News18 Odia Digital
Thursday Upay: ବୃହସ୍ପତି ବାର ବା ଗୁରୁବାର ଦିନ ଭଗବାନ ବିଷ୍ଣୁ ଓ ଦେବୀ ମାତା ସରସ୍ୱତୀଙ୍କୁ ସମର୍ପିତ। ଏହି ଦିନକୁ ନେଇ ଜ୍ୟୋତିଷ ଶାସ୍ତ୍ରରେ କିଛି ବିଶେଷ ଉପାୟ ସମ୍ପର୍କରେ କୁହାଯାଇଛି, ଯାହାଦ୍ୱାରା ଆପଣଙ୍କ ପିଲାର ଭବିଷ୍ୟତ ସହିତ ଜଡିତ ସବୁ ଅସୁବିଧା ଦୂର ହୋଇଥାଏ। ଯଦି ଆପଣ ଆପଣଙ୍କ ଜୀବନରେ ସୁଖ ଜାରି ରଖିବାକୁ ଚାହୁଁଛନ୍ତି ଓ ଘରେ ସୁଖ ସମୃଦ୍ଧି ଚାହୁଁଛନ୍ତି, ତେବେ ଗୁରୁବାର ଦିନ ଏହି ଉପାୟ କରନ୍ତୁ। ମିଳିବ ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ।
ଆସନ୍ତୁ ଜାଣିବା ଏହି ଖାସ୍ ଉପାୟ ବିଷୟରେ...ଗୁରୁବାର ଦିନ ଉପାୟ୧. ଯଦି ଆପଣ ସନ୍ତାନର ଭବିଷ୍ୟତକୁ ନେଇ ଚିନ୍ତିତ, ତେବେ ଗୁରୁବାର ଦିନ ସନ୍ତାନ ହାତରେ କଳା କମ୍ବଳ ଦାନ କରାଆନ୍ତୁ। କୁହାଯାଏ ଯେ ଏମିତି କରିବା ଦ୍ୱାରା ପିଲାଙ୍କ ପଢ଼ାରେ ମନ ଲାଗିବା ସହ ଏଥିରେ ଉନ୍ନତି ମଧ୍ୟ କରିଥାଆନ୍ତି। ଭବିଷ୍ୟତ ଗଢ଼ି ହୋଇଯାଇଥାଏ।
୨. ଯଦି ଆପଣ କାହାକୁ ପ୍ରେମ କରୁଛନ୍ତି ଓ ତାଙ୍କୁ ଆପଣଙ୍କ ଜୀବନ ସାଥୀ ବନାଇବାକୁ ଚାହୁଁଛନ୍ତି, ତାହାଲେ ଏହି ଦିନ ଭଗବାନ ଗଣେଶଙ୍କୁ ସବୁଜ ରଙ୍ଗର ବସ୍ତ୍ର ଓ ଦୁବ ଅର୍ପଣ କରି ଭଗବାନଙ୍କୁ ହାତ ଯୋଡ଼ି କରି ବିନତି କରନ୍ତୁ। କୁହାଯାଏ ଯେ ଏମିତି କରିବା ଦ୍ୱାରା ଦୁଇ ଜଣଙ୍କ ମଧ୍ୟରେ ଆସୁଥିବା ବାଧା ଦୂର ହୋଇଥାଏ।
୩. ଏହାଛଡ଼ା ଯଦି କାହା ଘରେ କିଛି ଜିନିଷର ଅଭାବ ରହୁଥାଏ ତ ଗୁରୁବାର ଦିନ ଘର ପାଖରେ କେଉଁ ମନ୍ଦିରକୁ ଯାଇ ଗାଈ ଘିଅର ଦୀପ ଜଳାଇ ପ୍ରାର୍ଥନା କରନ୍ତୁ। ଘରେ କିଛି ଜିନିଷର ଅଭାବ ରହିବ ନାହିଁ।
୪. ଶତ୍ରୁ ଉପରେ ବିଜୟପ୍ରାପ୍ତ କରିବାକୁ ଚାହୁଁଥିଲେ ଗୁରୁବାର ଦିନ ମନ୍ଦିରରେ କଦଳୀ ଦାନ କରିବା ବିଶେଷ ଶୁଭ ହୋଇଥାଏ।
୫. ଯଦି ଆପଣ ଆଣ୍ଠୁ-ଗଣ୍ଠି ଦରଜ ସମସ୍ୟାରେ ପୀଡିତ ତେବେ ଗୁରୁବାର ଦିନ କେତୁ ଯନ୍ତ୍ର ସ୍ଥାପନ କରନ୍ତୁ। ବିଧି ପୂର୍ବର ପୂଜା କରି କେତୁ ମନ୍ତ୍ର ଜପ କରନ୍ତୁ। ଏହା ଦ୍ବାରା ଆପଣଙ୍କ ଏହି ସମସ୍ୟା ମଧ୍ୟ ଦୂରେଇ ଯିବ।
୬. କିଛି କାମ ଆରମ୍ଭ କରିବା ପୂର୍ବରୁ ଯଦି ବିଘ୍ନ ହେଉଛି ତେବେ ଗୁରୁବାର ଦିନ କଦଳୀ ପତ୍ରରେ ମୁଠାଏ ଅରୁଆ ଚାଉଳ ରଖି ମନ୍ଦିରରେ ଦାନ କରନ୍ତୁ। ଆସୁଥିବା ଅସୁବିଧା ଦୂର ହୋଇଯିବ।
ପଢ଼ନ୍ତୁ ଏହି ଖବର: Horoscope: ଆଜି ଖୋଲିବ ଏହି ରାଶିଙ୍କ ଭାଗ୍ୟ; ଜାଣନ୍ତୁ ଆପଣଙ୍କ ରାଶି ବାବଦରେ...7. ସେହିପରି ଗୁରୁବାର ଦିନ ବୃହସ୍ପତି ଦେବଙ୍କୁ ଗୁଡ଼ ପ୍ରଦାନ କରିବାର ଏକ ପାରମ୍ପାରିକ ଉପାୟ ରହିଛି। ଏହି ଉପାୟରେ, ଗୁଡ଼ ଅର୍ପଣ କରି ପ୍ରଭୁ ବୃହସ୍ପତିଙ୍କ ଆଶୀର୍ବାଦ ପ୍ରାପ୍ତ ହୁଏ ଏବଂ ଏହା ସହିତ ସୂର୍ଯ୍ୟ ଏବଂ ମଙ୍ଗଳଙ୍କ ଆଶୀର୍ବାଦ ପ୍ରାପ୍ତ ହୁଏ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।