ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା; ସାଧବ ପୁଅର ଗୌରବ ଗାଥାକୁ ମନେ ପକାଉଛି ଓଡ଼ିଆ ଜାତି

ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଉତ୍କଳର ଐତିହ୍ଯ ଓ ସାଧବପୁଅଙ୍କ ଲେଉଟାଣୀର କାହାଣୀକୁ ମନେ ପକାଇ ଗର୍ବ ଅନୁଭବ କରେ ଓଡ଼ିଆ ଜାତି।

ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା (ପ୍ରତୀକାତ୍ମକ ଛବି)

ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ଏହି ଦିନ ସାଧବ ପୁଅ ଦୂର ଦେଶରୁ ବାଣିଜ୍ଯ ସାରି ସ୍ୱଦେଶକୁ ଫେରିଥିଲେ ବୋଲି ଧାର୍ମିକ ପୁସ୍ତକରେ ଉଲ୍ଲେଖ ରହିଛି । ଉତ୍କଳର ଐତିହ୍ଯ ଓ ସାଧବପୁଅଙ୍କ ଲେଉଟାଣୀର କାହାଣୀ ବଖାଣେ ଏହି ଦିନ। ଦୂର ଦୂରକୁ ବାଣିଜ୍ୟ ପାଇଁ ଯାଇଥିବା ଓଡ଼ିଆପୁଅର ଗୌରବ ବାବଦରେ ମନେ ପକାଇ ଗର୍ବ ଅନୁଭବ କରେ ଓଡ଼ିଆ ଜାତି।

ଆ କା ମା ବୈ..ଗାଇ ଜଣେ ଓଡ଼ିଆଣି ବୋଇତ ଵନ୍ଦାଇ ଭସାଇ ଦିଏ। ଏ ପରମ୍ପରା ହିଁ ବଖାଣେ ଓଡ଼ିଶାର ବୋଇତ ବନ୍ଦାଣର ଐତିହ୍ୟ। ବିଶ୍ୱାସ କରାଯାଏ ଯେ, ଏହି ଦିନରେ ନଦୀରେ ସ୍ନାନ କରି ଦାନ କରିବା ଦ୍ୱାରା ପୁଣ୍ୟପ୍ରାପ୍ତି ହୋଇଥାଏ । ଲୋକମାନେ ପରମ୍ପରାକୁ ମନେ ଉଜ୍ଜୀବିତ କରିବା ପାଇଁ ବୋଇତ ଭସାଣ ମଧ୍ୟ କରିଥାନ୍ତି।

କାର୍ତ୍ତିକ ମାସ ଭଗବାନ ବିଷ୍ଣୁଙ୍କର ଅତ୍ୟନ୍ତ ପ୍ରିୟ ମାସ । କାର୍ତ୍ତିକ ପୂର୍ଣ୍ଣିମାକୁ ଦେବ ଦୀପବାଳି ମଧ୍ୟ କୁହାଯାଏ। କାର୍ତ୍ତିକ ମାସର ଶୁକ୍ଲ ପକ୍ଷ ପୂର୍ଣ୍ଣିମା ତିଥିକୁ କାର୍ତ୍ତିକ ପୂର୍ଣ୍ଣିମା କୁହାଯାଏ। କାର୍ତ୍ତିକ ପୂର୍ଣ୍ଣିମାକୁ ତ୍ରିପୁରାରୀ ପୂର୍ଣ୍ଣିମା ମଧ୍ୟ କୁହାଯାଏ।

ଶାସ୍ତ୍ର ଅନୁଯାୟୀ ଭଗବାନ ବିଷ୍ଣୁ, ଏହି ଦିନ ମତ୍ସ୍ୟ ଅବତାର ନେଇଥିଲେ। ବିଶ୍ବାସ ରହିଛି ଯେ, ଏହି ଦିନ ଭଗବାନ ଶିବ ତ୍ରିପୁରାସୁରାକୁ ବଧ କରିଥିଲେ। ଏହି ଖିୁସିରେ ଦେବତାମାନେ ଏହି ଦିନ ଦୀପାବଳି ପାଳନ କରିଥିଲେ। ଏହି ଦିନ ଭକ୍ତିର ସହିତ ଭଗବାନ ଶ୍ରୀ ହରିଙ୍କ ସହ ଦେବୀ ଲକ୍ଷ୍ମୀଙ୍କୁ ପୂଜା କଲେ ଆଶୀର୍ବାଦ ମିଳିଥାଏ ବୋଲି ବିଶ୍ବାସ ରହିଛି।
Published by:Soumya Das
First published: