ଲଦ୍ଦାଖରେ ସହିଦଙ୍କ ହୋଇଥିବା ସୈନ୍ୟଙ୍କ ଭିତରେ ଅଛନ୍ତି ୨ ଜଣ ଓଡ଼ିଆ; ଗାଁରେ ଶୋକର ଛାୟା

ଚୀନ୍ ସୈନ୍ୟଙ୍କ ସହ ସଙ୍ଘର୍ଷରେ ସହିଦ ହୋଇଛନ୍ତି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ୍ ଅନ୍ତର୍ଗତ ବଡ଼ଚମ୍ପାଉଦା ଗାଁର ନାଏବ ସୁବେଦାର ନନ୍ଦୁରାମ ସୋରେନ (୪୨ ବର୍ଷ) ଓ କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକ ଅନ୍ତର୍ଗତ ବିଅରପାଙ୍ଗା ଗାଁର ସିପାହୀ ଚନ୍ଦ୍ରକାନ୍ତ ପ୍ରଧାନ (୩୨ ବର୍ଷ)।

ଲଦ୍ଦାଖରେ ସହିଦଙ୍କ ହୋଇଥିବା ସୈନ୍ୟଙ୍କ ଭିତରେ ଅଛନ୍ତି ୨ ଜଣ ଓଡ଼ିଆ; ଗାଁରେ ଶୋକର ଛାୟା
ସହିଦ ସିପାହୀ ଚନ୍ଦ୍ରକାନ୍ତ ପ୍ରଧାନ ଓ (ଡାହାଣ) ସହିଦ ନାଏବ ସୁବେଦାର ନନ୍ଦୁରାମ ସୋରେନ
  • News18 Odia
  • Last Updated: June 17, 2020, 10:32 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

କନ୍ଧମାଳ/ବାରିପଦା: ସୋମବାର ରାତିରେ ଚୀନ୍ ସୈନିକମାନଙ୍କ ସହ ହିଂସକ ମୁକାବିଲାରେ ଭାରତ-ଚୀନ୍ ସୀମାରେ ଥିବା ଗାଲୱାନ୍ ଉପତ୍ୟକାରେ ସହିଦ ହୋଇଥିବା ୨୦ ଜଣ ଭାରତୀୟ ସୈନିକଙ୍କ ମଧ୍ୟରେ ଥିଲେ ଓଡ଼ିଶାର ଦୁଇ ଜଣ ଯବାନ । ସେ ଦୁହେଁ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବ୍ଲକ ଅନ୍ତର୍ଗତ ବଡ଼ଚମ୍ପାଉଦା ଗାଁର ନାଏବ ସୁବେଦାର ନନ୍ଦୁରାମ ସୋରେନ (୪୨ ବର୍ଷ) ଓ କନ୍ଧମାଳ ଜିଲ୍ଲାର ରାଇକିଆ ବ୍ଲକ ଅନ୍ତର୍ଗତ ବିଅରପାଙ୍ଗା ଗାଁର ସିପୋୟ ଚନ୍ଦ୍ରକାନ୍ତ ପ୍ରଧାନ (୩୨ ବର୍ଷ)।

ବୁଧବାର ଦିନ ଏହି ଦୁଇ ସୈନିକଙ୍କ ମୃତ୍ୟୁ ଖବର ଆସିବା ପରେ ଦୁଇଟି ଗାଁ ଉପରେ ଦୁଃଖର ବାଦଲ ଜମିଯାଇଥିଲା । ସୋରେନ୍ ୧୯୯୭ରେ ୧୬ ବିହାର ରେଜିମେଣ୍ଟରେ ଯୋଗ ଦେଇଥିଲେ, ଆଉ ପ୍ରଧାନ ଗତ ଛଅ ବର୍ଷ ଧରି ସେହି ରେଜିମେଣ୍ଟ ସହ କାର୍ଯ୍ୟ କରୁଥିଲେ । ସୋରେନ ଜଣେ ଜୁନିଅର କମିଶନଡ୍‌ ଅଫିସର (JCO) ଥିଲେ ।  ଘରେ ତାଙ୍କର ତାଙ୍କ ପତ୍ନୀ ଓ ତିନୋଟି ଝିଅ ଅଛନ୍ତି ।

ଚନ୍ଦ୍ରକାନ୍ତଙ୍କ ଘରେ ଦୁଇ ଭାଇ ଓ ଗୋଟିଏ ଭଉଣୀ ଅଛନ୍ତି । ଭାଇ ନବକିଶୋର ପ୍ରଧାନ, ଭଉଣୀ ସନ୍ଧ୍ୟା ପ୍ରଧାନ ଓ ଭାଇ ଦିବ୍ୟରଞ୍ଜନ ପ୍ରଧାନ ସମସ୍ତେ ଚନ୍ଦ୍ରକାନ୍ତ ପାଉଥିବା ଦରମା ଉପରେ ନିର୍ଭର କରୁଥିଲେ । ଚନ୍ଦ୍ରକାନ୍ତ ପ୍ରଧାନଙ୍କ ପରିବାରକୁ ଫୋନ୍‌ ଯୋଗେ ଏହି ଦୁଃଖଦ ଘଟଣାର ସୂଚନା ମିଳିଥିଲା ।

