ଆଜି ମହାପ୍ରଭୁଙ୍କ ବନକ ଲାଗି ନୀତି; ଦର୍ଶନରୁ ବଞ୍ଚିତ ହେବେ ଭକ୍ତ

ବନକ ଲାଗି ନୀତି ଏକ ଗୁପ୍ତନୀତି ହୋଇଥିବାରୁ ଜୟବିଜୟ ଦ୍ୱାର ବନ୍ଦ ରହିଥାଏ। ଏହି ନୀତି ପରେ ମହାପ୍ରଭୁଙ୍କ ଶ୍ରୀମୁଖ ଉଜ୍ଜ୍ୱଳମୟ ହୋଇଉଠେ।

ବନକ ଲାଗି ନୀତି

ବନକ ଲାଗି ନୀତି

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ପୁରୀ: ଆଜି ସନ୍ଧ୍ୟାରେ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏହି ନୀତି ପାଇଁ ୪ ଘଣ୍ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ପ୍ରତିବର୍ଷ ବୈଶାଖ କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ଓ ମାସର ଦ୍ଵିତୀୟ କିମ୍ବା ତୃତୀୟ ବୁଧବାରରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହୁଏ। ଏଣୁ ଚଳିତ ବର୍ଷ ମଧ୍ଯ ଏହି ନୀତି ସମ୍ପନ୍ନ କରାଯିବ। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଆପାତତଃ ସନ୍ଧ୍ୟା ଘ.୬.୦୦ ରୁ ରାତ୍ର ଘ.୧୦.୦୦ ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବାପରେ ଦତ୍ତମହାପାତ୍ର ସେବକ ମାନେ ଗର୍ଭଗୃହକୁ ପ୍ରବେଶ କରି ପ୍ରାୟ ୪ଘଣ୍ଟା ଧରି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ହିଙ୍ଗୁଳ, ହରିତାଳ, ଶଙ୍ଖ,କସ୍ତୁରୀ ଆଦି ପାରମ୍ପରିକ ସାମଗ୍ରୀରେ ପ୍ରସ୍ତୁତ ନାଲି, ଧଳା, କଳା ଆଦି ବିଭିନ୍ନ ପ୍ରକାର ରଙ୍ଗରେ ମହାପ୍ରଭୁଙ୍କର ବନକଲାଗି ନୀତି ସମ୍ପର୍ଣ୍ଣ କରାଯିବ। ବନକଲାଗି ନୀତି ଏକ ଗୁପ୍ତନୀତି ହୋଇଥିବାରୁ ଦତ୍ତ ମହାପାତ୍ର ସେବକମାନେ ଗର୍ଭଗୃହକୁ ପ୍ରବେଶ କରିବା ମାତ୍ରେ ଜୟବିଜୟ ଦ୍ୱାର ବନ୍ଦ ରହିଥାଏ। ଏହି ଅନନ୍ୟ ନୀତି ସରିବା ପରେ ମହାପ୍ରଭୁଙ୍କର ମହାସ୍ନାନ ହୋଇ ଦର୍ଶନ ଆରମ୍ଭ ହେବାର ବିଧି ରହିଛି।

ବନକଲାଗି ପରେ ମହାପ୍ରଭୁଙ୍କ ଶ୍ରୀମୁଖ ଉଜ୍ଜ୍ୱଳମୟ ହୋଇଉଠେ। ମହାପ୍ରଭୁଙ୍କ ଚକାଡୋଳା ଚମକି ଉଠିଥାଏ। ଆଉ ମହାପ୍ରଭୁ ଏହି ଚକାଆଖିରେ ଭକ୍ତଜନଙ୍କୁ ଆକର୍ଷିତ କରିଥାନ୍ତି। ଏଥିସହିତ ଏହି ସାମଗ୍ରୀ ଲେପନରେ ମହାପ୍ରଭୁଙ୍କ ଶ୍ରୀମୁଖ ସୁରକ୍ଷିତ ରହିଥାଏ ବୋଲି ଗବେଷକ ମାନେ କହିଥାନ୍ତି। ଶ୍ରୀମନ୍ଦିରରେ ବନକଲାଗି ନୀତି ନେଇ ଦତ୍ତ ମହାପାତ୍ର ସେବାୟତଙ୍କୁ ହିଙ୍ଗୁଳ , ହର୍ତାଳ, କସ୍ତୁରୀ ଓ କେଶର ଯୋଗାଇ ଦିଆଯାଇଛି ।

ଆଜି ଶ୍ରୀବିଗ୍ରହଙ୍କ ପଇତା ଲାଗି ନୀତି; ବନ୍ଦ ରହିବ ସାଧାରଣ ଦର୍ଶନ

ତେବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହାକୁ ନେଇ ଭକ୍ତଙ୍କ ଦର୍ଶନ ପାଇଁ କଟକଣା ଜାରି କରାଯାଏ । ସେପଟେ  ଶ୍ରୀମୁଖ ସୁନ୍ଦର ଦେଖାଯିବା ପାଇଁ ବନକଲାଗି କରାଯିବ ବୋଲି କହିଛନ୍ତି ସେବାୟତ । ତେବେ ଲକ୍ଷାଧିକ ଭକ୍ତଙ୍କୁ କେବଳ ଚକା ଆଖି ଟାଣି ଅଣୁଥିବାରୁ ଏହି ନୀତି ବେଶ ଗୁରୁତ୍ୱପୂର୍ଣ୍ଣ । ଏପ୍ରିଲ ୨୩ରେ ପବିତ୍ର ଚନ୍ଦନ ଯାତ୍ରା ଓ ଅକ୍ଷୟ ତୃତୀୟା ଥିବାରୁ ଏହି ବନକଲାଗି ନୀତି ବେଶ ଗୁରୁତ୍ୱପୂର୍ଣ୍ଣ ।
Published by:Soumya Das
First published: