News18 odia digital
ନୂଆ ଦିଲ୍ଲୀ: ଭାରତରେ ୫୯ଟି ଚାଇନିଜ୍ ଆପ୍ ବ୍ୟାନ୍ (china apps ban) କରିବା ପରେ ସରକାର ବର୍ତ୍ତମାନ ଚୀନର ଅନ୍ୟ ୨୭୫ଟି ଆପ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତୁତ ହେଉଛନ୍ତି । ସରକାର ଯାଞ୍ଚ କରୁଛନ୍ତି ଏହି ଆପଗୁଡିକ କୌଣସି ପ୍ରକାରେ ଜାତୀୟ ସୁରକ୍ଷା (nationa security) ଓ ଉପଭୋକ୍ତା ଗୋପନୀୟତା ପ୍ରତି ବିପଦ ସୃଷ୍ଟି କରୁଛନ୍ତି କି ନାହିଁ । ସୂତ୍ରଙ୍କ ଅନୁସାରେ ଯେଉଁ କମ୍ପାନୀଗୁଡିକର ସର୍ଭର ଚୀନରେ ଅଛି ସେମାନଙ୍କ ଉପରେ ପ୍ରଥମେ ବ୍ୟାନ୍ ଲଗାଇବାକୁ ପ୍ରୟାସ ଚାଲିଛି ।
ସୂଚନା ଅନୁସାରେ ଏହି ୨୭୫ଟି ଆପ ମଦ୍ୟରେ ଗେମିଂ ଆପ୍ PUBG ବ ଅନ୍ତର୍ଭୁକ୍ତ, ଯାହା ଚୀନର ବ୍ଲୁବଲ୍ ଇଣ୍ଟରନେଟ୍ ଟେନ୍ସେଣ୍ଟର (Tencent) ଅଂଶ । ଏଥିରେ ଜିଆଓମି (Xiaomi) ବନେଇଥିବା ଜିଲି (Zili) ଆପ୍, ଇ-କମର୍ସ ଆଲିବାବାର (Alibaba) ଆଲିଏକ୍ସପ୍ରେସ୍ (Aliexpress) ଆପ୍, ରେସୋ ଆପ୍ (Resso) ଓ ବାଇଟେଡାନ୍ସର (Bytedance) ୟୁ ଲାଇକ୍ (ULike) ଆପ୍ ମଧ୍ୟ ଅନ୍ତର୍ଭୁକ୍ତ । ଏହି ମାମଲା ସହିତ ଜଡିତ ଜଣେ ବ୍ୟକ୍ତି କହିଛନ୍ତି ଯେ ଭାରତ ସରକାର ଏହି ୨୭୫ଟି ଆପ୍ କିମ୍ବା ସେଥିରୁ କିଛି ଆପ୍ ଉପରେ ପ୍ରତିବନ୍ଧକ ଲଗାଇ ପାରନ୍ତି । ଯଦିଓ ଏହି ଆପଗୁଡ଼ିକରେ ଯଦି କୈଣସି ତ୍ରୁଟି ନ ମିଳେ ତେବେ କୌଣସି ଆପ୍ ଉପରେ ପ୍ରତିବନ୍ଧକ ଲଗାଯିବ ନାହିଁ ।

ଭାରତରେ ବ୍ୟାନ୍ ହୋଇଥିବା ଚାଇନିଜ୍ ଆପ୍
ଏହି ଘଟଣା କ୍ରମ ସହିତ ଜଡ଼ିତ ଏକ ସରକାରୀ ସୂତ୍ରରୁ ପ୍ରକାଶ ଯେ ଚୀନର ଆପଗୁଡ଼ିକୁ କ୍ରମାଗତ ଭାବରେ ସମୀକ୍ଷା କରାଯାଉଛି ଓ ସେମାନେ କେଉଁଠାରୁ ପାଣ୍ଠି ନେଉଛନ୍ତି ତାହା ଜାଣିବା ପାଇଁ ମଧ୍ୟ ଉଦ୍ୟମ କରାଯାଉଛି । ଅଧିକାରୀଙ୍କ କହିବାନୁସାରେ ଏହା ଦେଖିବାକୁ ମିଳିଛି ଯେ କେତେକ ଚାଇନିଜ୍ ଆପ୍ ଜାତୀୟ ସୁରକ୍ଷା ପାଇଁ ବିପଦଜନକ । ଆହୁରି ମଧ୍ୟ କିଛି ଆପ୍ ଡାଟା ଶେୟାରିଂ ଓ ଗୋପନୀୟତା ନିୟମ ଉଲ୍ଲଙ୍ଘନ କରୁଛନ୍ତି ।
ସରକାର ନିୟମ ବନେଇବାକୁ ପ୍ରସ୍ତୁତ ହେଉଛନ୍ତିଏକ ରିପୋର୍ଟ ଅନୁଯାୟୀ ଭାରତ ସରକାର ବର୍ତ୍ତମାନ ସବୁ ଆପ୍ ପାଇଁ ନିୟମ ତିଆରି କରୁଛନ୍ତି, ଯାହାକୁ ସମସ୍ତଙ୍କୁ ପୂରଣ କରିବାକୁ ପଡ଼ିବ । ଯଦି ସେମାନେ ତାହା କରା ନ କରନ୍ତି, ତେବେ ସେହି ଆପ୍ସ ଉପରେ ପ୍ରତିବନ୍ଧକ ଲଗାଯିବାର ଆଶଙ୍କା ରହିବ ।
ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏହା ସରକାରଙ୍କ ଏକ ବଡ଼ ଯୋଜନା । ଦେଶରେ ସାଇବର ସୁରକ୍ଷାକୁ ମଜବୁତ କରିବା ଓ ଭାରତୀୟ ନାଗରିକଙ୍କ ତଥ୍ୟ ସୁରକ୍ଷିତ କରିବା ଉପରେ ସରକାର ପ୍ରାଥମିକତା ଦେଉଛନ୍ତି । ଏହି ନିୟମ ଓ ନିର୍ଦ୍ଦେଶାବଳୀରେ କୁହାଯିବ ଆପମାନଙ୍କୁ ଭାରତରେ ରହିବା ପାଇଁ କ’ଣ କ’ଣ କରିବାକୁ ହେବ ଓ କ’ଣ ନ କରିବାକୁ ହେବ ।
ଏହା ବି ପଢ଼ନ୍ତୁ:
ପାକିସ୍ତାନ ଓ ଚୀନ୍ ପାଇଁ କାଳ! ବୁଧବାର ଦିନ ଭାରତରେ ପହଞ୍ଚିବ ୫ଟି ରାଫେଲ୍ ଯୁଦ୍ଧ ବିମାନଏହା ବି ପଢ଼ନ୍ତୁ:
ଗବେଷଣାରୁ ଜଣାପଡ଼ିଲା କାହିଁକି ମହିଳାଙ୍କ ତୁଳନାରେ ପୁରୁଷମାନେ କରୋନାର ଅଧିକ ଶିକାର ହେଉଛନ୍ତିକିଛି ଦିନ ପୂର୍ବରୁ ମୋଦି ସରକାର ଭାରତରେ ସବୁ ଠାରୁ ଲୋକପ୍ରିୟ ଚାଇନିଜ୍ ଆପ୍ ଟିକଟକ୍ (TikTok) ସମେତ ୫୯ଟି ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଏଥିରେ UCWeb ଓ ଆଲିବାବାର UC ନ୍ୟୁଜ୍ ମଧ୍ୟ ଥିଲା । ସେୟାର୍ ଇଟ୍ ଓ କ୍ୟାମସ୍କାନର୍ ଭଳି ଲୋକପ୍ରିୟ ଆପ୍ ବି ଏହି ପ୍ରତିବନ୍ଧିତ ତାଲିକାରେ ସାମିଲ ଥିଲେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।