ଅସ୍ତ୍ରଶସ୍ତ୍ର ସଂଖ୍ୟା ସହିତ ଚୀନ୍‌ର ଆଣବିକ ବିକାଶ କେଉଁ ଦିଗକୁ ଗତି କରୁଛି ତାହା ଚିନ୍ତାର ବିଷୟ ।

ପେଣ୍ଟାଗନ୍ କହିଛି ଯେ ବେଜିଂ ନିଜ ବିକାଶ ସମେତ ବିଶ୍ୱ ପରିବହନ ଓ ବାଣିଜ୍ୟିକ ସମ୍ପର୍କକୁ ବିସ୍ତାର କରିବା ପାଇଁ ଏହାର ପାରିପାର୍ଶ୍ୱିକ ତଥା ବାହାରେ ଥିବା ଦେଶମାନଙ୍କ ସହିତ ଅର୍ଥନୈତିକ ଏକୀକରଣକୁ ଗଭୀର କରିବା ପାଇଁ ଜାତୀୟ ନବୀକରଣ ରଣନୀତି ପ୍ରସ୍ତୁତ କରିବା ପାଇଁ ଏକ ସୀମା ଓ ଏକସଡ଼କର (OBOR) ସାହାରା ନେଉଛି । ଚୀନ୍ ସେନାର ବାର୍ଷିକ ରିପୋର୍ଟକୁ ଲକ୍ଷ୍ୟକରି ପେଣ୍ଟାଗନ୍ ଆଶଙ୍କା ବ୍ୟକ୍ତ କରିଛି ଯେ ଚୀନ୍ ଏକ ବିଶ୍ୱ ସୁପର ପାୱାର୍ ହେବା ପାଇଁ ଏହା କରୁଛି ।
Published by:Jagdish Barik
First published: