MahashivRatri: ଆଜି ପବିତ୍ର ମହାଶିବରାତ୍ରି; ଚଳଚଞ୍ଚଳ ରାଜ୍ଯର ସବୁ ଶୈବପୀଠ

MahashivRatri: ଆଜି ହର ହର ମହାଦେବଙ୍କ ପବିତ୍ର ମହାଶିବରାତ୍ରି । ଚଳଚଞ୍ଚଳ ରାଜ୍ଯର ସବୁ ଶୈବପୀଠ ।

ମହାଶିବରାତ୍ରୀ ୨୦୨୩

ମହାଶିବରାତ୍ରୀ ୨୦୨୩

  • News18 Odia
  • Last Updated :
  • Other, India
  • Share this:
News18 Odia Digital

Mahashivratri 2023: ଆଜି ପବିତ୍ର ମହାଶିବରାତ୍ରି(Mahashivratri) । ମହାଶିବରାତ୍ରି ଅବସରରେ ଚଳଚଞ୍ଚଳ ହୋଇପଡ଼ିଛି ରାଜ୍ୟର ସମସ୍ତ ଶୈବପୀଠ । ଜାଗର ଉପଲକ୍ଷେ ବିଭିନ୍ନ ଶୈବପୀଠ ସ୍ୱତନ୍ତ୍ର ନୀତିକାନ୍ତି ଓ ପୂଜାର୍ଚ୍ଚନା ଅନୁଷ୍ଠିତ ହେଉଛି । ସକାଳୁ ମହାପ୍ରଭୁ ଲିଙ୍ଗରାଜ(Lingraj) ମନ୍ଦିରରେ ମଧ୍ୟ ନାହିଁ ନଥିବା ଭିଡ଼ ପରିଲିକ୍ଷିତ ହୋଇଛି । ଭୋରରୁ ଆରମ୍ଭ ହୋଇଛି ଲିଙ୍ଗରାଜାଙ୍କ ନୀତିକାନ୍ତି ।

ରାଜ୍ୟର ପ୍ରମୁଖ ଶୈବପୀଠ ପୁରୀର ଶ୍ରୀଲୋକନାଥ ପୀଠ, ରାଉରକେଲାର ବେଦବ୍ୟାସ, ଆଠଗଡର ଧବଳେଶ୍ବର, ଢେଙ୍କାନାଳର କପିଳାସ, ଆରଡିର ଆଖଣ୍ଡଳମଣି, ବାଲେଶ୍ବରର ପଞ୍ଚଲିଙ୍ଗେଶ୍ବର, ଜଳେଶ୍ବରର ଚନ୍ଦନେଶ୍ବର, ଭୋଗରାଇର ଭୁଷଣ୍ଡେଶ୍ବର, ନୟାଗଡ଼ର ଲଢୁବାବା, କୋରାପୁଟର ଗୁପ୍ତେଶ୍ବର ଭଳି ଶୈବ ପୀଠରେ ମହାଶିବରାତ୍ରୀ ଆଡ଼ମ୍ବରର ସହ ପାଳନ କରାଯାଉଛି । ସମସ୍ତ ଶୈବପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳୁଛି ।

ଶିବରାତ୍ରି ପୂର୍ବରୁ ମିଳିଛି କି ୬ଟି ସଙ୍କେତ; ଜାଣିବେ ଆପଣଙ୍କ ଉପରେ ରହିଛି ଶିବଙ୍କ କୃପା


ଭକ୍ତମାନେ ଯେପରି ଶୃଙ୍ଖଳିତ ଦର୍ଶନ କରିପାରିବେ ସେଥିପାଇଁ ବ୍ୟାରିକେଡ୍, ସ୍ବତନ୍ତ୍ର ପୋଲିସ କଣ୍ଟ୍ରୋଲ ରୁମର ବ୍ୟବସ୍ଥା କରାଯାଇଛି ।
Published by:Soumya Das
First published: