Pakhal Divas: ଶ୍ରୀମନ୍ଦିରରେ ପଖାଳ ଭାତ ଭୋଗ; ପଖାଳ ଭାତରେ ଘିଅ ଖାଆନ୍ତି ମହାପ୍ରଭୁ

Pakhal Divas: ପଖାଳ ଦିବସ ମଧ୍ୟ ମହାପ୍ରଭୁଙ୍କ ଦହି ପଖାଳ ପ୍ରସାଦରୁ ସୃଷ୍ଟି। ମହାପ୍ରଭୁ ଜଗନ୍ନାଥ ଶ୍ରୀମନ୍ଦିରରେ ତିନି ବେଳା ଦହି ପଖାଳ ଖାଇଥାନ୍ତି।

ଶ୍ରୀମନ୍ଦିରରେ ପଖାଳ ଭାତ ଭୋଗ

ଶ୍ରୀମନ୍ଦିରରେ ପଖାଳ ଭାତ ଭୋଗ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ପୁରୀ: କିଛି ବର୍ଷ ହେଲାଣି ମାର୍ଚ୍ଚ ୨୦ ତାରିଖରେ ପାଳନ ହେଉଛି ଓଡ଼ିଆଙ୍କ ପସନ୍ଦୀୟ ଖାଦ୍ୟ ପଖାଳ ଦିବସ(Pakhal Divas 2023)। ହେଲେ କେଉଁ ଆବାହନ ପରମ୍ପରାନୁସାରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାଖରେ ଭୋଗ ହୋଇଥାଏ ଦହି ପଖାଳ। ଏହି ଦହି ପଖାଳର ପ୍ରସ୍ତୁତି ସ୍ୱତନ୍ତ୍ର ନିଆରା। ଆଉ ଭକ୍ତମାନେ ଦହି ପଖାଳ ପାଇ ଆନନ୍ଦରେ ବିଭୋର ହୋଇପଡ଼ିନ୍ତି। ତେଣୁ ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ନେଇ ଘରେ ଘରେ ପାଳିତ ହୋଇଥାଏ ଯାନିଯାତ୍ରା ଓ ଉତ୍ସବ। ତେଣୁ ପଖାଳ ଦିବସ ମଧ୍ୟ ମହାପ୍ରଭୁଙ୍କ ଦହି ପଖାଳ ପ୍ରସାଦରୁ ସୃଷ୍ଟି।

ମହାପ୍ରଭୁ ଜଗନ୍ନାଥ ଶ୍ରୀମନ୍ଦିରରେ ତିନି ବେଳା ଦହି ପଖାଳ ଖାଇଥାନ୍ତି। ତେଣୁ ସୁପକାର ସେବାୟତମାନେ ଏହାକୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରି ମହାପ୍ରଭୁଙ୍କୁ ଅର୍ପଣ କରିନ୍ତି। କାରଣ ମାନବୀୟ ଉପଚାରର ଦେବତା ଶ୍ରୀ ଜଗନ୍ନାଥ ମହାପ୍ରଭୁ ଭୋଜନ ପ୍ରିୟ ଠାକୁର। ବଲ୍ଲଭ ଭୋଗ ଠାରୁ ବଡ଼ ସିଂହାର ଭୋଗ ଭିତରେ ତିନି ଥର ଦହି ପଖାଳ ଭୋଗ ହୋଇଥାଏ। ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଧୂପ ଓ ବଡ଼ ସିଂହାର ଭୋଗରେ ଦହି ପଖାଳ ଭୋଗ ହୋଇଥାଏ। ଏହାର ପ୍ରସ୍ତୁତି ମଧ୍ୟ ସ୍ୱତନ୍ତ୍ର ଓ ନିଆରା। କୋଠ ଭୋଗ ସୁଆର ଅନ୍ନ ରାନ୍ଧିବା ପରେ ଦହି ସହ ଜିରା, ଅଦା, ଲବଣ, ଶର୍କରା ସହ ଧୃତ ମିଶାଯାଇଥାଏ। କେଉଁ ଆବାହନ କାଳରୁ ଶ୍ରୀମନ୍ଦିରରେ ଦହି ପଖାଳ ପରମ୍ପରା ଅନୁସାରେ ଚାଲିଆସିଛି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ପଖାଳ ଭୋଗ ଲାଗେ। ଆଉ ମହାପ୍ରଭୁ ପଖାଳ ଭାତରେ ଘିଅ ଖାଇଥାନ୍ତି ।

ପୁରୀ ଯାଉଛନ୍ତି କି ? ଆସନ୍ତାକାଲି ୫ଘଣ୍ଟା ପାଇଁ ଶ୍ରୀମନ୍ଦିର ସାଧାରଣ ଦର୍ଶନ ବନ୍ଦ

ମହାପ୍ରଭୁ ଦହି ପଖାଳରେ ଘିଅ ଖାଇଥିବାର ବିଧି ରହିଥିବା ବେଳେ ତାଙ୍କ ଭକ୍ତମାନେ ଘରେ ଘରେ ପଖାଳ ଦିବସ ପାଳନ କରିବା ସହ ଅସହ୍ୟ ଖରାରୁ ମୁକ୍ତି ପାଇଁ ପଖାଳ ଖାଇଥାନ୍ତି। ତେଣୁ ଏହା ଉତ୍କଳ ପରମ୍ପରା ହୋଇଥିବାରୁ ପଖାଳ ଆଜି ସାରା ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି।

ପଖାଳ ଦିବସରେ ଓଡ଼ିଆଙ୍କ ପ୍ରିୟ ଦହି ପଖାଳ ଏବେ ଲୋକଙ୍କ କଂସାରେ ଆଗକୁ ଦେଖିବାକୁ ମିଳିବ। ଆଉ ମହାପ୍ରଭୁଙ୍କୁ ନେଇ ପଖାଳର ସମ୍ପର୍କ ରହିଥିବାରୁ ଆଜି ଏହା ବେଶ ଆଦୃତ ହୋଇପାରିଛି।
Published by:Soumya Das
First published: