News18 Odia Digital
Tips for Akshay Tritiya: ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥିକୁ ଅକ୍ଷୟ ତୃତୀୟା (Akshay Tritiya) କୁହାଯାଏ। ଏମିତି ମାନ୍ୟତା ରହିଛି ଯେ ଏହିଦିନ ଆପଣ ଯାହା କାମ କରିବେ ତାହା ଦୀର୍ଘ ସମୟ ଧରି ଶୁଭ ଫଳ ଦେଇଥାଏ। ଏହି ଦିନ ବିନା ଶୁଦ୍ଧିରେ ଆପଣ କୌଣସିବି ଶୁଭ କାର୍ଯ୍ୟ ମଧ୍ୟ କରି ପାରିବେ ଏବଂ ଏହିଦିନ କିଛି ଜିନିଷ ଘରକୁ ଆଣିବା ଦ୍ୱାରା ଅକ୍ଷୟ ପୁଣ୍ୟର ପ୍ରାପ୍ତି ହୋଇଥାଏ।
ଅକ୍ଷୟ ତୃତୀୟା (Akshay Tritiya) ଦିନ କିଛି ଖାସ ଉପାୟ ଦ୍ୱାରା ଏହିସବୁ ସମସ୍ୟାରୁ ମୁକ୍ତି ମିଳି ପାରିବ। ମୁଖ୍ୟ କରି ଅକ୍ଷୟ ତୃତୀୟା ଦିନ ସୁନା କିଣିବାର ମାନ୍ୟତା ରହିଛି କିନ୍ତୁ ସବୁ ଲୋକ ସୁନା କିଣିବାକୁ ସମର୍ଥ ହୋଇ ପାରନ୍ତି ନାହିଁ। ଆପଣ ଏସବୁ ବ୍ୟତୀତ ଅନ୍ୟ କିଛି ବସ୍ତୁ ମଧ୍ୟ ଘରକୁ ଆଣି ପାରିବେ।
ଏହି ଦିନ ଧନର ଦେବୀ ମା' ଲକ୍ଷ୍ମୀଙ୍କ ପ୍ରିୟ ଦିନ ହୋଇଥିବାରୁ ଲକ୍ଷ୍ମୀ ଦେବୀଙ୍କୁ ପ୍ରସନ୍ନ କରିବା ପାଇଁ ଏହି ଦିନଟି ଅତ୍ୟନ୍ତ ଶୁଭ ବୋଲି ବିଶ୍ୱାସ କରାଯାଏ।
ଚଳିତ ବର୍ଷ ଅକ୍ଷୟ ତୃତୀୟା ପର୍ବ ଏପ୍ରିଲ ୨୨ରେ ପାଳନ କରାଯିବ। ହିନ୍ଦୁ ଧର୍ମ ଏବଂ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଅକ୍ଷୟ ତୃତୀୟା ଦିନ ଘରକୁ କିଛି ଶୁଭ ଜିନିଷ ଆଣିବା ଦ୍ବାରା ଦେବୀ ଲକ୍ଷ୍ମୀଙ୍କୁ ଖୁସି କରିବ ଏବଂ ଅପାର ସୁଖ ଓ ସମୃଦ୍ଧତା ଆସିବ ବୋଲି ମାନ୍ୟତା ରହିଛି। ତେବେ ଆସନ୍ତୁ ଜାଣିବା ଏହି ଜିନିଷ...
