ଚୀନ୍‌କୁ ମିଳିବ କଡ଼ା ଜବାବ: ଅରୁଣାଚଳ ପ୍ରଦେଶର ସୀମାରେ ଭାରତ ନିର୍ମାଣ କରୁଛି ୩ଟି ଆଦର୍ଶ ଗ୍ରାମ

India plans to tackle China’s border plans with 3 model villages in Arunachal Pradesh | ଚୀନ୍ ଭାରତ ସମେତ ୧୪ଟି ଦେଶ ସହ ଥିବା ନିଜ ୨୨,୦୦୦ କିଲୋମିଟର ସୀମାକୁ ସାମରିକ ଓ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ପରିଚାଳନା କରିବା ଓ ସୁରକ୍ଷା କରିବାକୁ ନେଇ ସଂସଦରେ ଏକ ଆଇନ ପ୍ରଣୟନ କରିବା ପରେ ଭାରତ ପଦକ୍ଷେପ ଆରମ୍ଭ କରିଛି ।

ଚୀନ୍ ସହ ଭାରତର ବିବାଦ ସୀମାକୁ ନେଇ ଜାରି ରହିଛି । (ପ୍ରତୀକାତ୍ମକ ଛବି)

ଚୀନ୍ ସହ ଭାରତର ବିବାଦ ସୀମାକୁ ନେଇ ଜାରି ରହିଛି । (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ନୂଆ ଦିଲ୍ଲୀ: ଚୀନର ବର୍ଡର ଡିଫେନ୍ସ ଭିଲେଜର (Border Defense Village) ଜବାବରେ ଭାରତ ବି ଅରୁଣାଚଳ ପ୍ରଦେଶର ଲାଇନ୍‌ ଅଫ୍‌ ଆକ୍ଚୁଆଲ୍‌ କଣ୍ଟ୍ରୋଲରେ (Line of Actual Control) ତିନୋଟି ଆଦର୍ଶ ଗ୍ରାମ (model village) ନିର୍ମାଣ କରୁଛି । ଏହି ମଡେଲ ଗ୍ରାମଗୁଡ଼ିକରେ ସୁନ୍ଦର ସ୍ମାର୍ଟ କ୍ଲାସରୁମ୍‌, ଆଧୁନିକ ସ୍ୱାସ୍ଥ୍ୟ ଉପ-କେନ୍ଦ୍ର ଓ ବିଭିନ୍ନ ଖେଳ ଖେଳିବା ପାଇଁ ଏକ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ନିର୍ମାଣ କରାଯାଉଛି । ଅରୁଣାଚଳ ପ୍ରଦେଶ ସରକାରଙ୍କ ଦ୍ୱାରା ବିକଶିତ ହେଉଥିବା ଏହି ମଡେଲ ଗ୍ରାମଗୁଡିକ ଏମିତି ଡିଜାଇନ୍ ହୋଇଛି ଯେ ଏଠାରେ ପର୍ଯ୍ୟଟନକୁ ବି ପ୍ରୋତ୍ସାହିତ କରାଯାଇପାରିବ ।

ତିନି ବର୍ଷ ପୂର୍ବେ ଚୀନ୍ ନିଜ ସୀମାନ୍ତ ଅଞ୍ଚଳରେ ଏମିତି ଗ୍ରାମ ନିର୍ମାଣ କରିବା ଆରମ୍ଭ କରିଥିଲା । LACର ଅପର ପାର୍ଶ୍ୱରେ ଚୀନ୍ ଏ ପର୍ଯ୍ୟନ୍ତ ୬୦୦ରୁ ଅଧିକ ଭିତ୍ତିଭୂମି ନିର୍ମାଣ କରିଛି ଯାହାକୁ ସୀମା ସୁରକ୍ଷା ଗ୍ରାମ ବୋଲି ଚୀନ କହୁଛି । ସେଥି ମଧ୍ୟରୁ ପ୍ରାୟ ୪୦୦ଟି ସୀମା ସୁରକ୍ଷା ଗ୍ରାମ ପୂର୍ବ ସେକ୍ଟରରେ (Eastern Sector) ଅଛି ।

ଏହା ବି ପଢ଼ନ୍ତୁ | ୱର୍କ୍ ଫ୍ରମ୍ ଅଫିସ୍ ଆରମ୍ଭ ହେଲେ ୧୨ ଘଣ୍ଟା କାମ କରିବାକୁ ପଡ଼ିବ; ୨୦୨୨ରୁ ଦରମା କମିବ, PF ବଢ଼ିବ

କେନ୍ଦ୍ର ତଥା ରାଜ୍ୟ ସରକାରୀ ସୂତ୍ରରୁ ନ୍ୟୁଜ୍୧୮ ଜାଣିବାକୁ ପାଇଛି ଯେ କିବିଥୁ, କାହୋ ଓ ମୁସାଇରେ ଗଠନ ହେବାକୁ ଥିବା ମଡେଲ୍‌ ଗ୍ରାମରେ ଖୁବ୍‌ ଭଲ ଡିଜିଟାଲ୍ ଓ ଟେଲିକମ୍ ଯୋଗାଯୋଗର ପ୍ରସ୍ତାବ ରହିଛି । ଏହା ସହିତ ସେଠାରେ କିୱି, କମଳା ଓ ବାଦାମ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି । ସେଠାରେ ସାହସିକ ପର୍ଯ୍ୟଟନକୁ (adventure tourism) ଆକର୍ଷିତ କରିବା ପାଇଁ ୧୯୬୨ର ଇଣ୍ଡୋ-ଚାଇନା ଯୁଦ୍ଧ ସମୟରେ ସୈନିକମାନେ ବ୍ୟବହାର କରୁଥିବା ବଙ୍କରଗୁଡି଼କୁ ବି ବିକଶିତ କରାଯିବ । ମୁଖ୍ୟତଃ ସମତଳ ଅଞ୍ଚଳରେ ସୀମାବର୍ତ୍ତୀ ଲୋକଙ୍କ ସଂଖ୍ୟା ବୃଦ୍ଧିକୁ ହ୍ରାସ କରିବାକୁ ସରକାର ପୂରା ପ୍ରସ୍ତୁତି ଚଳାଇଛନ୍ତି । ନିକଟରେ ଚୀନ୍ ଭାରତ ସମେତ ୧୪ଟି ଦେଶ ସହ ଥିବା ନିଜ ୨୨,୦୦୦ କିଲୋମିଟର ସୀମାକୁ ସାମରିକ ଓ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା କେମିତି ପରିଚାଳନା କରିବ ଓ ସୁରକ୍ଷା କରିବ ତାକୁ ନେଇ ସଂସଦରେ ଏକ ଆଇନ ପ୍ରଣୟନ କରିଛି (Nidna-China)।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | T20 World Cup: ପାକିସ୍ତାନ ସହ ଖେଳ ବେଳେ ଦର୍ଶକମାନେ ଶୋଏବ୍ ମଲିକଙ୍କୁ ଜିଜାଜୀ ଡାକିଲେ; ସାନିଆ ଖୁସି

ଅରୁଣାଚଳ ପ୍ରଦେଶ (Arunachal Pradesh) ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଇଥିବା ଏକ ସର୍ଭେରୁ ଜଣାପଡିଛି ଯେ ବର୍ତ୍ତମାନ କାହୋ ଓ ମୁସାଇର ପ୍ରାଥମିକ ବିଦ୍ୟାଳୟରେ ଯଥା କ୍ରମେ ଚାରି ଓ ୧୭ ଜଣ ଛାତ୍ରଛାତ୍ରୀ ଥିବା ବେଳେ କିବିଥୁରେ ଥିବା ମାଧ୍ୟମିକ ବିଦ୍ୟାଳୟରେ ୨୫ରୁ ଅଧିକ ଛାତ୍ରଛାତ୍ରୀ ଅଛନ୍ତି । ଏହି ସର୍ଭେରୁ ଜଣାପଡ଼ିଛି ଯେ ସ୍ଥାନୀୟ ଲୋକେ ଶିକ୍ଷା ପାଇଁ ସବୁଠୁ ଅଧିକ ଖର୍ଚ୍ଚ କରୁଛନ୍ତି ଓ ୯୦ ପ୍ରତିଶତ ପିଲା ଜିଲ୍ଲା ଓ ରାଜ୍ୟ ବାହାରେ ପାଠ ପଢୁଛନ୍ତି । ମଡେଲ୍‌ ଗ୍ରାମ ବିକାଶ ଯୋଜନାର ଏକ ଅଂଶ ଭାବରେ କାହୋ ଓ ମୁସାଇ ପ୍ରାଥମିକ ବିଦ୍ୟାଳୟଗୁଡ଼ିକୁ କିବିଥୁରେ ଥିବା ବିଦ୍ୟାଳୟରେ ମିଶାଇ ତାକୁ ଏକ ଆଦର୍ଶ, ବହୁ ମହଲା ବିଶିଷ୍ଟ ଆବାସିକ ମାଧ୍ୟମିକ ବିଦ୍ୟାଳୟ ସହିତ ଏକ ଶିକ୍ଷା କେନ୍ଦ୍ରରେ ବିକଶିତ କରିବା ପ୍ରସ୍ତାବ ରହିଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | Mallika Sherawat: ରୀମା ଲାମ୍ବାରୁ ହଟ୍ ଅଭିନେତ୍ରୀ ମଲ୍ଲିକା ଶେରାୱତ୍ ହେବାର ଯାତ୍ରା ସହଜ ଥିଲା

ମଡେଲ୍ ସ୍କୁଲରେ ସ୍ମାର୍ଟ ଶ୍ରେଣୀଗୃହ ଓ ହଷ୍ଟେଲ ସହିତ ଛାତ୍ର ଓ ଛାତ୍ରୀମାନଙ୍କ ପାଇଁ ଅଲଗା ଅଲଗା ହଷ୍ଟେଲ୍‌, ଶିକ୍ଷକମାନଙ୍କ ପାଇଁ ଆବାସିକ କ୍ୱାର୍ଟର୍ସ, ଖେଳ ପଡି଼ଆ ଓ ଏକ ବଡ଼ ହଲ୍ ଭଳି ସୁବିଧା ରହିବ ବୋଲି ପ୍ରସ୍ତାବରେ କୁହାଯାଇଛି । ସୂତ୍ରରୁ ପ୍ରକାଶ ଯେ ୱାଲଙ୍ଗ, ନାମତୀ, କରୋଟି, ଡୋଙ୍ଗ ଓ ତିରାପରେ କୌଣସି ମାଧ୍ୟମିକ ବିଦ୍ୟାଳୟ ନ ଥିବାରୁ ଏହି ଆଦର୍ଶ ବିଦ୍ୟାଳୟ ଏହି ସବୁ ଜିଲ୍ଲାର ପିଲାମାନଙ୍କ ଶିକ୍ଷା ଆବଶ୍ୟକତାକୁ ପୂରଣ କରିପାରିବ।

ଏହା ବି ପଢ଼ନ୍ତୁ | ‘‘ସରି… ଭଲ ଥିବ, ବାଏ…’’: କଲେଜ ହଷ୍ଟେଲରେ ମୃତ୍ୟୁ ପୂର୍ବରୁ ଲେଖିଥିଲେ ବଲାଙ୍ଗିରର ଛାତ୍ରୀ

