ଆଜି ମହା ବିଷୁବ ପଣା ସଂକ୍ରାନ୍ତି: ଏହି ସହଜ ଉପାୟରେ ଭଗବାନ ହନୁମାନଙ୍କୁ କରନ୍ତୁ ପ୍ରସନ୍ନ; ଦୂର ହେବ ଦୁଃଖ

Bishuba Sankranti 2023: ପ୍ରତିବର୍ଷ ଏପ୍ରିଲ ୧୪ ତାରିଖରେ ମହା ବିଷୁବ ସଂକ୍ରାନ୍ତି ତଥା ପଣା ସଂକ୍ରାନ୍ତି ପଡ଼େ। ଏହା ହେଉଛି ବର୍ଷର ପ୍ରଥମ ସଂକ୍ରାନ୍ତି।

ଆଜି ମହା ବିଷୁବ ପଣା ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ

ଆଜି ମହା ବିଷୁବ ପଣା ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

Bishuba Sankranti 2023: ଆଜି ମହା ବିଷୁବ ସଂକ୍ରାନ୍ତି (Maha Bishuba Sankranti) ବା ପଣା ସଂକ୍ରାନ୍ତି। ଏହି ଦିନକୁ ଓଡ଼ିଆ ନବ ବର୍ଷ (Odia New Year) ଭାବରେ ମଧ୍ୟ ପାଳନ କରାଯାଏ। ଏହି ଦିନ ହନୁମାନ ଜୟନ୍ତୀ (Hanuman Jayanti 2023) ମଧ୍ୟ।

ପ୍ରତିବର୍ଷ ଏପ୍ରିଲ ୧୪ ତାରିଖରେ ଏହି ପର୍ବ ପଡ଼େ। ଏଥର ମଧ୍ୟ ଶୁକ୍ରବାର ଦିନ ପାଳନ କରାଯାଉଛି। ଏହା ହେଉଛି ବର୍ଷର ପ୍ରଥମ ସଂକ୍ରାନ୍ତି। ବର୍ଷର ପ୍ରଥମ ସଂକ୍ରାନ୍ତି ଏବଂ ପ୍ରଥମ ଦିନଟିକୁ ଅତି ଧୁମଧାମରେ ପାଳନ କରାଯାଏ।

ଅତି ସ୍ୱାଦିଷ୍ଟ ପାନୀୟରୁ ଓଡ଼ିଆମାନଙ୍କ ନବ ବର୍ଷ ଆରମ୍ଭ ହୁଏ। ଛତୁଆ, କ୍ଷୀର, ଦହି, ଗୁଡ, କଦଳୀ ଓ ନଡ଼ିଆକୁ ମିଶାଯାଇ ପଣା ପ୍ରସ୍ତୁତ କରାଯାଏ। ଏହାକୁ ପ୍ରଥମେ ଦେବଦେବୀଙ୍କ ପାଖରେ ଭୋଗ ଲଗାଯାଏ। ଏହି ପଣାକୁ ଏକ ଠେକି ରଖାଯାଇ ଛଉଁରା ଉପରେ ବନ୍ଧା ଯାଏ। ଏହି ଦିନ ବେଲ ପଣା ମଧ୍ୟ ପ୍ରସ୍ତୁତ କରାଯାଏ। ଯାହା ପେଟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ।

ସେହିପରି ଏହି ଶୁଭ ଦିନରେ କିଛି ଉପାୟ କରିବା ଦ୍ଵାରା ଆପଣଙ୍କ ଜୀବନରେ ଆସୁଥିବା ଅସୁବିଧା ଦୂର ହେବ, ଦାମ୍ପତ୍ୟ ଜୀବନ ହସ ଖୁସି ଆସିବ, ଜମି ବାଡି ଜନିତ ସମସ୍ୟା ଦୂର ହୋଇଯିବ। ସଂସାରରେ ସାତ ଜଣ ଚିରଞ୍ଜିବୀ ଅଛନ୍ତି ତହି ମଧ୍ୟରୁ ବଜରଙ୍ଗ ବଳି ଅନ୍ୟତମ।

