ଆଜି ପବିତ୍ର ଦୋଳ ପୂର୍ଣ୍ଣିମା; ଝିମିରି ଫଗୁରେ ଭକ୍ତଙ୍କ ସହ ହୋଲି ଖେଳିବେ ମହାପ୍ରଭୁ

ଆଜି ମହାପ୍ରଭୁଙ୍କ ରାଜରାଜେଶ୍ୱର ବେଶ। ଝିମିରି ଫଗୁରେ ଭକ୍ତଙ୍କ ସହ ହୋଲି ଖେଳିବେ ଶ୍ରୀଜିଉଙ୍କ ଚଳନ୍ତି ପ୍ରତିମା।

ଆଜି ପବିତ୍ର ଦୋଳ ପୂର୍ଣ୍ଣିମା

ଆଜି ପବିତ୍ର ଦୋଳ ପୂର୍ଣ୍ଣିମା

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ପୁରୀ: ଶ୍ରୀମନ୍ଦିର(Srimandira)ରେ ମେଣ୍ଢା ପୋଡି ନୀତି ସରିବା ପରେ ଆଜି ଦୋଳପୂର୍ଣ୍ଣିମା(Dolo Purnima)ରେ ସ୍ୱତନ୍ତ୍ର ଦୋଳ ଉତ୍ସବ ହେବ। ଶ୍ରୀଜିଉଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ ,ଭୂଦେବୀ ଓ ଶ୍ରୀଦେବୀ ମଣି ବିମାନରେ ବସି ଦୋଳବେଦୀକୁ ବିଜେ ସହ ଭକ୍ତ ଓ ସେବାୟତମାନଙ୍କ ସହ ମିଶି ଫଗୁ  ଓ ଅବିରରେ ହୋଲି  ଖେଳିବେ । ଆଜି ଦୋଳବେଦୀରେ ମହାପ୍ରଭୁ ଭକ୍ତମାନଙ୍କୁ ଦର୍ଶନ ଦେବେ । ଅନ୍ୟପକ୍ଷରେ ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ସୁନାବେଶ ଅନୁଷ୍ଠିତ ହେବାର ବିଧି ରହିଛି । ମହଣ ମହଣ ସ୍ୱର୍ଣ୍ଣ ଆଭୂଷଣରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦେଇଛନ୍ତି ଦର୍ଶନ ।

ଶ୍ରୀମନ୍ଦିରରେ ୫ଟି ସୁନାବେଶ ମଧ୍ୟରୁ ଦୋଳପୂର୍ଣ୍ଣିମା ବେଶ ସେଥିମଧ୍ୟରୁ ସ୍ୱତନ୍ତ୍ର । ରତ୍ନ ସିଂହାସନ ଉପରେ ସକାଳୁ ମହାପ୍ରଭୁ ସୁନାବେଶରେ ସଜିତ ହୋଇ ଭକ୍ତଗଣଙ୍କୁ ଦର୍ଶନ ଦେଉଛନ୍ତି । ସେପଟେ ଶ୍ରୀମନ୍ଦିରରେ  ମହାପ୍ରଭୁଙ୍କ ଫଗୁ ଦଶମୀ ଠାରୁ ଆରମ୍ଭ ହୋଇଛି ଦୋଳ ପୂର୍ଣ୍ଣିମା ନୀତି। ଶ୍ରୀମନ୍ଦିରରେ ସପ୍ତାହ ଧରି ଦୋଳ ଉତ୍ସବ ମଧ୍ୟ ଆରମ୍ଭ ହୋଇଛି । ଆଜି  ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ଶେଷ ହେବାପରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଚଳନ୍ତି ପ୍ରତିମା ଦୋଳ ଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ସ୍ୱତନ୍ତ୍ର ବିମାନରେ ବସି  ଦୋଳବେଦୀ କୋଣକୁ ବିଜେ କରିବେ । ସେଠାରେ ଅବିର ଓ ଫଗୁ ଲାଗି କରାଯିବ ।

MONEY MANTRA: ଟଙ୍କା ମାମଲାରେ କେମିତି ରହିବ ଆପଣଙ୍କ ଦିନ; ପଢ଼ନ୍ତୁ ଆର୍ଥିକ ରାଶିଫଳ

ବିଶ୍ୱାସ ରହିଛି, ଫାଲଗୁନ ଶୁକ୍ଳ ଦଶମୀରୁ ଚୈତ୍ର କୃଷ୍ଣ ପ୍ରତିପଦା ପର୍ଯ୍ୟନ୍ତ ମହାପ୍ରଭୁଙ୍କୁ ଦର୍ଶନ କଲେ କୋଟି ପୂଣ୍ୟ ମିଳିଥାଏ । ସେପଟେ  ମଧ୍ୟାହ୍ନଧୂପ ସରିବା ପରେ ମହାପ୍ରଭୁଙ୍କୁ ରାଜରାଜେଶ୍ୱର ବେଶରେ ସଜ୍ଜିତ ହେବାପରେ ଠାକୁର ଠାକୁରାଣୀଙ୍କୁ ଝିମିରି ଫଗୁ ଲାଗି କରାଯିବ। ସେପଟେ ଶ୍ରୀମନ୍ଦିରରେ ଦୋଳପୂର୍ଣ୍ଣିମା ପୂର୍ବଦିନ ଅର୍ଥାତ ଗତକାଲି ସଂଧ୍ୟାରେ ମହାପ୍ରଭୁଙ୍କ ମେଣ୍ଡାପୋଡି ନୀତି ଅନୁଷ୍ଠିତ ହୋଇଛି । ଶ୍ରୀମନ୍ଦିରରେ ମଧ୍ୟାହ୍ନଧୂପ ସରିବା ପରେ ଆଜ୍ଞାମାଳ ପାଇ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଶ୍ରୀଦେବୀ, ଭୂଦେବୀ ଦୋଳବେଦୀକୁ ବିଜେ କରିଥିଲେ। ସେଠାରେ ଗଜପତିଙ୍କ ପ୍ରତିନିଧି ମୁଦିରସ୍ତଙ୍କ ଉପସ୍ଥିତିରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା, ହୋମ, ଦେବନୀତି, ବନ୍ଦାପନା ପରେ ଭୋଗ ହୋଇଥିଲା । ମାରୱାଡି ସଂପ୍ରଦାୟର ମହିଳାଙ୍କ ଦ୍ୱାରା ପୂର୍ବରୁ ସଂଗୃହିତ ଘଷିରେ ଅଗ୍ନି ସଂଯୋଗ କରାଯାଇଥିଲା । ବିଶ୍ୱାସ ଅନୁଯାୟୀ ହୋଲିକା ରାକ୍ଷାସୀକୁ ଦହନର ପ୍ରତିଫଳନ ସ୍ୱରୁପ ଏହି ମେଣ୍ଡାପୋଡି ନୀତି ଅନୁଷ୍ଠିତ ହୁଏ
Published by:Soumya Das
First published: