ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରିରେ ବାହୁଡ଼ାଯାତ୍ରା ପାଳିତ; ରାଜରାଜେଶ୍ଵର ବେଶରେ ଦର୍ଶନ ଦେଲେ ଶ୍ରୀଜୀଉ

ଅନ୍ୟ ପକ୍ଷରେ ତୃତୀୟ ଶ୍ରୀକ୍ଷେତ୍ର ର ପରମ୍ପରା ଅନୁଯାୟୀ, ଗତକାଲି ଠାରୁ  ମାଉସୀ ମା ମନ୍ଦିର ନିକଟରେ, ରଥାରୁଢ଼ ହୋଇ ରଥ ଉପରେ ରାତ୍ରୀଯାପନ କରିଥିବା ମହାପ୍ରଭୁ ଙ୍କ ରଥକୁ, ଆଜି ଭକ୍ତ, ଶ୍ରଦ୍ଧାଳୁ ଏବଂ ଜଗନ୍ନାଥପ୍ରେମୀ ମାନେ ଟାଣି ଟାଣି ଶ୍ରୀ ମନ୍ଦିର ଅଭିମୁଖେ ନେଇଥିଲେ। ରଥ ବଡଦାଣ୍ଡ ଅଧାରେ ପରମ୍ପରା ଅନୁଯାଇ ଅଟକି

ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରିର ବାହୁଡ଼ାଯାତ୍ରା ।

ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରିର ବାହୁଡ଼ାଯାତ୍ରା ।

  • News18 Odia
  • Last Updated :
  • Other, India
  • Share this:
FesNews 18 Odia Digital

ନୀଳଗିରି; ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରିରେ ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା ଓ ରାଜରାଜେଶ୍ଵର ବେଶ ପାଳିତ ହୋଇଛି । ବାହୁଡ଼ାଯାତ୍ରାର ଦ୍ଵିତୀୟ ଦିନରେ ଅଧାରାସ୍ତାରେ ଅଟକି ରହିଥିଲେ ମହାପ୍ରଭୁ । ଆଷାଢ ମାସ ଶୁକ୍ଳ ପକ୍ଷ ଏକାଦଶୀ ତିଥିରେ, ଚତୁର୍ଦ୍ଧାମୂର୍ତ୍ତି ରଥ ଉପରେ ରାଜରାଜେଶ୍ଵର ବେଶରେ ଦର୍ଶନ ଦେଇଛନ୍ତି । ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରୂପା ଅଳଙ୍କାରରେ ସଜ୍ଜିତ କରିଛନ୍ତି ପୂଜକ ଓ ସେବାୟତମାନେ । ମହାପ୍ରଭୁଙ୍କ ଏହି ଦୁର୍ଲ୍ଲଭ ରାଜରାଜେଶ୍ଵର ବେଶ ଦର୍ଶନ କରିବା ପାଇଁ, ଭକ୍ତମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି ।



ଅନ୍ୟ ପକ୍ଷରେ ତୃତୀୟ ଶ୍ରୀକ୍ଷେତ୍ରର ପରମ୍ପରା ଅନୁଯାୟୀ, ଶନିବାର ମାଉସୀ ମା' ମନ୍ଦିର ନିକଟରୁ ମହାପ୍ରଭୁଙ୍କ ରଥକୁ ଭକ୍ତ, ଶ୍ରଦ୍ଧାଳୁ ଏବଂ ଜଗନ୍ନାଥପ୍ରେମୀ ଟାଣି ଟାଣି ଶ୍ରୀ ମନ୍ଦିର ଅଭିମୁଖେ ନେଇଥିଲେ । ରଥ ବଡଦାଣ୍ଡ ଅଧାରେ ପରମ୍ପରା ଅନୁଯାୟୀ ଅଟକି ରହିଛି । ଆଜି ଶ୍ରୀ ମନ୍ଦିର ନିକଟରେ, ଚତୁର୍ଦ୍ଧାମୂର୍ତ୍ତିଙ୍କ ରଥ ପହଞ୍ଚିବା ପରେ, ନୀତିକାନ୍ତି ଅନୁଯାୟୀ ମହାପ୍ରଭୁ ଅଧରପଣା ନୀତି ସମ୍ପନ୍ନ ହେବ । ଆସନ୍ତାକାଲି ପାଳିତ ହେବ ନିଳାଦ୍ରୀ ବିଜେ ।

ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ଏବଂ ଅବକାରୀ ମନ୍ତ୍ରୀ ଅଶ୍ୱନୀ କୁମାର ପାତ୍ର, ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ, ଉପଜିଲ୍ଲାପାଳ ଦୀପ୍ତି ରଞ୍ଜନ ସେଠୀ, ପୋଲିସ ଏସ ଡି ପି ଓ ରିତେଶ କୁମାର ମହାପାତ୍ର, ନୂତନ ଭାବେ ଯୋଗ ଦେଇଥିବା ଆଇ.ଆଇ.ସି ଗୋପାଳ ଚନ୍ଦ୍ର , ପୂର୍ବତନ ବିଧାୟକ ଅକ୍ଷୟ ଆଚାର୍ଯ୍ୟ, ଚିତ୍ତରଞ୍ଜନ ଷଡଙ୍ଗୀ, ବିଜେଡି ନେତା ସନ୍ତୋଷ କୁମାର ଖଟୁଆ , ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଂଗଠନର କାର୍ଯ୍ୟକର୍ତ୍ତାଙ୍କ ସମେତ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳାର ସହିତ ରଥଟଣା ରେ ସହଯୋଗ କରିଥିଲେ । ନୀଳଗିରି ତହସିଲଦାର ଅଶେଷ କୁମାର ନାୟକ ଓ ସୂଚନା ଓ ଲୋକସଂପର୍କ ବିଭାଗ ଅଧିକାରୀ ଗୋବର୍ଦ୍ଧନ ବିଶ୍ବାଳ ରଥ ଉପରେ ରହି ରଥ ପରିଚାଳନା କରିଥିଲେ ।
Published by:Soubhagya Mishra
First published: