ଚୀନରେ ଫସି ରହିଥିବା ୨୩ ଜଣ ଭାରତୀୟ ନାବିକ ଜଲ୍ଦି ସ୍ୱଦେଶ ଫେରିବେ; ୧୪ ଜାନୁଆରୀ ଜାପାନରେ ପହଞ୍ଚିବେ

କେନ୍ଦ୍ର ମନ୍ତ୍ରୀ (Mansukh Mandaviya) ଏକ ଅପଡ଼େଟ ପ୍ରଦାନ କରି କହିଛନ୍ତି ଯେ ଚୀନରେ ଫସି ରହିଥିବା ଭାରତୀୟ ନାବିକମାନେ ୧୪ ଜାନୁଆରୀରେ ଜାପାନର ଚିବା ବନ୍ଦରରେ ପହଞ୍ଚିବେ ଓ କରୋନା ଭାଇରସ୍ ସମ୍ବନ୍ଧୀୟ ସମସ୍ତ ପ୍ରୋଟୋକଲ୍ ଅନୁସରଣ କରିବା ପରେ ଭାରତ ଫେରିବେ ।

ଚୀନରେ ଫସି ରହିଥିବା ୨୩ ଜଣ ଭାରତୀୟ ନାବିକ ଜଲ୍ଦି ସ୍ୱଦେଶ ଫେରିବେ; ୧୪ ଜାନୁଆରୀ ଜାପାନରେ ପହଞ୍ଚିବେ
ଚୀନରେ ଫସି ରହିଥିବା ୨୩ ଭାରତୀୟ ନାବିକ ଜଲ୍ଦି ସ୍ୱଦେଶ ଫେରିବେ
  • News18 Odia
  • Last Updated: January 9, 2021, 5:19 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ଚୀନରେ ଫସି ରହିଥିବା ୩୯ ଜଣ ଭାରତୀୟ ନାବିକଙ୍କ ମଧ୍ୟରୁ ୨୦ ଜଣରୁ ଅଧିକ ଖୁବ ଶୀଘ୍ର ଘରକୁ ଫେରିବେ । ପରିବହନ ମନ୍ତ୍ରୀ ମାନସୁଖ ମାଣ୍ଡଭିଆ କହିଛନ୍ତି ଯେ ୧୪ ଜାନୁଆରୀରେ ୨୩ ଜଣ ଭାରତୀୟ ନାଗରିକ ଜାପାନର ଚିବା ବନ୍ଦରରେ ପହଞ୍ଚିବେ ଓ କରୋନା ଭାଇରସ୍ ସମ୍ବନ୍ଧୀୟ ପ୍ରୋଟୋକଲ ସମାପ୍ତ ହେବା ପରେ ଘରକୁ ଫେରିବେ । କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଚୀନ୍ କର୍ତ୍ତୃପକ୍ଷ ଏମଭି ଆନନ୍ଦ (MV Anand) ଓ ଏମଭି ଆନାସ୍ତାସିଆଙ୍କୁ ବନ୍ଦରକୁ ଆସିବାକୁ କିମ୍ବା ମାସ ମାସ ଧରି କ୍ରୁ ପରିବର୍ତ୍ତନ କରିବାକୁ ଅନୁମତି ଦେଇ ନଥିଲେ । ମାଣ୍ଡଭିଆ ଟ୍ୱିଟ୍ କରି କହିଛନ୍ତି ଯେ ଏମଭି ଜାଗ ଆନନ୍ଦରେ ଫସି ରହିଥିବା ୨୩ ଜଣ ଭାରତୀୟ କ୍ରୁ ମେମ୍ବର ଭାରତ ଫେରୁଛନ୍ତି ।

