ଆଜି ମହାପ୍ରଭୁଙ୍କ ବନକ ଲାଗି ବେଶ; ୪ ଘଣ୍ଟା ଦର୍ଶନରୁ ବଞ୍ଚିତ ହେବେ ଭକ୍ତ

ବନକଲାଗି ନୀତି ଏକ ଗୁପ୍ତନୀତି ହୋଇଥିବାରୁ ଦତ୍ତ ମହାପାତ୍ର ସେବକମାନେ ଗର୍ଭଗୃହକୁ ପ୍ରବେଶ କରିବା ମାତ୍ରେ ଜୟବିଜୟ ଦ୍ୱାର ବନ୍ଦ ରହିଥାଏ। ଏହି ନୀତି ପରେ ମହାପ୍ରଭୁଙ୍କ ଶ୍ରୀମୁଖ ଉଜ୍ଜ୍ୱଳମୟ ହୋଇଉଠେ।

ଆଜି ମହାପ୍ରଭୁଙ୍କ ବନକ ଲାଗି ବେଶ

ଆଜି ମହାପ୍ରଭୁଙ୍କ ବନକ ଲାଗି ବେଶ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ପୁରୀ: ଆଜି ସନ୍ଧ୍ୟାରେ ଶ୍ରୀଜିଉଙ୍କ ବନକଲାଗି ନୀତି(BanakLata Niti) ଅନୁଷ୍ଠିତ ହେବ। ଏହି ନୀତି ପାଇଁ ୪ ଘଣ୍ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ପ୍ରତିବର୍ଷ ଫାଲଗୁନ-ଶୁକ୍ଳ ତୃତୀୟା ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହୁଏ। ଏଣୁ ଚଳିତ ବର୍ଷ ମଧ୍ଯ ଏହି ନୀତି ସମ୍ପନ୍ନ କରାଯିବ। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଆପାତତଃ ସନ୍ଧ୍ୟା ଘ.୬.୦୦ ରୁ ରାତ୍ର ଘ.୧୦.୦୦ ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

Jaya Ekadashi 2023: ଜୟା ଏକାଦଶୀ ଦିନ ଏହି ୩ଟି କାମ କଲେ ଦୂର ହେବ ଆର୍ଥିକ ସମସ୍ୟା


ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବାପରେ ଦତ୍ତମହାପାତ୍ର ସେବକ ମାନେ ଗର୍ଭଗୃହକୁ ପ୍ରବେଶ କରି ପ୍ରାୟ ୪ଘଣ୍ଟା ଧରି ମହାପ୍ରଭୁଙ୍କ ଶ୍ରୀମୁଖ ସୃଙ୍ଗାର କରିବେ। ହିଙ୍ଗୁଳ, ହରିତାଳ, ଶଂଖ,କସ୍ତୁରୀ ଆଦି ପାରମ୍ପରିକ ସାମଗ୍ରୀରେ ପ୍ରସ୍ତୁତ ନାଲି, ଧଳା, କଳା ଆଦି ବିଭିନ୍ନ ପ୍ରକାର ରଙ୍ଗରେ ମହାପ୍ରଭୁଙ୍କର ବନକଲାଗି ନିତି ସମ୍ପର୍ଣ୍ଣ କରାଯିବ। ବନକଲାଗି ନୀତି ଏକ ଗୁପ୍ତନୀତି ହୋଇଥିବାରୁ ଦତ୍ତ ମହାପାତ୍ର ସେବକମାନେ ଗର୍ଭଗୃହକୁ ପ୍ରବେଶ କରିବା ମାତ୍ରେ ଜୟବିଜୟ ଦ୍ୱାର ବନ୍ଦ ରହିଥାଏ। ଏହି ଅନନ୍ୟ ନୀତି ସରିବା ପରେ ମହାପ୍ରଭୁଙ୍କର ମହାସ୍ନାନ ହୋଇ ଦର୍ଶନ ଆରମ୍ଭ ହେବାର ବିଧି ରହିଛି। ବନକଲାଗି ପରେ ମହାପ୍ରଭୁଙ୍କ ଶ୍ରୀମୁଖ ଉଜ୍ଜ୍ୱଳମୟ ହୋଇଉଠେ। ମହାପ୍ରଭୁଙ୍କ ଚକାଡୋଳା ଚମକି ଉଠିଥାଏ। ଆଉ ମହାପ୍ରଭୁ ଏହି ଚକାଆଖିରେ ଭକ୍ତଜନଙ୍କୁ ଆକର୍ଷିତ କରିଥାନ୍ତି। ଏଥିସହିତ ଏହି ସାମଗ୍ରୀ ଲେପନରେ ମହାପ୍ରଭୁଙ୍କ ଶ୍ରୀମୁଖ ସୁରକ୍ଷିତ ରହିଥାଏ ବୋଲି ଗବେଷକ ମାନେ କହିଥାନ୍ତି।

SURYA JAYANTI: ଜାଣନ୍ତୁ ମାଘ ମାସର ରଥ ସପ୍ତମୀର ତିଥି, ମୁହୂର୍ତ୍ତ ଓ ମହତ୍ତ୍ବ ବିଷୟରେ

ଶ୍ରୀମନ୍ଦିରରେ ବନକଲାଗି ନୀତି ନେଇ ଦତ୍ତ ମହାପାତ୍ର ସେବାୟତଙ୍କୁ ହିଙ୍ଗୁଳ , ହର୍ତାଳ, କସ୍ତୁରୀ ଓ କେଶର ଯୋଗାଇ ଦିଆଯାଇଛି । ଏହାକୁ ମିଶ୍ରଣ କରି ସ୍ୱତନ୍ତ୍ର ରଙ୍ଗ ପ୍ରସ୍ତୁତ କରି ସେବକମାନେ ଅପରାହ୍ନରେ ମଧ୍ୟାହ୍ନ ଧୂପ ପରେ ଶ୍ରୀମନ୍ଦିରରେ ପ୍ରବେଶ କରିବେ । ରତ୍ନସିଂହାସନ ଉପରେ ଚଢ଼ି ଅଧର ପୋଛା କରି ତାପରେ ଶ୍ରୀମୁଖ ଶୃଙ୍ଗାର କରିବେ । ଏହି ସମୟରେ ଜୟ ବିଜୟ ଦ୍ୱାର ବନ୍ଦ ରହିବ। ଆଉ ଏହି ସେବାରେ ୫ ଜଣ ଦତ୍ତ ମହାପାତ୍ର ସେବାୟତ ରହିବେ ।ତେବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହାକୁ ନେଇ ଭକ୍ତଂକ ଦର୍ଶନ କଟକଣା ଜାରି କରାଯାଏ । ସେପଟେ ମାର୍ଚ୍ଚ ୭ ରେ ଦୋଳ ନୀତି ଓ ଠାକୁରଙ୍କ ସୁନାବେଶ ରହୁଥିବାରୁ ଶ୍ରୀମୁଖ ସୁନ୍ଦର ଦେଖାଯିବା ପାଇଁ ବନକଲାଗି କରାଯିବ ବୋଲି କହିଛନ୍ତି ସେବାୟତ । ତେବେ ଲକ୍ଷାଧିକ ଭକ୍ତଙ୍କୁ କେବଳ ଚକା ଆଖି ଟାଣି ଅଣୁଥିବାରୁ ଏହି ନୀତି ବେଶ ଗୁରୁତ୍ୱପୂର୍ଣ୍ଣ ।

ଆଜି ମହାପ୍ରଭୁଙ୍କ ପଦ୍ମମୁଖ ବେଶ; ମୁଣ୍ଡଠୁ ପାଦ ପର୍ଯ୍ୟନ୍ତ ପଦ୍ମ ଫୁଲରେ ବିଭୂଷିତ ହେବେ ଚତୁର୍ଦ୍ଧାମୂର୍ତ୍ତି


ସେପଟେ ଦୋଳପୂର୍ଣ୍ଣିମାରେ ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ବା ରାଜରାଜେଶ୍ବର ବେଶ ଅନୁଷ୍ଠିତ ହେବାକୁ ଥିବାରୁ ନୀତି କାନ୍ତିକୁ କିଭଳି ଶୃଙ୍ଖଳିତ କରାଯିବ ସେନେଇ ସେବାୟତ ପ୍ରତିନିଧିଙ୍କ ସହ ବୈଠକରେ ଆଲୋଚନା କରାଯାଇଛି। ସେପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଥିଲାବେଳେ ଦୋଳବେଦୀ କୋଣ ପାଖରେ ବିଭିନ୍ନ କାର୍ଯ୍ୟ ଚାଲିଥିବାରୁ ଦୋଳରେ ଠାକୁରଙ୍କ ଚଳନ୍ତି ପ୍ରତିମା କିଭଳି ଦୋଳବେଦୀକୁ ବିଜେ କରିବେ ସେନେଇ ଚିନ୍ତାରେ ଅଛନ୍ତି ସେବାୟତ। ତେବେ କାର୍ଯ୍ୟ ସରିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।
Published by:Soumya Das
First published: