ଆଜି ସୂର୍ଯ୍ୟ ପରାଗ: ଏହି ରାଶିର ଲୋକଙ୍କ ଉପରେ ରହିବ ଭଲ ପ୍ରଭାବ; ମିଳିବ ସୁଖ ଓ ଶାନ୍ତି

Solar Eclipse on Horoscope: ଆଜି ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ରହିବ ଅତ୍ୟନ୍ତ ପ୍ରଭାବୀ। ୪ଟି ରାଶିରେ ପଡ଼ିବ ଏହାର ଭଲ ପ୍ରଭାବ। ଦେଖନ୍ତୁ ଏଥିରେ ନାହିଁ ତ ଆପଣଙ୍କ ରାଶି।

ଆଜିର ସୂର୍ଯ୍ୟ ପରାଗ ରହିବ ଅତ୍ୟନ୍ତ ପ୍ରଭାବୀ

ଆଜିର ସୂର୍ଯ୍ୟ ପରାଗ ରହିବ ଅତ୍ୟନ୍ତ ପ୍ରଭାବୀ

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

Solar Eclipse on Horoscope: ଆଜି ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ (Solar Eclipse)। ଯାହା ମେଷ ରାଶି (Horoscope) ଏବଂ ଅଶ୍ୱିନୀ ନକ୍ଷତ୍ରରେ ସାମିଲ ହେବାକୁ ଯାଉଛି। ଭାରତରେ ଏହାର ଜ୍ୟୋତିଷିକ ଏବଂ ଧାର୍ମିକ ମହତ୍ତ୍ୱ ରହିଛି। ଯାହା ଅନୁଯାୟୀ ସୂର୍ଯ୍ୟ ପରାଗକୁ (Solar Eclipse) ଅଶୁଭ ଘଟଣା ମାନା ଯାଇଥାଏ।

ଏହି ଘଟଣା ଦ୍ୱାରା ମନୁଷ୍ୟ ଜୀବନରେ ପ୍ରତ୍ୟେକ୍ଷ କିମ୍ବା ପରୋକ୍ଷ ଉଭୟ ପ୍ରଭାବ ପଡ଼ିଥାଏ। ଚଳିତ ବର୍ଷ ପ୍ରଥମ ସୂର୍ଯ୍ୟ ପରାଗ ଆଜି ଲାଗିବାକୁ ଯାଉଛି। ଏହାର ପ୍ରଭାବ ମେଷ ରାଶିରେ ପଡ଼ିବାକୁ ଯାଉଛି, ଯାହାକି ପାଖାପାଖି ୨୪ ମିନିଟ ପର୍ଯ୍ୟନ୍ତ ରହିବ।

ସୂର୍ଯ୍ୟ ପରାଗ (Solar Eclipse) ପରେ ସୂର୍ଯ୍ୟର ରାଶି ପରିବର୍ତ୍ତନ ହେବ। ସୂର୍ଯ୍ୟ ପରାଗ କାରଣରୁ ୪ଟି ରାଶି ଉପରେ ଏହାର ଅଧିକ ପ୍ରଭାବ ରହିବ। ସୂର୍ଯ୍ୟ ଏହି ଦିନ ଉଚ୍ଚ ରାଶି ମେଷରେ ରହିବେ ଏବଂ ଏହାର ଦୁଇ ଦିନ ପରେ ଗୁରୁ ସ୍ଥାନ ପରିବର୍ତ୍ତନ କରିବେ। ତେଣୁ ଏହି ସୂର୍ଯ୍ୟ ପରାଗ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ସୂର୍ଯ୍ୟ ପରାଗର ସମୟ ଆଜି ୦୭.୦୫ରେ ଆରମ୍ଭ ହୋଇ ସମାପ୍ତି ୧୨.୨୯ରେ ହେବ।