ଜାତୀୟ ପିପୁଲ୍ସ କଂଗ୍ରେସରେ (NPC), ଅର୍ଥାତ ଚୀନ୍‌ ସଂସଦରେ, ଆସିଥିବା ଡ୍ରାଫ୍ଟ ଆଇନରେ କୁହାଯାଇଛି ଯେ ଏହି ନୂଆ ଆଇନ୍‌ କେବଳ ଦେଶର ସୀମା ପାଇଁ ଉଦ୍ଦିଷ୍ଟ । ଏହାର ଅର୍ଥ ହେଉଛି ଭାରତ ଏହା ଦ୍ୱାରା ପ୍ରଭାବିତ ହୋଇପାରେ, କାରଣ ଦୁଇ ଦେଶ ମଧ୍ୟରେ ମୁଖ୍ୟ ବିବାଦ ଭୂମି ସୀମାକୁ ନେଇ ଚାଲିଛି । ଏହି କାରଣରୁ ଭାରତ ଏହା ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଚୀନ୍‌ ସେହି ଆଇନରେ କହିଛି ଯେ ଦେଶର ସୀମା ସୁରକ୍ଷାକୁ ମଜବୁତ କରିବା, ଅର୍ଥନୈତିକ ଓ ସାମାଜିକ ବିକାଶକୁ ସୁଦୃଢ଼ କରିବା, ସୀମା ଅଞ୍ଚଳକୁ ସୁଦୃଢ଼ କରିବା, ଜନସାଧାରଣଙ୍କ ସେବା ଓ ଭିତ୍ତିଭୂମିକୁ ପ୍ରୋତ୍ସାହିତ କରିବା ଓ ସେଠାକାର ଲୋକଙ୍କ ଜୀବନ ଓ କାର୍ଯ୍ୟରେ ଯୋଗଦାନ ପାଇଁ ପଦକ୍ଷେପ ନେବ । ସେହି ଆଇନ ଚୀନର ସ୍ଥଳ ସୀମାକୁ ସାମରିକ ପ୍ରତିରକ୍ଷା ସହିତ ଯୋଡି଼ଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ‘‘ଜୟ ଜଗନ୍ନାଥ, ରସଗୋଲା ଆମର’’: ରିଆଲିଟି ଶୋରେ ଓଡ଼ିଶାର ରସଗୋଲା! ଚର୍ଚ୍ଚାରେ ଓଡି଼ଆ ଝିଅ

ଭାରତ ଏହି ଆଇନକୁ ନେଇ ଉଦବେଗ ପ୍ରକାଶ କରୁଛି ବୋଲି ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ରଙ୍କୁ ପ୍ରଶ୍ନ ପଚରାଯିବାରୁ ମୁଖପାତ୍ର ୱାଙ୍ଗ୍‌ ୱେନବିନ୍‌ କହିଛନ୍ତି, ‘‘ଆମେ ଆଶା କରୁଛୁ ଯେ ଚୀନରେ ଗୃହୀତ ହୋଇଥିବା ଆଇନ୍‌ ବିଷୟରେ ବିଭିନ୍ନ ଦେଶ ଅଯୌକ୍ତିକ କଳ୍ପନାଜଳ୍ପନା କରିବାରୁ କ୍ଷାନ୍ତ ହେବା ଉଚିତ । ପଡ଼ୋଶୀ ଦେଶ ସହ ଚୀନର ସହଯୋଗ ଓ ସ୍ଥଳ ସୀମା ସମସ୍ୟାର ମୁକାବିଲା ପାଇଁ ଏହି ଆଇନରେ ସ୍ପଷ୍ଟ ସର୍ତ୍ତ ରହିଛି । ଏହା ଚୀନର ବର୍ତ୍ତମାନର ସୀମା ଚୁକ୍ତିଗୁଡି଼କର କାର୍ଯ୍ୟକାରିତା ଉପରେ ପ୍ରଭାବ ପକାଇବ ନାହିଁ । ଏହି ଆଇନ୍‌ ପଡ଼ୋଶୀ ଦେଶମାନଙ୍କ ସହ ଆମ ସହଯୋଗରେ ଚାଲିଥିବା ପରମ୍ପରାକୁ ବି ବଦଳାଇବ ନାହିଁ ।’’ ତେବେ ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ ସୀମା ପ୍ରସଙ୍ଗରେ ଚୀନ୍‌ନିଜ ଆଭିମୁଖ୍ୟ ପରିବର୍ତ୍ତନ କରିବ ନାହିଁ ।
First published:
)}