News18 Odia Digital
Makar Sankranti 2023: ଆଜି ମକର ସଂକ୍ରାନ୍ତି(Makar Sankrati)। ସଂକ୍ରାନ୍ତି ସହ ଜଡିତ ଭିନ୍ନ ଭିନ୍ନ କୌତୁହଳପୂର୍ଣ୍ଣ ଖବର ବିଭିନ୍ନ ରାଜ୍ୟର ଦେଖିବାକୁ ମିଳୁଛି। ଏହି କ୍ରମରେ, ଆଜି ଆମେ ଆପଣଙ୍କୁ ମୁଜାଫରପୁର ଜିଲ୍ଲାର ବାଜିକାଞ୍ଚଲ ଅଞ୍ଚଳର ପରମ୍ପରା ବାବଦରେ କହୁଛୁ। ବାଜିକାଞ୍ଚଲରେ ତିଳ ସଂକ୍ରାନ୍ତି ନାମରେ ଏହି ପର୍ବ ପାଳନ କରାଯାଏ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଝିଅମାନଙ୍କୁ ରାଶି ଲଡୁର ଭୋଗ ଦିଆଯାଏନାହିଁ।
https://odia.news18.com/news/festival/know-the-exact-date-of-makar-sankranti-2023-3ssd-14012023-ssd-148047.htmlମକର ସଂକ୍ରାନ୍ତି (Makar Sankrati 2023)ର ପର୍ବ ପାଳନ କରିବା ପାଇଁ ଆଜି ମଧ୍ୟ ମୁଜାଫରପୁର ଜିଲ୍ଲାର କୃଷକମାନେ ନିଜ କ୍ଷେତରେ ତିଳ ବା ରାଶି, ଚୁଡ଼ା ଓ ଗୁଡ଼, ଖଇ ମିଶାଇ ତିଳ କୂଟ (Tilkut)ବା ରାଶି ଲଡୁ ତିଆରି କରନ୍ତି। ଅନ୍ୟପକ୍ଷରେ, ଏହି ପର୍ବ ସମ୍ବନ୍ଧରେ ପୁରୋହିତମାନେ କହିଛନ୍ତି ଯେ ଏହି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରନ୍ତି ବୋଲି ବିଶ୍ୱାସ କରାଯାଏ। ଏହି କାରଣରୁ ଏହି ପର୍ବ ସାରା ଦେଶରେ ଧୁମଧାମରେ ପାଳନ କରାଯାଏ। ଏଥି ସହିତ, ସ୍ଥାନୀୟ ଲୋକ ମଧ୍ୟ ବିଶ୍ୱାସ କରନ୍ତି ଯେ ଏହି ଦିନ ବହୁତ ଥଣ୍ଡା ଅନୁଭୂତ ହୁଏ। ତେଣୁ, ତିଳ ବା ରାଶି ଓ ଗୁଡ଼ ଖାଇବା ଦ୍ୱାରା ଶରୀରର ତାପମାତ୍ରା ବଜାୟ ରହିଥାଏ।
ସଂକ୍ରାନ୍ତି ଦିନ, ମୁଜାଫରପୁର ଜିଲ୍ଲାର ପ୍ରାୟ ସମସ୍ତ ପରିବାର ସକାଳେ ସ୍ନାନ କରି ତିଳ କୂଟ ତିଆରି କରନ୍ତି। ଏହା ସହିତ ପ୍ରତ୍ୟେକ ପରିବାର ନିଜ ପରିବାରର ଦେବତାଙ୍କୁ ତିଳ, ଗୁଡ଼ ଏବଂ ଚାଉଳ ଅର୍ପଣ କରନ୍ତି। ସ୍ଥାନୀୟ ଲୋକଙ୍କ କହିବାନୁସାରେ ଯେ ଦୀର୍ଘ ଦିନ ଧରି ତିଳ କୂଟ ଭରିବାର ପରମ୍ପରା ଚାଲିଆସୁଛି। କିନ୍ତୁ ଝିଅମାନଙ୍କୁ ତିଳ ଭୋଗ ଖାଇବାକୁ ଅନୁମତି ମିଳିନଥାଏ । ଏହା ପଛରେ ବିଶ୍ୱାସ ହେଉଛି ବିବାହ ପରେ ଝିଅମାନଙ୍କୁ ସେମାନଙ୍କ ଶାଶୁ ଘରକୁ ଯିବାକୁ ପଡିବ। ଝିଅମାନଙ୍କର ଦାୟିତ୍ୱ ଶାଶୁମାନଙ୍କ ପାଇଁ ଅଧିକ ଓ ବାପା ଘର ପାଇଁ କମ୍ ହେବ। ସେଥିପାଇଁ ପରିବାରର ପୁଅ ଏବଂ ବୋହୂଙ୍କୁ ତିଳ କୂଟ ଭରିବାର ପରମ୍ପରା ପାଳନ କରନ୍ତି।
https://odia.news18.com/photogallery/festival/history-significance-scientific-importance-of-makar-sankranti-3ssd-14012023-ssd-148017.htmlମକର ସଂକ୍ରାନ୍ତି ପର୍ବକୁ ସ୍ୱତନ୍ତ୍ର ଖାଦ୍ୟର ପର୍ବ ମଧ୍ୟ କୁହାଯାଏ। ସକାଳେ ଗାଧୋଇବା ପରେ ହିନ୍ଦୁ ସମ୍ପ୍ରଦାୟର ଲୋକମାନେ ଚୁଡ଼ା, କଦଳୀ, ଗୁଡ଼ରେ ଜଳଖିଆ କରନ୍ତି। ଏହା ସହିତ ଖାଦ୍ୟରେ ଖଇ ଓ ରାଶି ମଞ୍ଜି ସାମିଲ କରିବା ଆବଶ୍ୟକ। କେତେକ ଲୋକ ଖିଚିଡ଼ି ମଧ୍ୟ ରନ୍ଧା ଯାଏ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।