ସୂର୍ଯ୍ୟପରାଗର ଅବଧି ମୋଟ ୫ ଘଣ୍ଟା ୨୪ ମିନିଟ ହେବ। ଶାସ୍ତ୍ରରେ କୁହାଯାଇଛି ଯେ ସୂର୍ଯ୍ୟ ପରାଗ ଆସିବା ପରେ ପୃଥିବୀ ସହିତ ଜଡ଼ିତ ଅନେକ ସମସ୍ୟା ଆସିଥାଏ । ଚନ୍ଦ୍ର ଗ୍ରହଣ ଦ୍ୱାରା ପାଣି ସହିତ ଜଡ଼ିତ ଆପଦ ଅଧିକ ଆସିଥାଏ। ଏଥରର ସୂର୍ଯ୍ୟ ପରାଗ ଭାରତରେ ନୁହେଁ ବରଂ ଥାଇଲାଣ୍ଡ, ଚୀନ, ଆମେରିକା, ଆଣ୍ଟାର୍କଟିକା , ଭିଏତନାମ, ଅଷ୍ଟ୍ରେଲିଆ ଇତ୍ୟାଦି ଦେଶରେ ଦେଖାଯିବ।

ତେବେ ଏହାର ପ୍ରଭାବ ରାଶି ଉପରେ କିପରି ପଡ଼ିବ ଆସନ୍ତୁ ଜାଣିବା...

ସୂର୍ଯ୍ୟ ପରାଗର ପ୍ରଭାବ ୪ଟି ରାଶି ଉପରେ ସର୍ବାଧିକ ପଡ଼ିବ। ଯେଉଁ କାରଣରୁ ଏମାନଙ୍କୁ ଚାକିରିରେ ପଦୋନ୍ନତି, ଧନ ଲାଭ ହେବ। ତେବେ ପ୍ରଥମ ଭାଗ୍ୟଶାଳୀ ରାଶି ହେଉଛି ବୃଷ ରାଶି।

ମେଷ- ଏହି ରାଶିର ବ୍ୟକ୍ତିଙ୍କ ଉପରେ ଏହାର ଅଧିକ ପ୍ରଭାବ ରହିବ। ତେଣୁ ଏହି ବ୍ୟକ୍ତିଙ୍କୁ ସ୍ୱାସ୍ଥ୍ୟ ପ୍ରତି ଅଧିକ ସତର୍କ ରହିବାର ଆବଶ୍ୟକତା ରହିଛି। ମେଷ ରାଶିର ସ୍ୱାମୀ ମଙ୍ଗଳ ଗ୍ରହ। ତେଣୁ ଏହି ସମୟରେ ମାନସିକ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଧ୍ୟାନ ଦେବା ଉଚିତ୍।

ଏହି ସମୟରେ ଆଗାମୀ ଭାଗ୍ୟଶାଳୀ ରାଶି ହେଉଛି ମିଥୁନ ରାଶି। ସୂର୍ଯ୍ୟପରାଗ କାରଣରୁ ଏହି ରାଶିର ବ୍ୟକ୍ତିଙ୍କୁ ଧନ ଲାଭ ହେବ। ଯାତ୍ରାର ଯିବାର ଯୋଗ ଅଛି। ଅଟକି ରହିଥିବା ଧନ ଫେରି ପାଇବେ। ବୈବାହିକ ଜାତକ ପାଇଁ ସନ୍ତାନ ପ୍ରାପ୍ତିର ଯୋଗ ରହିଛି।

ପଢ଼ନ୍ତୁ ଏହି ଖବର:  Ration Card: ଆପଣଙ୍କ ପାଖରେ ଅଛି କି ରାସନ କାର୍ଡ଼? ମିଳିବ ଏହି ଫାଇଦା

ସୂର୍ଯ୍ୟ ପରାଗ ସମୟରେ ଏହି କଥା ଉପରେ ଦିଅନ୍ତୁ ଧ୍ୟାନ

ସୂର୍ଯ୍ୟ ପରାଗ ସମୟରେ କିଛି କଥା ପ୍ରତି ଧ୍ୟାନ ଦେବା ଉଚିତ୍। ମେଷ ରାଶିର ବ୍ୟକ୍ତି ବିଶେଷ ପ୍ରଭାବରୁ ମୁକ୍ତ ରହିବା ପାଇଁ ମହାଦେବଙ୍କ ଆରାଧନା କରନ୍ତୁ।
Published by:Lipina Das
First published: