ଆଜିଠୁ ମଳମାସ; ଭୁଲରେ ବି କରନ୍ତୁନି ଏହି କାର୍ଯ୍ୟ; ନଚେତ୍ ଭୋଗିବେ ଦୁଃଖ

Malmas: ଆଜିଠୁ ଆରମ୍ଭ ହେଲା ଖରମାସ ତଥା ମଳମାସ। ଏହି ମଳମାସରେ କୌଣସି ଶୁଭ ବା ମାଙ୍ଗଳିକ କାର୍ଯ୍ୟ କରାଯିବା ଅନୁଚିତ। ଏହାକୁ ଶାସ୍ତ୍ର ବିରୁଦ୍ଧ ବୋଲି ମଧ୍ୟ କୁହାଯାଏ।

ଆଜିଠୁ ମଳମାସ

ଆଜିଠୁ ମଳମାସ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ହିନ୍ଦୁ ଧର୍ମର ଲୋକମାନଙ୍କ ପାଇଁ ଅନେକ ପରମ୍ପରା ଏବଂ ଶୁଭ ମୁହୂର୍ତ୍ତ ସ୍ୱତନ୍ତ୍ର। ହିନ୍ଦୁ ଧର୍ମରେ ଏହି ନିୟମ ଏବଂ ଶୁଭ ସମୟ ପୂଜା ସହିତ ପାଳନ କରାଯାଏ।

ସେହିପରି ଆଜିଠୁ ଆରମ୍ଭ ହେଉଛି ଖରମାସ ତଥା ମଳମାସ। ଏହି ମଳମାସରେ କୌଣସି ଶୁଭ ବା ମାଙ୍ଗଳିକ କାର୍ଯ୍ୟ କରାଯିବା ଅନୁଚିତ। ଏହାକୁ ଶାସ୍ତ୍ର ବିରୁଦ୍ଧ ବୋଲି ମଧ୍ୟ କୁହାଯାଏ।

ମଳମସର ଶୁଭ କାର୍ଯ୍ୟ ୧ ମାସ ପାଇଁ ସ୍ଥଗିତ ରଖାଯିବା ଦରକାର ଏବଂ ଏହି ସମୟ ମଧ୍ୟରେ କେବଳ ପୂଜା କରାଯିବା କଥା। ପିତୃପୁରୁଷଙ୍କ ଶାନ୍ତି ପାଇଁ, ବିଭିନ୍ନ ଦିନରେ, ନିୟମ ଅନୁଯାୟୀ ପ୍ରାର୍ଥନା କରିବା ପରେ, ପିଣ୍ଡଦାନ ସେମାନଙ୍କ ପାଇଁ କରାଯାଏ।

ଆଜି ସକାଳ ୬.୩୩ ମିନିଟରେ ସୂର୍ଯ୍ୟ ଦେବତା ମୀନ ରାଶିରେ ପ୍ରବେଶ କରିଛନ୍ତି ଏବଂ ଏହାସହ ମଳମାସ ଆରମ୍ଭ ହୋଇଛି। ତେବେ ଆସନ୍ତୁ ଜାଣିବା ମଳମାସରେ କେଉଁ କାର୍ଯ୍ୟ କରିବାକୁ ବାରଣ କରାଯାଏ...

୧. ମଳମାସରେ ଗୃହ ପ୍ରବେଶ କାର୍ଯ୍ୟ କରାଯାଇନଥାଏ। ଯଦି କେହି ନୂଆ ଗୃହ ନିର୍ମାଣ କରିଥାନ୍ତି, ତେବେ ଏହି ମାସରେ ସେହି ଘରେ ରହିବାର ଯୋଜନା ପରିତ୍ୟାଗ କରିବା ଉଚିତ୍।

୨. ଠିକ୍‌ ସେହିପରି ମଳମାସରେ ବିବାହ, ବ୍ରତୋପନୟନ ଭଳି ଶୁଭ ମାଙ୍ଗଳିକ କାର୍ଯ୍ୟ ମଧ୍ୟ କରିବାକୁ ବାରଣ କରାଯାଏ। ମଳମାସ ସମୟରେ ଘରେ କୌଣସି ପୂଜାର୍ଚ୍ଚନାର ଆୟୋଜନ ମଧ୍ୟ ଅନୁଚିତ ବୋଲି କୁହାଯାଏ।

୩. ଖାଲି ସେତିକି ନୁହେଁ ଘରେ କୌଣସି ଆନନ୍ଦ ଆସର ମଧ୍ୟ ରଖାଯିବ ମଧ୍ୟ ଉଚିତ ନୁହେଁ ବୋଲି କୁହାଯାଏ। ଏହି ମାସରେ ବିଦ୍ୟାରମ୍ଭ ମଧ୍ୟ କରା ଯାଇ ନଥାଏ।

ପଢ଼ନ୍ତୁ ଏହି ଖବର:  ଗାଧୋଇବା ସମୟରେ କରୁଛନ୍ତି କି ଏହି ଭୁଲ: ଆଜି ହି ଛାଡ଼ନ୍ତୁ ଏହି ଅଭ୍ୟାସ; ନଚେତ୍ ଭୋଗିବେ ସମସ୍ୟା

୪. ମଳ ମାସରେ ସୂର୍ଯ୍ୟଙ୍କ ଶକ୍ତି ଓ ବୃହସ୍ପତିଙ୍କ ବଳ କ୍ଷୀଣ ହୋଇଥାଏ। ଏଣୁ ଏହି ମାସରେ ଶୁଭାଶୁଭ କାର୍ଯ୍ୟ ବନ୍ଦ ରହିଥାଏ।
Published by:Lipina Das
First published: