ସୂର୍ଯ୍ୟ ପରାଗ ପାଇଁ ଶ୍ରୀମନ୍ଦିର ନୀତିକାନ୍ତିରେ ପରିବର୍ତ୍ତନ; ଭୋରରୁ ବାହାରିବ ଅଵଢା

ରାତି ୩ଟାରେ ସକାଳ ଧୂପ ପରେ ଭୋଗମଣ୍ଡପରେ ବାହାରିବ ମହାପ୍ରସାଦ । ଆଉ ରାତ୍ର ୧୨ଟାରୁ ଦ୍ୱାରଫିଟା ଠାରୁ ଆରମ୍ଭ କରି ଭୋର ୪ଟା ୫୫ ଭୋଗମଣ୍ଡପ ସରିବା ପର୍ଯ୍ଯନ୍ତ ଭକ୍ତମାନଙ୍କ ଦର୍ଶନ ଉପରେ ଲାଗିଛି କଟକଣା।

ସୂର୍ଯ୍ୟ ପରାଗ ପାଇଁ ପୁରୀ ଶ୍ରୀମନ୍ଦିରରେ ନୀତିକାନ୍ତିରେ ପରିବର୍ତ୍ତନ ହୋଇଛି (ପ୍ରତୀକାତ୍ମକ ଛବି)

ସୂର୍ଯ୍ୟ ପରାଗ ପାଇଁ ପୁରୀ ଶ୍ରୀମନ୍ଦିରରେ ନୀତିକାନ୍ତିରେ ପରିବର୍ତ୍ତନ ହୋଇଛି (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ପୁରୀ: ସୂର୍ଯ୍ୟ ପରାଗ ପାଇଁ ୨୫ତାରିଖର ନିତିକାନ୍ତି ୨୪ ତାରିଖ ରାତିରୁ ଆରମ୍ଭ ହେବ। ରାତି ୧୨ଟାରେ ଦ୍ୱାରଫିଟା ନିତି ହୋଇ ୪ଟା ୫୫ ମିନିଟ ସୁଦ୍ଧା ପ୍ରଥମ ଭୋଗମଣ୍ଡପ ବଢି ନୀତି ଶେଷ ହେବ। ଏହି ସମୟ ମଧ୍ୟରେ ମହାପ୍ରଭୁଙ୍କ ଦର୍ଶନ ପାଇବେ ନାହିଁ ଭକ୍ତ। ନୀତି ସରିବା ପରେ ଗ୍ରହଣ ନୀତି ଆରମ୍ଭ ହେଲେ ଭକ୍ତ କରିବେ ଦର୍ଶନ । ନୀଳାଦ୍ରି ଭକ୍ତ ନିବାସ ପରିସରରେ ଶ୍ରୀମନ୍ଦିର ନୀତିକାନ୍ତି ଉପରେ ଅନୁଷ୍ଠିତ ନୀତି ସବ୍‌କମିଟି ବୈଠକରେ  ନିଷ୍ପତ୍ତି ନିଆଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି।

ସେପଟେ କରୋନା ଯୋଗୁଁ ଦୀର୍ଘ ଦୁଇ ବର୍ଷ ପରେ ଅର୍ଥାତ ଅମାବାସ୍ଯା ତିଥି ରହୁଥିବାରୁ ୨୪ ତାରିଖରେ ବଡ଼ବଡ଼ୁଆ ଡାକିବା ପାଇଁ ସ୍ଥାନ ଚିହ୍ନଟ ହୋଇଛି। କାକୁଡ଼ି ଖାଇ ମନ୍ଦିର ଓ ମଙ୍ଗୁ ମଠ ଭିତରେ ଦୁଇଟି ଅଂଚଳରେ ୫ଟି ସ୍ଥାନ ନିରୂପଣ ହୋଇଥିବା ଉପଜିଲ୍ଲାପାଳ ଭବତାରଣ ସାହୁ କହିଛନ୍ତି।

କେତୁଗ୍ରସ୍ତ ଖଣ୍ଡଗ୍ରାସ ଯୋଗୁଁ ଶ୍ରୀମନ୍ଦିରରେ ନିତିକାନ୍ତିକୁ ଅନେକ ପରିବର୍ତ୍ତନ କରାଯାଇଛି। ପ୍ରଥମ ଭୋଗମଣ୍ଡପ ବଢିବା ପରେ ନିତିକାନ୍ତି ବନ୍ଦ ରହିବ। ଶ୍ରୀମନ୍ଦିରରେ ରାତି ୩ଟାରେ ସକାଳ ଧୁପ ପରେ ଭୋଗମଣ୍ଡପରେ ବାହାରିବ ମହାପ୍ରସାଦ। ଆଉ ରାତ୍ର ୧୨ଟାରୁ ଦ୍ୱାରଫିଟା ଠାରୁ ଆରମ୍ଭ କରି ଭୋର ୪ଟା ୫୫ ଭୋଗମଣ୍ଡପ ସରିବା ପର୍ଯ୍ଯନ୍ତ ଭକ୍ତମାନଙ୍କ ଦର୍ଶନ ଉପରେ ଲାଗିଛି କଟକଣା ବୋଲି ସ୍ପଷ୍ଟ କରିଛନ୍ତି ସୁଆର ମହାସୁଆର ନିଯୋଗ ସମ୍ପାଦକ ନାରାୟଣ ମହାସୁଆର ।



ନୀତି ସରିବା ପରେ ଗ୍ରହଣ ନୀତି ଆରମ୍ଭ ହେଲେ ଭକ୍ତ କରିବେ ଦର୍ଶନ। ୨୫ ତାରିଖ ପୂର୍ବଦିନ ରାତିରୁ ଦ୍ବାରଫିଟା ପରେ ମହାପ୍ରସାଦ ପ୍ରସ୍ତୁତି ଆରମ୍ଭ କରିବାକୁ ସୁଆର ମହାସୁଆର ନିଯୋଗକୁ କୁହାଯାଇଛି। ସଅଳ ମହାପ୍ରସାଦ ପ୍ରସ୍ତୁତିକୁ ନିତି ସବକମିଟି ବୈଠକରେ ଗୁରୁତ୍ବ ଦିଆଯାଇଛି। ଗ୍ରହଣ ସ୍ପର୍ଶ ପରେ ମହାପ୍ରଭୁଙ୍କ ଗ୍ରହଣ ମହାସ୍ନାନ ଓ ଅନ୍ୟାନ୍ୟ ନୀତି ସରିବା ପରେ ଦ୍ବିତୀୟ ଭୋଗମଣ୍ଡପ ପାଇଁ ପ୍ରସ୍ତୁତି ଆରମ୍ଭ ହେବ ବୋଲି ଶ୍ରୀ ମହାସୁ୍ଆର ନିଯୋଗ ସମ୍ପାଦକ ନାରାୟଣ ମହାସୁଆର କହିଛନ୍ତି।

ଗ୍ରହଣ ସ୍ପର୍ଶ ପରେ ମହାପ୍ରଭୁଙ୍କ ଗ୍ରହଣ ମହାସ୍ନାନ ଆରମ୍ଭ ହେବ। ଗ୍ରହଣ ଭୋଗ ନୀତି ହୋଇ ଅନ୍ୟାନ୍ୟ ନୀତି ବଢ଼ିବ। ଅକ୍ଟୋବର ୨୫ ତାରିଖ ପାଇଁ ନିତୀକାନ୍ତି ଚୂଡ଼ାନ୍ତ ହୋଇଛି।
Published by:Soumya Das
First published: