News18 Odia Digital
Mahashivratri 2023: ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦେବାଦେବୀଙ୍କର ଏକ ସତନ୍ତ୍ର ସମୟ ଥାଏ ଯେଉଁ ସମୟରେ ତାଙ୍କର ଉତ୍ସବ ତଥା ପର୍ବ ପଡ଼ିଥାଏ। ସମ୍ପୂର୍ଣ୍ଣ ବିଧିବିଧାନର ସହିତ ତାଙ୍କର ପୂଜା ଅର୍ଚ୍ଚନା ମଧ୍ୟ କରାଯାଏ। ଫଳରେ ସେ ତାଙ୍କ ଭକ୍ତ ଉପରେ ନିଜର କୃପା ଦୃଷ୍ଟି ପକାଇଥାନ୍ତି। ସେହିପରି ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଫାଲଗୁନମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥିରେ ପ୍ରଭୁ ମହାଦେବଙ୍କ ଉତ୍ସବ ପଡୁଛି।
ଏହି ଦିନ ମାତା ପାର୍ବତୀ ଏବଂ ପ୍ରଭୁ ଭୋଳାଶଙ୍କରଙ୍କ ବିବାହ ମହୋତ୍ସବ ମଧ୍ୟ ଅନୁଷ୍ଠିତ ହୁଏ। ଯାହାକୁ ମହାଶିବରାତ୍ରୀ ତଥା ଜାଗର କୁହାଯାଏ। ତେବେ ଏହି ଦିନ ଯେଉଁ ବ୍ୟକ୍ତି ଭକ୍ତି ସହକାରରେ ପ୍ରଭୁ ଭୋଳାନାଥଙ୍କୁ ଆରାଧନା କରନ୍ତି ସେମାନଙ୍କ ମନସ୍କାମନା ପୂରଣ ହେବା ସହ ଭଗାବନ ଶିବଙ୍କର ଅସିମ କୃପା ମଧ୍ୟ ମିଳିଥାଏ।
ଚଳିତ ବର୍ଷା ମହାଶିବରାତ୍ରୀ ଅତ୍ୟନ୍ତ ଅଲୌକିକ ଏବଂ ଦୁର୍ଲଭ ଯୋଗ ରହିଛି। କାରଣ ଜ୍ୟୋତିଷ ଶାସ୍ତ୍ର ମତରେ ଏହି ଦିନ ଏକ ଅପୂର୍ବ ସଂଯୋଗ ସୃଷ୍ଟି ହେଉଛି। ଯାହାକି ଦୀର୍ଘ ୩୦ ବର୍ଷ ପରେ ଦେଖିବାକୁ ମିଳିବ। ଏହି ଦିନ ଶନି ଏବଂ ସୂର୍ଯ୍ୟ ଉଭୟ କୁମ୍ଭ ରାଶିରେ ପ୍ରବେଶ କରିବେ। ଫଳରେ ଏହାର ପ୍ରଭାବ ପ୍ରତ୍ୟେକ ବ୍ୟକ୍ତି ଉପରେ ପଡ଼ିବ। ହେଲେ ଖାସ କରି ୩ଟି ରାଶି ଉପରେ ଏହାର ଅଧିକ ପ୍ରଭାବ ରହିବ। ଯାହାଫଳରେ ସେହି ରାଶିର ବ୍ୟକ୍ତିମାନଙ୍କ ଭାଗ୍ୟଦୋୟ ହେବ।
ତେବେ ଆସନ୍ତୁ ଜାଣିବା ଏହି ରାଶିମାନଙ୍କ ବାବଦରେ….ମେଷ: ଜ୍ୟେତିଷ ଶାସ୍ତ୍ର ମତରେ ଶିବରାତ୍ରୀ ଦିନ ଶନି ଏବଂ ସୁର୍ଯ୍ୟ କୁମ୍ଭ ରାଶିରେ ପ୍ରବେଶ କରିବା ଦ୍ୱାରା ଏହା ମେଷ ରାଶିର ବ୍ୟକ୍ତିମାନଙ୍କ ଉପରେ ଅନେକ ଶୁଭ ଫଳ ପ୍ରଦାନ କରିବ। ଫଳରେ ଏହି ରାଶିର ବ୍ୟକ୍ତିମାନେ ସେମାନଙ୍କ ଜୀବନରେ ସଫଳତା ପାଇବେ। ଏହା ବ୍ୟତୀତ ଧନ ପ୍ରାପ୍ତିର ମଧ୍ୟ ଯୋଗ ରହିଛି। ତେବେ ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରର ପଦୋନ୍ନତି ହେବା ସହ ବେପାର ବାଣିଜ୍ୟ କରୁଥିବା ବ୍ୟକ୍ତିମାନେ ମଧ୍ୟ ଲାଭବାନ ହେବେ। ଏଥର ସୂର୍ଯ୍ୟ ଏବଂ ଶନିଙ୍କ ଗୋଚର ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ଲାଭ ଦାୟକ ହେବ।
ବୃଷ: ଶାସ୍ତ୍ର ମତରେ ସୂର୍ଯ୍ୟ ଏବଂ ଶନି ଦେବ କୃପା ବୃଷ ରାଶିର ବ୍ୟକ୍ତିମାନଙ୍କୁ କ୍ୟାରିୟର ଏବଂ ବ୍ୟବସାୟରେ ସଫଳତା ପ୍ରଦାନ କରିବ। ଏଥିସହିତ ଏହି ରାଶିର ବ୍ୟକ୍ତିମାନଙ୍କୁ ନୂଆ ଚାକିରି ପ୍ରାପ୍ତିର ମଧ୍ୟ ଯୋଗ ମିଳିବ। ଫଳରେ ଆର୍ଥିକ ସମସ୍ୟା ଦୂର ହେବା ସହ ପରିବାରରରେ ସୁଖ ଶାନ୍ତି ଲାଗି ରହିବ। ତେଣୁ କୁମ୍ଭ ରାଶିରେ ୨ ଗ୍ରହଙ୍କ ପ୍ରବେଶ ଏହି ରାଶିର ବ୍ୟକ୍ତିମାନଙ୍କୁ ଅନେକ ଲାଭ ଦେବ।
ମକର: ସୂର୍ଯ୍ୟ ଓ ଶନିଙ୍କ ସମେଯାଗ ମକର ରାଶିର ବ୍ୟକ୍ତିମାନଙ୍କୁ ଅନେକ ଲାଭ ଦେବ। ଫଳରେ ଏହି ରାଶିର ବ୍ୟକ୍ତିମାନଙ୍କ ଆର୍ଥିକ ସମସ୍ୟା ଦୂର ହେବା ସହ ଅନେକ ଦିନର ଆଶା ପୂରା ହେବାର ସମ୍ଭାବନା ରହିଛି। ଏଥି ସହିତ ବେପାର ବାଣିଜ୍ୟ କରୁଥିବା ବ୍ୟକ୍ତିମାନ ମଧ୍ୟ ଲାଭବାନ ହେବା ସହ ବେପାର ବାଣିଜ୍ୟ ବୃଦ୍ଧି ପାଇବ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।