୧. ସୋରିଷ ଦାନା- ଅକ୍ଷୟ ତୃତୀୟାରେ ଆପଣ ହଳଦିଆ ସୋରିଷ ଦାନା ଘରକୁ ଆଣିବା ଦ୍ବାରା ସ୍ୱୟଂ ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି। ଯଦି ଆପଣ ଏହାକୁ କପଡ଼ାରେ ବାନ୍ଧି ନିଜ ପାଖରେ ରଖନ୍ତି ତେବେ ନଜର ଦୋଷ ମଧ୍ୟ ଦୂର ହୋଇଥାଏ।
୨. ସିନ୍ଧା ଲୁଣ- ଏହି ଲୁଣକୁ ଘରକୁ ଆଣିଲେ ନଜର ଦୋଷ ଦୂର ହେବା ସହିତ ମାତା ଲକ୍ଷ୍ମୀ ମଧ୍ୟ ଖୁସି ହୁଅନ୍ତି। ମାତ୍ର ଏହାକୁ ଅକ୍ଷୟ ତୃତୀୟା ଦିନ ଭୁଲରେବି ସେବନ କରନ୍ତୁ ନାହିଁ। ଏହା ଦ୍ବାରା ଖରାପ ପ୍ରଭାବ ପଡ଼ିଥାଏ।
୩. ମାଟି ଦୀପ- ଯଦି ଆପଣ ଅକ୍ଷୟ ତୃତୀୟା ଦିନ ମାଟିର ଦୀପ ଘରକୁ ଆଣନ୍ତି ଏବଂ ନିୟମିତ ପ୍ରଜ୍ଜ୍ଵଳନ କରନ୍ତି ତେବେ ଧନରେ ବୃଦ୍ଧି ହୋଇଥାଏ। ମାଟିର ଦୀପକୁ ସୁନା ତୁଲ୍ୟ ମାନା ଯାଏ।
୪. ଫଳ- ଏହି ସମୟରେ ଫଳ ସେବନ ଉତ୍ତମ ହୋଇଥାଏ। ଏହା ବ୍ୟତୀତ ଯଦି ଆପଣ ଅକ୍ଷୟ ତୃତୀୟା ଦିନ ଘରକୁ କୌଣସି ଫଳ କିଣି ଆଣନ୍ତି ତେବେ ଏହା ଦ୍ବାରା ଶୁଭ ଫଳ ପ୍ରାପ୍ତ ହୋଇଥାଏ।
୫. କପା ତୁଳା- ଅକ୍ଷୟ ତୃତୀୟା ଦିନ ଘରକୁ କପା ତୁଳା ଆଣିଲେ ଏବଂ ତାହାକୁ ନିୟମିତ ପୂଜାପାଠରେ ବ୍ୟବହାର କଲେ ଧନ ଓ ସମ୍ପତ୍ତିରେ ବୃଦ୍ଧି ହୋଇଥାଏ ଏବଂ ମାତା ଲକ୍ଷ୍ମୀଙ୍କ କୃପା ବର୍ଷା ହୋଇଥାଏ। ଏହି ପାଞ୍ଚଟି ଜିନିଷ ବ୍ୟତୀତ ଶଙ୍ଖ , ଗୋମତି ଚକ୍ର ମଧ୍ୟ ଆପଣ ଅକ୍ଷୟ ତୃତୀୟା ଦିନ ଆଣି ପାରିବେ ଏବଂ ମାତା ଲକ୍ଷ୍ମୀଙ୍କ କୃପା ପାଇ ପରିବେ।
ସେହିପରି କିଛି ଜିନିଷକୁ ଆପଣ ରାଶି ଅନୁଯାୟୀ ମଧ୍ୟ ଘରକୁ ଆଣି ପାରିବେ। ଏହା ଦ୍ବାରା ଜୀବନରେ ଖୁସି ବଢ଼ିଥାଏ। ତେଣୁ ମେଷ ରାଶିର ବ୍ୟକ୍ତି ବିଶେଷ ମସୁର ଡାଲି ଘରକୁ ଆଣିବା ଉଚିତ୍। ଏହା ଦ୍ବାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି।
ବୃଷ ରାଶିର ଲୋକଙ୍କ ଇଷ୍ଟ ଦେବ ସ୍ୱୟଂ ମାତା ଲକ୍ଷ୍ମୀ ତେଣୁ ଏହି ବ୍ୟକ୍ତିମାନେ ଚାଉଳ କିଣି ଆଣିବା ଉଚିତ୍। ଏମିତି କରିବା ଦ୍ବାରା ପୂରା ବର୍ଷ ଧନ ପ୍ରାପ୍ତିର ଯୋଗ ସୃଷ୍ଟି ହୋଇଥାଏ।
