- News18 Odia
- Last Updated :
- Other, India
News 18 Odia Digital
ସମ୍ବଲପୁର: ଆସନ୍ତା ସେପ୍ଟେମ୍ବର ମାସ ୧ ତାରିଖରେ ନୂଆ ଖାଇ ପର୍ବ ପାଳନ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଥିବା ବେଳେ ଇଷ୍ଟ ଦେବୀ ମା' ସମଲେଶ୍ବୀରଙ୍କ ଠାରେ ଦିନ ୧୦.୫୬ ମିନିଟ ରୁ ୧୧.୧୦ ମିନିଟ ମଧ୍ୟରେ ଲାଗି ହେବ ନବାର୍ଣ୍ଣ। ନୂଆ ଖାଇରେ ସବୁ ନୂଆ ହେଉଥିବା ବେଳେ ନୂଆ ଧାନ ବେଶୀ ଆବଶ୍ୟକ ହୋଇଥାଏ। ଏହି ନୂଆ ଧାନରୁ ପ୍ରସ୍ତୁତ ନୈବେଦ୍ୟ ଇଷ୍ଟ ଦେବୀଙ୍କ ଠାରେ ଅର୍ପଣ କରିବାର ବିଧି ରହିଛି। ଇଷ୍ଟ ଦେବୀ ମା' ସମଲେଶ୍ବୀରଙ୍କ ମନ୍ଦିରକୁ ନୂଆ ଖାଇ ପାଇଁ ଶନିବାର ଆସିଛି ନୂଆ ଧାନ। ୬୦ ଦିନରେ ଅମଳ ହେଉଥିବା ଏହି ଧାନକୁ କ୍ଷତରେ ପୂଜାର୍ଚ୍ଚନା କରି କାଟିବା ପରେ ମା' ସମଲେଶ୍ବରୀଙ୍କ ମନ୍ଦିରକୁ ଆସି ମୁଖ୍ୟ ପୂଜକଙ୍କୁ ଅର୍ପଣ କରିଥିଲେ ବଲବସପୁରର ଚାଷୀ ସୁବାସ ବେହେରା।
ଚାଷୀ ସୁବାସ ବେହେରା କହିଛନ୍ତି, ‘ ମାଆ ସମଲେଶ୍ବରୀଙ୍କୁ ବର୍ଷର ପ୍ରଥମ ଉତ୍ପାଦିତ ନୂଆ ଧାନରୁ ପ୍ରସ୍ତୁତ ନୈବେଦ୍ୟ ଅର୍ପଣ କରିବାର ବିଧି ରହିଛି। ସେଥି ପାଇଁ ବହୁତ ବର୍ଷ ହେବ ମାଆ ସମଲେଶ୍ବରୀଙ୍କ ପାଖରେ ନୂଆ ଧାନ ଦେଇ ଆସୁଛି। ପୂଜକ ଅମ୍ବିକା ରାୟଙ୍କ ଅନୁଯାୟୀ, ଗଣ ପର୍ବ ନୂଆଖାଇରେ ସବୁ ନୂଆ ହେଉଥିବା ବେଳେ ନୂଆ ଧାନର ଆବଶ୍ୟକତା ସବୁଠୁ ଅଧିକ। ବର୍ଷର ପ୍ରଥମ ଉତ୍ପାଦିତ ନୂଆ ଧାନରୁ ପ୍ରସ୍ତୁତ ନୈବେଦ୍ୟ ନୂଆ ଖାଇରେ ଇଷ୍ଟ ଦେବୀଙ୍କ ଠାରେ ଲାଗି କରାଯାଏ।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।