ବାୟୁ ପୂରାଣରେ ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି ଯେ ହନୁମାନ ହେଉଛନ୍ତି ପ୍ରଭୁ ମହାଦେବଙ୍କ ଏହ ଅବତାର। ଶାସ୍ତ୍ର ଅନୁଯାୟୀ ମହାଦେବଙ୍କ ଏକାଦଶ ଅବତାର ହେଉଛନ୍ତି ହନୁମାନ ଏବଂ ହନୁମାନ ସଙ୍କଟକୁ ଦୂର କରିଥାନ୍ତି। ଆମେ ସାଧାରଣତଃ ଦେଖିଥାଉ ଭୂତ ପ୍ରେତ ଲାଗିଲା ବେଳେ ହନୁମାନଙ୍କ ପାଖକୁ ଆସିଥାଉ ଓ ଡର ଲାଗିଲେ ହନୁମାନ ଚାଳିଶାକୁ ସ୍ମରଣ କରିବା ଦ୍ଵାରା ଭୂତ ପ୍ରେତ ଦୂର ହୋଇଥାଏ।

ଯଦି କେହି ଆପଣଙ୍କ ଘର ଉପରେ କଳା ଯାଦୁ କରିଥାନ୍ତି ତେବେ ଆପଣ ଏହି ଉପାୟ କରନ୍ତୁ। ଆଜି ମହାବିଷୁବ ପଣା ସଂକ୍ରାନ୍ତି ଦିନ ଏହି ଉପାୟକୁ ଆପଣମାନେ କରିପାରିବେ। ସେହି ଦିନ ଆପଣ ସକାଳେ ଶୀଘ୍ର ଶର୍ଯ୍ୟା ତ୍ୟାଗ କରି ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରନ୍ତୁ। ଆପଣମାନେ ମନେ ରଖିବେ ଯେ ଅଷ୍ଟାଙ୍ଗଅଜ୍ଞ ନିହାତି ଭାବରେ ସୂର୍ଯ୍ୟକୁ ଅର୍ପଣ କରନ୍ତୁ ଆପଣଙ୍କୁ ବହୁତ ଭଲ ଶୁଭ ଫଳ ପାଇବେ।

ପଢ଼ନ୍ତୁ ଏହି ଖବର:  ଚଳିତ ମାସ ଶେଷରେ ଏକତ୍ରିତ ହେବେ ୩ଟି ଗ୍ରହ; ଏହି ରାଶି ଉପରେ ପଡ଼ିବ ଘୋର ପ୍ରଭାବ

ଘରେ ଥିବା ସବୁ ଦେବାଦେବୀମାନଙ୍କ ସେବା କରିସାରିବା ପରେ ଏକ ଗ୍ଳାସ ପାଣିରେ ମିଶ୍ରି ମିଶେଇ ମିଠା ପାଣି ପ୍ରସ୍ତୁତ କରି ନିଅନ୍ତି। ଏକ ମାଟି ଦୀପରେ ରାଶି ତେଲ, ଲାଲ ରଙ୍ଗର କପା ବଳିତା ସେଥିରେ ରଖନ୍ତୁ।

ଏବେ ଏହି ଦୁଇଟି ଜିନିଷକୁ ନେଇ ଓସ୍ତ ଗଛ ପାଖକୁ ଯାଆନ୍ତୁ। ଅଶ୍ଵତଥ ଗଛ ପ୍ରଥମେ ପ୍ରଣାମ କରି ମିଠା ପାଣିକୁ ଗଛର ମୂଳରେ ସମର୍ପଣ କରନ୍ତୁ ତା' ପରେ ଦୀପକୁ ଜଳାଇ ଗଛର ଚାରି ପାଖରେ ବୁଲାଆନ୍ତୁ।

ଆପଣ ଓସ୍ତ ଗଛକୁ ପ୍ରଣାମ କରି ପ୍ରାର୍ଥନା କରିବେ ଯେ ଦେବତା ମୁଁ ମୋର ପାପର କ୍ଷମା ମାଗୁଛି। ଏମିତି କରିବା ଦ୍ବାରା ଆପଣଙ୍କ ଦୁଃଖ ଦୂର ହୋଇଯିବ।
Published by:Lipina Das
First published: