ଦୀପାବଳି ପୂର୍ବରୁ ସାଧାରଣ ଜନତାଙ୍କୁ ଉପହାର ଦେଲେ କେନ୍ଦ୍ର ସରକାର
- News18 Odia
- Last Updated :
- Cuttack, India
News18 Odia Digital
ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ଘରୋଇ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇବ ନାହିଁ। କେନ୍ଦ୍ର ସରକାର ଲୋକଙ୍କୁ ଦୀପାବଳି ଉପହାର ଦେଇଛନ୍ତି। ତୈଳ ମାର୍କେଟିଂ କମ୍ପାନୀମାନଙ୍କୁ କେନ୍ଦ୍ର ସରକାର ଏକକାଳୀନ ୨୨ ହଜାର କୋଟି ଟଙ୍କା ଅନୁଦାନ ଦେଇଛନ୍ତି। ଯେଉଁଥିପାଇଁ ଦାମର ତୀବ୍ର ବୃଦ୍ଧି ଦ୍ୱାରା ସାଧାରଣ ଲୋକ ଆଉ ପ୍ରଭାବିତ ହେବେ ନାହିଁ।
କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ବୁଧବାର ଗଣମାଧ୍ୟମରେ କହିଛନ୍ତି ଯେ ସାରା ବିଶ୍ୱରେ ଏଲପିଜି ମୂଲ୍ୟ ବଢୁଛି। ପବ୍ଲିକ୍ ସେକ୍ଟର ଅଣ୍ଡରଟେକିଂର ତୈଳ ମାର୍କେଟିଂ କମ୍ପାନୀଗୁଡିକୁ ୨୨ ହଜାର କୋଟି ଟଙ୍କାର ଏକକାଳୀନ ଅନୁଦାନ ପ୍ରଦାନ କରାଯାଇଛି ଯାହା ଦ୍ବାରା ମୂଲ୍ୟ ବୃଦ୍ଧି ଭାର ସାଧାରଣ ଲୋକଙ୍କ ଉପରେ ପଡ଼ିବ ନାହିଁ।
ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ କେନ୍ଦ୍ର କ୍ୟାବିନେଟ୍ ତିନୋଟି ପେଟ୍ରୋଲିୟମ ମାର୍କେଟିଂ କମ୍ପାନୀ - ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ (ଆଇଓସି), ଭରତ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡ୍ (ବିପିସିଏଲ) ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡ୍ (ଏଚପିସିଏଲ)କୁ ଏକକାଳୀନ ଅନୁଦାନ ଅନୁମୋଦନ କରିଥିଲା।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।