New18 Odia Digital
Monday Worship: ସୋମବାର ଦିନ ଭଗବାନ ଶିବଶଙ୍କରଙ୍କୁ ସମର୍ପିତ। ଏହି ଦିନ ଭୋଳା ଶଙ୍କରଙ୍କୁ ଆରାଧନା କରିବା ଦ୍ୱାରା ଶ୍ରଦ୍ଧାଳୁଙ୍କୁ ଆଶୀର୍ବାଦ ମିଳିଥାଏ। ଜାତକରେ ଗ୍ରହଙ୍କ ଶୁଭଫଳ ପାଇଁ ଓ ନକରାତ୍ମକ ଶକ୍ତି ଦୂର ପାଇଁ ସୋମବାର ଦିନ କିଛି ଧଳା ଜିନିଷ ଦାନ କରିବା ଦ୍ୱାରା ଖୁବ୍ ଶୁଭଫଳ ମିଳିଥାଏ ।
ଭଗବାନ ଶିବଙ୍କୁ ପୂଜା କରିବା ଦ୍ୱାରା ବିଭିନ୍ନ ଫାଇଦା ମିଳିଥାଏ। କୋପେ ବର ନହେଲେ ତପେ ବର, ଯେ କୌଣସି ଉପାୟରେ ବି ଭଗବାନ ଶିବ ସନ୍ତୁଷ୍ଟ ହୋଇଥାନ୍ତି। ତେବେ ଶିବଙ୍କୁ ଆରାଧନା କରିବା ଦ୍ୱାରା ଜୀବନରେ ସୁଖ ଶାନ୍ତି ଆସିବା ଦ୍ୱାରା ଧନପ୍ରାପ୍ତି ମଧ୍ୟ ହୋଇଥାଏ।
ପଢ଼ନ୍ତୁ ଏହି ଖବର: God Help You: ପାସପୋର୍ଟ ନେଇ ଗଲେ ଲାଗିଯାଏ Visa! ଚମତ୍କାରରେ ଭରପୂର ଏହି ମନ୍ଦିରସୋମବାର ଦିନ ଚନ୍ଦ୍ରମାର ଦିନ ଭାବରେ ବିବେଚନା କରାଯାଏ। ତେଣୁ ଏହି ଦିନରେ ଶିବ ପୂଜା କରିବା ଦ୍ୱାରା ଅନେକ ଫାଇଦା ମିଳିଥାଏ। ଶିବପୂଜାରେ ଏହି ବିଧିର ପାଳନ କରିବା ସହିତ ଶୁଭ ଫଳ ପାଆନ୍ତୁ।
ଆସନ୍ତୁ ଜାଣିବା ଶିବଙ୍କୁ ପୂଜା କରିବା ଉପାୟ୧. କୌଣସି କାର୍ଯ୍ୟରେ ସଫଳତା ପାପ୍ତ କରିବାକୁ ସୋମବାର ଦିନ ଚାଉଳ ଦାନ କରନ୍ତୁ। ଏହାଦ୍ୱାରା ଅଟକି ଥିବା କାର୍ଯ୍ୟରେ ସଫଳତା ମିଳିଥାଏ।
୨. ଆରୋଗ୍ୟ ପ୍ରାପ୍ତି ପାଇଁ ସୋମବାର ଧଳା ପୋଷାକ ଦାନ କରନ୍ତୁ। ଏହାଦ୍ୱାରା ଚନ୍ଦ୍ର ଦୋଷ ଦୂର ହେବା ସହ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ।
୩. ନିଜ ସାମର୍ଥ୍ୟ ଅନୁଯାୟୀ, ଚାନ୍ଦି ଦାନ କରନ୍ତୁ। ଏହାଦ୍ୱାରା ଚନ୍ଦ୍ରଙ୍କ ବିଶେଷ କୃପା ମିଳିବା ସହ ଅଟକି ଥିବା କାର୍ଯ୍ୟରେ ସଫଳତା ମିଳିଥାଏ। ମାନସିକ ଶାନ୍ତି ମଧ୍ୟ ମିଳିଥାଏ।
୪. ପାରିବାରିକ ଜୀବନରେ ସୁଖ ଶାନ୍ତି ପ୍ରାପ୍ତି ପାଇଁ ସୋମବାର ଦିନ ଅସହାୟଙ୍କୁ ଭୋଜନ ଦାନ କରନ୍ତୁ। ଆବଶ୍ୟକୀୟ ଜିନିଷ ମଧ୍ୟ ଦାନ କରିପାରିବେ।
୫. ନିଜର ସମସ୍ତ ମନୋକାମନା ପୂରଣ କରିବା ପାଇଁ ସୋମବାର କେବଳ ଶିବ ନୁହନ୍ତି ବରଂ ମାତା ପାର୍ବତୀ, ଗଣେଷ ଏବଂ କାର୍ତ୍ତିକଙ୍କ ପୂଜା କରାଯିବା ଆବଶ୍ୟକ। ଏହା ସହିତ ପୂଜା ପରେ ଶିବ ଚାଳିଶା ଏବଂ ଶିବାଷ୍ଟକ ପାଠ କରନ୍ତୁ।
୬. ଯଦି ବୈବାହିକ ଜୀବନ ଠିକ୍ ନାହିଁ ତା ହେଲେ ଗୌରୀ ଶଙ୍କର ଦର୍ଶନ କରିବା ସହିତ ରୁଦ୍ରାକ୍ଷ ଚଢ଼ାନ୍ତୁ।
୭. ସୋମବାର ଶିବଲିଙ୍ଗ ପୂଜା କରିବା ସହିତ ଏଥିରେ ଚନ୍ଦନ ଲଗାଇ ନିଜ ମନର ଆଶା ମାଗନ୍ତୁ। ଏହା ସହିତ ବେଲ ପତ୍ର ଏବଂ ଫୁଲ ଚଢାଇବା ଦ୍ୱାରା ସମସ୍ତ ମନୋକାମନା ପୂରଣ ହେବ।
୮. ଯଦି ଚାକିରି କ୍ଷେତ୍ରରେ କୌଣସି ସମସ୍ୟ ରହିଛି କିମ୍ବା ବେପାରରେ ଅସୁବିଧା ରହିଛି ତାହେଲେ ଶିବଲିଙ୍ଗରେ କ୍ଷୀର ଚଢ଼ାନ୍ତୁ। ପରେ ସେହି କ୍ଷୀରକୁ ଏକ ତମ୍ବା ପାତ୍ରରେ ନେଇ ଅଫିସରେ ଛିଞ୍ଚନ୍ତୁ। କାର୍ଯ୍ୟାଳୟ ବା ବ୍ୟବସାୟିକ ସମସ୍ୟା କ୍ଷଣକରେ ଦୂରେଇ ଯିବ।
୯. ପ୍ରତ୍ୟେକ ସୋମବାର ଶିବ ମନ୍ଦିର ଯାଇ ‘ଓଁ ନମୋ ଧନଦାୟ ସ୍ୱାହା’ ମନ୍ତ୍ରର ଜପ କରନ୍ତୁ। ୧୧ଟି ମାଳା ଜପ କରିବା ଦ୍ୱାରା ଧନ ସମସ୍ୟା ଦୂରେଇ ଯାଇଥାଏ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।