News18 Odia Digital
Thursdays Remedies: ବୃହସ୍ପତି ବାର ବା ଗୁରୁବାର ଦିନ ଭଗବାନ ବିଷ୍ଣୁ ଓ ଦେବୀ ମାତା ସରସ୍ୱତୀଙ୍କୁ ସମର୍ପିତ। ଏହି ଦିନକୁ ନେଇ ଜ୍ୟୋତିଷ ଶାସ୍ତ୍ରରେ କିଛି ବିଶେଷ ଉପାୟ ସମ୍ପର୍କରେ କୁହାଯାଇଛି।
ଯାହାଦ୍ୱାରା ଆପଣଙ୍କ ପିଲାର ଭବିଷ୍ୟତ ସହିତ ଜଡିତ ସବୁ ଅସୁବିଧା ଦୂର ହୋଇଥାଏ। ଯଦି ଆପଣ ଆପଣଙ୍କ ଜୀବନରେ ସୁଖ ଜାରି ରଖିବାକୁ ଚାହୁଁଛନ୍ତି ଓ ଘରେ ସୁଖ ସମୃଦ୍ଧି ଚାହୁଁଛନ୍ତି, ତେବେ ଗୁରୁବାର ଦିନ ଏହି ଉପାୟ କରନ୍ତୁ। ଦୂର ହୋଇଯିବ ଆପଣଙ୍କ ସବୁ ସମସ୍ୟା
ଗୁରୁବାର ଦିନ ଉପାୟ
୧. ଯଦି ଆପଣ ସନ୍ତାନର ଭବିଷ୍ୟତକୁ ନେଇ ଚିନ୍ତିତ, ତେବେ ଗୁରୁବାର ଦିନ ସନ୍ତାନ ହାତରେ କଳା କମ୍ବଳ ଦାନ କରାଆନ୍ତୁ। ଏମିତି କରିବା ଦ୍ୱାରା ପିଲାଙ୍କର ପଢ଼ାରେ ମନ ଲାଗିବା ସହ ଏଥିରେ ଉନ୍ନତି ମଧ୍ୟ କରିବେ। ଭବିଷ୍ୟତ ମଧ୍ୟ ଭଲ ରହିବ।
୨. ଯଦି ଆପଣ କାହାକୁ ପ୍ରେମ କରୁଛନ୍ତି ଓ ତାଙ୍କୁ ଆପଣଙ୍କ ଜୀବନ ସାଥୀ ବନାଇବାକୁ ଚାହୁଁଛନ୍ତି, ତାହାଲେ ଏହି ଦିନ ଭଗବାନ ଗଣେଶଙ୍କୁ ସବୁଜ ରଙ୍ଗର ବସ୍ତ୍ର ଓ ଦୁବ ଅର୍ପଣ କରି ଭଗବାନଙ୍କୁ ହାତ ଯୋଡିକରି ବିନତି କରନ୍ତୁ। ଏମିତି କରିବା ଦ୍ୱାରା ଦୁଇ ଜଣଙ୍କ ମଧ୍ୟରେ ଆସୁଥିବା ବାଧା ଦୂର ହୋଇଥାଏ।
ପଢ଼ନ୍ତୁ ପୂରା ଖବର: Dream Interpretation: ସ୍ବପ୍ନରେ ମୃତ୍ୟୁ ଦେଖିବା ଦ୍ବାରା କଣ ହୁଏ? ଏହାର ଲାଭ-କ୍ଷତି ଜାଣନ୍ତୁ୩. ଶତ୍ରୁ ଉପରେ ବିଜୟପ୍ରାପ୍ତ କରିବାକୁ ଚାହୁଁଥିଲେ ଗୁରୁବାର ଦିନ ମନ୍ଦିରରେ କଦଳୀ ଦାନ କରିବା ଦ୍ବାରା ଏହି ସମସ୍ୟା ଟଳିଯାଏ।
୪. ଏହାଛଡା ଯଦି କାହା ଘରେ କିଛି ଜିନିଷର ଅଭାବ ରହୁଥାଏ ତ ଗୁରୁବାର ଦିନ ଘର ପାଖରେ ଥିବା ଯେକୌଣସି ମନ୍ଦିରକୁ ଯାଇ ଗାଈ ଘିଅର ଦୀପ ଜଳାଇ ପ୍ରାର୍ଥନା କରନ୍ତୁ। ଘରେ କିଛି ଜିନିଷର ଅଭାବ ରହିବ ନାହିଁ।
ପଢ଼ନ୍ତୁ ଏହି ଖବର: Black Cumin: ବଢୁଥିବା ଚର୍ବିର ବଡ଼ ଶତ୍ରୁ କଳା ଜିରା; ଶୀଘ୍ର କମାଏ ଓଜନ୫ କିଛି କାମ ଆରମ୍ଭ କରିବା ପୂର୍ବରୁ ଯଦି ବିଘ୍ନ ହେଉଛି ତେବେ ଗୁରୁବାର ଦିନ କଦଳୀ ପତ୍ରରେ ମୁଠାଏ ଅରୁଆ ଚାଉଳ ରଖି ମନ୍ଦିରରେ ଦାନ କରନ୍ତୁ। ଆସୁଥିବା ଅସୁବିଧା ଦୂର ହୋଇଯିବ।
୬. ଯଦି ଆପଣ ଗଣ୍ଠି ଯନ୍ତ୍ରଣା ସମସ୍ୟାରେ ପୀଡିତ ତେବେ ଗୁରୁବାର ଦିନ କେତୁ ଯନ୍ତ୍ର ସ୍ଥାପନ କରନ୍ତୁ। ବିଧିପୂର୍ବର ପୂଜା କରି କେତୁ ମନ୍ତ୍ର ଜପ କରନ୍ତୁ। ଗଣ୍ଠି ଯନ୍ତ୍ରଣା କମିଯିବ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।