କେନ୍ଦ୍ର ମନ୍ତ୍ରୀ ଏହା ପୂର୍ବରୁ ଲେଖିଛନ୍ତି, "ଚୀନରେ ଫସି ରହିଥିବା ଆମର ନାବିକମାନେ ଫେରୁଛନ୍ତି । ଏମ.ଭି ଜାଗ ଆନନ୍ଦ ଜାହାଜରେ ଫସି ରହିଥିବା ୨୩ ଜଣ ଭାରତୀୟ କ୍ରୁ ସଦସ୍ୟ ଜାପାନର ଚିବା ବନ୍ଦର ଆଡକୁ ଯିବାକୁ ପ୍ରସ୍ତୁତ ହେଉଛନ୍ତି ।" ଡିସେମ୍ବର ମାସରେ ଅନେକ ଭାରତୀୟ ନାବିକ ଚୀନରେ ଫସି ରହି ଜେଲର ଜୀବନର କାହାଣୀ କହୁଥିବା ଭିଡିଓ ଭାଇରାଲ ହୋଇଥିଲା । ଏଥିମଧ୍ୟରୁ ଅନେକ ନାବିକମାନେ ସେମାନଙ୍କୁ ସାହାଯ୍ୟ କରିବାକୁ ସରକାରଙ୍କୁ ଆହ୍ୱାନ କରିଥିଲେ । ଶୁକ୍ରବାର ଦିନ ଭାରତ ସରକାର ନାବିକମାନଙ୍କୁ ସାହାଯ୍ୟ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଥିଲେ । ଯେଉଁଥିରେ ଜାହାଜରେ ଅଟକି ରହିଥିବା ଭାରତୀୟ ନାବିକଙ୍କୁ ବଦଳାଇବା କିମ୍ବା ଜାହାଜକୁ ଚୀନ୍ ବନ୍ଦରକୁ ନେବା ପାଇଁ ବିକଳ୍ପ ଥିଲା ।



ତେବେ କେନ୍ଦ୍ର ମନ୍ତ୍ରୀ (Mansukh Mandaviya) ଏକ ଅପଡ଼େଟ ପ୍ରଦାନ କରି କହିଛନ୍ତି ଯେ ଭାରତୀୟ ନାବିକମାନେ ୧୪ ଜାନୁଆରୀରେ ଜାପାନର ଚିବା ବନ୍ଦରରେ ପହଞ୍ଚିବେ ଓ କରୋନା ଭାଇରସ୍ ସମ୍ବନ୍ଧୀୟ ପ୍ରୋଟୋକଲ୍ ଅନୁସରଣ କରିବା ପରେ ଭାରତ ଫେରିବେ । ଉଭୟ ଜାହାଜରେ ଫସି ରହିଥିବା କ୍ରୁ ମେମ୍ବରମାନେ ଅଷ୍ଟ୍ରେଲିୟ କୋଇଲା ସହିତ ପହଞ୍ଚିଥିଲେ । କିନ୍ତୁ ସେମାନଙ୍କୁ ଯିବାକୁ ଅନୁମତି ଦିଆଯାଇନଥିଲା । ଚୀନ୍ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ବାଣିଜ୍ୟ ଯୁଦ୍ଧ ମଧ୍ୟରେ ଭାରତୀୟ ନାବିକମାନେ ମାସେ ଧରି ଜାହାଜରେ ଅଟକି ରହିଥିଲେ ।

NUSI ର (National Union of Seafarers of India) ସାଧାରଣ ସମ୍ପାଦକ ଅବଦୁଲଗାନି ସେରଙ୍ଗ କହିଛନ୍ତି ଯେ ଚୀନ୍ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ବାଣିଜ୍ୟ ଯୁଦ୍ଧରେ ଭାରତୀୟ ନାବିକମାନେ ବଳିପଡିଛନ୍ତି । ଏଭଳି ପରିସ୍ଥିତିରେ ନାବିକମାନଙ୍କୁ ଫୋନ ମାଧ୍ୟମରେ କାଉନସେଲିଂ ଯୋଗାଯାଉଛି ।
Published by: Jagdish Barik
First published: January 9, 2021, 5:08 PM IST
corona virus btn
corona virus btn
Loading