କର୍କଟ ରାଶିର ବ୍ୟକ୍ତି ମାନେ ଏହିଦିନ ଚାଉଳ ଏବଂ କ୍ଷୀର କିଣି ଆଣିବା ଦ୍ୱାରା ମନ ମସ୍ତିଷ୍କ ଶାନ୍ତ ରହିଥାଏ। ସିଂହ ରାଶିର ବ୍ୟକ୍ତିଙ୍କ ସ୍ୱାମୀ ସୂର୍ଯ୍ୟ ହୋଇଥିବାରୁ ଏମାନେ ନାଲି ରଙ୍ଗର ଫଳ ଏବଂ ତମ୍ବା କିଣିବା ଉଚିତ୍।
ଏହାଦ୍ବାରା ଜୀବନରେ ଖୁସି ଆସିଥାଏ ଏବଂ ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୁଅନ୍ତି ଏବଂ ସୂର୍ଯ୍ୟ ମଧ୍ୟ ମଜବୁତ ହୋଇଥାଏ। କନ୍ୟା ରାଶିର ଲୋକମାନେ ମୁଗ ଡାଲି କିଣିବା ଉଚିତ୍। ଏହାଦ୍ବାରା ଜୀବନରେ ସୁଖ ଶାନ୍ତି ବଜାୟ ରହିଥାଏ।
ତୁଳା ରାଶିର ବ୍ୟକ୍ତିଙ୍କ ସ୍ୱାମୀ ଶୁକ୍ର ତେଣୁ ଏମାନେ ଚାଉଳ ଏବଂ ଚିନି କିଣି ଆଣିବା ଉଚିତ୍। ଏହା ଦ୍ବାରା ଶୁକ୍ର ମଜବୁତ ହୋଇଥାଏ ଏବଂ ଜୀବନରେ ଖୁସି ବଜାୟ ରହିଥାଏ। ବିଛା ରାଶିର ଲୋକେ ପାଣି ଏବଂ ଗୁଡ଼ କିଣି ଆଣନ୍ତୁ। ଯାହାକି ଆପଣଙ୍କ ପାଇଁ ଶୁଭ ରହିବ।
ଗୁଡ଼କୁ ଆପଣ ଭୋଗ ଲଗାଇ ପ୍ରସାଦ ଆକାରରେ ମଧ୍ୟ ସେବନ କରି ପାରିବେ। ଧନୁ ରାଶିର ବ୍ୟକ୍ତି କଦଳୀ କିମ୍ବା ହଳଦିଆ ଚାଉଳ କିଣି ଆଣିବା ଉଚିତ୍। ଏମିତି କରିବା ଦ୍ୱାରା ପୂରା ବର୍ଷ ସୁଖ ସମୃଦ୍ଧି ପ୍ରାପ୍ତ ହେବ।
ପଢ଼ନ୍ତୁ ଏହି ଖବର: ଏହି ଗଛରେ ରହିଛି ରହସ୍ୟମୟ ଗୁଣ; ବଦଳାଇଦେବ ଆପଣଙ୍କ ଭାଗ୍ୟମକର ରାଶିର ବ୍ୟକ୍ତି ମାନେ ଅକ୍ଷୟ ତୃତୀୟା ଦିନ କଳା ମୁଗ ଡାଲି କିମ୍ବା ଦହି କିଣି ଆଣିଲେ ଶୁଭ। ଏହାଦ୍ବାରା ଆପଣଙ୍କୁ ଶୁଭ ଫଳ ପ୍ରାପ୍ତ ହୋଇଥାଏ।
କୁମ୍ଭ ରାଶିର ଲୋକେ କଳା ରାଶି କିଣି ଆଣନ୍ତୁ। ଏହା ବ୍ୟତୀତ ରାଶି କିଣି ନିୟମିତ ପୂଜାରେ ବ୍ୟବହାର କରନ୍ତୁ। ମୀନ ରାଶିର ବ୍ୟକ୍ତି ହଳଦୀ ଏବଂ ବୁଟ ଡାଲି କିଣି ଆଣିବା ଦ୍ବାରା ଜୀବନକୁ ଖୁସି ଆସିଥାଏ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।