ସହିଦ ସିପାହୀ ଚନ୍ଦ୍ରକାନ୍ତ ପ୍ରଧାନଙ୍କ ଶୋକାକୁଳ ପରିବାର ସଦସ୍ୟମାନେ


ଚନ୍ଦ୍ରକାନ୍ତଙ୍କ ପିତା କରୁଣାକର ପ୍ରଧାନ କହିଛନ୍ତି ଯେ ରେଜିମେଣ୍ଟର ସୁବେଦାର୍‌ ଡି.ସି. ପ୍ରଧାନଙ୍କ ଠାରୁ ସେ ତାଙ୍କ ପୁଅର ମୃତ୍ୟୁ ସମ୍ପର୍କରେ ସୂଚନା ପାଇଥିଲେ । “ମୋତେ ଭାରି ଦୁଃଖ ଲାଗୁଛି ମୋ’ ପୁଅକୁ ହରେଇଥିବାରୁ, ହେଲେ ମୁଁ ଗର୍ବିତ ଯେ ଦେଶର ସୁରକ୍ଷା ପାଇଁ ସେ ନିଜ ଜୀବନକୁ ଉତ୍ସର୍ଗ କରିଛି,’’ କହିଛନ୍ତି କରୁଣାକର ।

ନନ୍ଦୁରାମ ସୋରେନ ଚାରିଭାଇଙ୍କ ମଧ୍ୟରେ ସବୁ ଠୁ ସାନ ଥିଲେ । ତାଙ୍କର ଜଣେ ବଡ଼ ଭାଇ ଦମନ କହିଛନ୍ତି ଯେ ସେହି ରେଜିମେଣ୍ଟରେ ସେବା ଦେଇ ଅବସରପ୍ରାପ୍ତ ହୋଇଥିବା ସୁବେଦାର ମହେନ୍ଦ୍ରନାଥ ମହନ୍ତଙ୍କ ଠାରୁ ସେ ଏହି ଦୁଃଖଦ ଖବର ପାଇଥିଲେ । ଚୀନ୍ ସୈନିକମାନଙ୍କ ସହ ସଙ୍ଘର୍ଷରେ ନନ୍ଦୁରାମ୍‌ ପ୍ରାଣ ହରାଇଛନ୍ତି ବୋଲି ମହନ୍ତ ତାଙ୍କୁ ସୂଚନା ଦେଇଥିଲେ ।

‘‘ପିଲାଟି ଦିନରୁ ସେ (ନନ୍ଦୁରାମ) ଦେଶର ସେବା କରିବାକୁ ଚାହୁଁଥିଲେ । ସେନାରେ ଯୋଗ ଦେବା ପରେ ତାଙ୍କୁ ଲଦ୍ଦାଖରେ ନିୟୋଜିତ କରାଯାଇଥିଲା,’’ ଦମନ କହିଛନ୍ତି ।

ସହିଦ ନାଏବ ସୁବେଦାର ନନ୍ଦୁରାମ ସୋରେନଙ୍କ ସ୍ତ୍ରୀ ଲକ୍ଷ୍ମୀମଣି ଓ ତିନି ପିଲା


ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସହିଦ ହୋଇଥିବା ଏହି ଦୁଇ ଓଡ଼ିଆ ଯବାନ ଓ ଅନ୍ୟ ଭାରତୀୟ ସେନା କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ନବୀନ କହିଛନ୍ତି ଯେ ଯବାନମାନଙ୍କର ଏହି ସର୍ବୋଚ୍ଚ ବଳିଦାନ ଦେଶ ପାଇଁ ସଦା ସ୍ମରଣୀୟ ହୋଇ ରହିବ ।

‘‘ଲଦ୍ଦାଖ ଗାଲୱାନ୍ ଘାଟିରେ ହୋଇଥିବା ସେନାର ସଙ୍ଘର୍ଷରେ ଦୁଇ ଓଡ଼ିଆ ଯବାନ ଚନ୍ଦ୍ରକାନ୍ତ ପ୍ରଧାନ ଓ ନନ୍ଦୁରାମ ସୋରେନଙ୍କ ଶହୀଦ ଖବର ମୋତେ ବ୍ୟଥିତ କରିଛି। ଦୁହିଁଙ୍କ ଦେଶପ୍ରେମ ଓ ବଳିଦାନ ଚିର ସ୍ମରଣୀୟ ରହିବ। ଉଭୟ ବୀରଙ୍କ ପରିବାରବର୍ଗଙ୍କ ପ୍ରତି ମୋ’ର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି,’’ ନବୀନ ଏକ ଟ୍ୱିଟରେ ଲେଖିଛନ୍ତି ।

ଏହି ଦୁଇ ସହିଦ ଓଡ଼ିଆ ଯବାନଙ୍କ ମର ଶରୀର ଆସନ୍ତା କାଲି ଆସି ପହଞ୍ଚିବ ବୋଲି ସେମାନଙ୍କ ପରିବାରକୁ ସେନା ପକ୍ଷରୁ ସୂଚିତ କରାଯାଇଛି ।

ଏହା ବି ପଢ଼ନ୍ତୁ: 

ଫ୍ୟାକ୍ଟ ଚେକ୍: ଏହି ତି୩ଟି ମୃତ୍ୟୁକୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଯୋଡ଼ାଯାଉଛି କାହିକି?

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କଲେ

କାହିଁକି ଡିପ୍ରେସନରେ ଥିଲେ ସୁଶାନ୍ତ ସିଂ ରାଜପୁତ? କଥିତ ଗର୍ଲଫ୍ରେଣ୍ଡ ରିୟାଙ୍କ ସହ ପଚରାଉଚରା କରିବ ପୋଲିସ୍‌

ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବ ମ୍ୟାନେଜର୍ ଦିଶା ୫ ଦିନ ତଳେ ୧୨ ମହଲାରୁ ତଳକୁ ଖସି ମରିଥିଲେ

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 17, 2020, 10:32 PM IST
corona virus btn
corona virus btn
Loading