ଶୁକ୍ରବାର କରନ୍ତୁ ଏହି ଉପାୟ; ଧନ ବର୍ଷା ସହ ଆର୍ଥିକ ସମସ୍ୟା ଦୂର କରିବେ ମା' ଲକ୍ଷ୍ମୀ

Friday Upaya: ଶୁକ୍ରବାର ମାତା ଲକ୍ଷ୍ମୀଙ୍କୁ ପୂଜା କରିବା ଦ୍ୱାରା ମା' ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି। ଘରେ ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ।

ଖାଲି ଗୁରୁବାର ନୁହେଁ ଶୁକ୍ରବାର ବି ଆପଣ ମା' ଲକ୍ଷ୍ମୀଙ୍କୁ ଏମିତି କରିପାରିବେ ପ୍ରସନ୍ନ

ଖାଲି ଗୁରୁବାର ନୁହେଁ ଶୁକ୍ରବାର ବି ଆପଣ ମା' ଲକ୍ଷ୍ମୀଙ୍କୁ ଏମିତି କରିପାରିବେ ପ୍ରସନ୍ନ

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

Friday Upaya: ପ୍ରତ୍ୟେକ ବ୍ୟକ୍ତି ଚାହାଁନ୍ତି କି ତାଙ୍କ ଉପରେ ବା ତାଙ୍କ ପରିବାର ଉପରେ ଧନର ଦେବୀ ମା' ଲକ୍ଷ୍ମୀଙ୍କ (Maa Laxmi) ଆଶୀର୍ବାଦ ଓ କୃପା ସଦା ସର୍ବଦା ରହିଥାଉ।

ଶୁକ୍ରବାର (Friday) ଦିନଟିକୁ ମା' ଲକ୍ଷ୍ମୀଙ୍କୁ (Maa Laxmi) ଉତ୍ସର୍ଗ କରାଯାଇଛି। କୁହାଯାଏ, ଏହି ଦିନ ମାଆ ଲକ୍ଷ୍ମୀଙ୍କ (Maa Laxmi) ପୂଜା ସହ ବିଶେଷ ଉପାୟ କଲେ ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିଥାଏ। ଜୀବନରେ କୌଣସି ପ୍ରକାରର ଅସୁବିଧା ହୋଇନଥାଏ।

ଜ୍ୟୋତିଷ ଶାସ୍ତ୍ରରେ (Astrology) ଅନୁଯାୟୀ, ଶୁକ୍ରବାର ଦିନ ରାତିରେ କିଛି ବିଶେଷ ଗୁପ୍ତ ଉପାୟ କରିବା ଦ୍ବାରା ମାଆ ଲକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି। ଯଦି ଜଣେ ବ୍ୟକ୍ତି ଆର୍ଥିକ ସମସ୍ୟା ବା ଋଣରେ ବୁଡ଼ିରହିଥାଏ ତେବେ ଶୁକ୍ରବାର ଦିନ ଏହି ଗୁପ୍ତ ଉପାୟ କରିବା ଦ୍ବାରା ଏହି ସବୁ ସମସ୍ୟାର ସମାଧାନ ହୋଇଥାଏ।

ବିଶ୍ବାସ ରହିଛି ଯେ, ଏହି ଉପାୟ କରିବା ଦ୍ବାରା ବ୍ୟକ୍ତି ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ କରିଥାଏ ଓ ରାତାରାତି ମାଲାମାଲ ହୋଇଥାଏ।

ଶୁକ୍ରବାର ରାତିରେ କରନ୍ତୁ ଏହି ସବୁ ଉପାୟ-

ଶାସ୍ତ୍ରରେ, ସପ୍ତାହର ସାତ ଦିନକୁ ଭିନ୍ନ ଭିନ୍ନ ଦେବୀ ଦେବତାଙ୍କୁ ଉତ୍ସର୍ଗ କରାଯାଇଛି। ଶୁକ୍ରବାର ଦିନ ମା' ଲକ୍ଷ୍ମୀଙ୍କୁ ଉତ୍ସର୍ଗ କରାଯାଇଛି। ଏହି ଦିନ ରାତିରେ ଦେବୀ ଲକ୍ଷ୍ମୀଙ୍କ ଅଷ୍ଟମ ରୂପକୁ ପୂଜା କରିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଇଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶୁକ୍ରବାର ଦିନ ରାତିରେ ମା' ଲକ୍ଷ୍ମୀଙ୍କ ଆଗରେ ଧୂପକାଠି ଜାଳି ନାଲି ରଙ୍ଗର ଫୁଲମାଳ ଅର୍ପଣ କରନ୍ତୁ।

ଯଦି ଆପଣ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି, ତେବେ ଶୁକ୍ରବାର ରାତିରେ ଲକ୍ଷ୍ମୀଙ୍କ ମନ୍ତ୍ର ଅତି କମରେ ୧୦୮ ଥର ଜାପ କରନ୍ତୁ।

ଏହି ମନ୍ତ୍ର ଜପ କରିବା ଦ୍ୱାରା ଧନର ଦେବୀଙ୍କ କୃପା ମିଳିଥାଏ। ଏହି ପ୍ରତିକାର କରିବା ଦ୍ୱାରା ବ୍ୟକ୍ତିର ଜୀବନରେ ଥିବା ଆର୍ଥିକ ସମସ୍ୟା ମଧ୍ୟ ଦୂର ହୋଇଯାଏ।

ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବାକୁ ଚାହୁଁଥିଲେ ଭଗବାନ ବିଷ୍ଣୁଙ୍କୁ ପୂଜା କରନ୍ତୁ। ଶୁକ୍ରବାର ଦିନ ରାତିରେ ଶଙ୍ଖରେ ପାଣି ଭର୍ତ୍ତି କରି ଭଗବାନ ବିଷ୍ଣୁଙ୍କୁ ଏହି ଜଳରେ ଅଭିଷେକ କରନ୍ତୁ। ଏପରି କରିବା ଦ୍ବାରା ଶ୍ରୀହରିଙ୍କ ସହ ମା' ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। କେବଳ ଏତିକି ନୁହେଁ, ଏହି ଉପାୟ କରିବା ଦ୍ବାରା ଆର୍ଥିକ ସମସ୍ୟାକୁ ମଧ୍ୟ ଦୂର ହୋଇଥାଏ।

ଏହା ବ୍ୟତୀତ ଶୁକ୍ରବାର ଦିନ ରାତିରେ ଗୋଲାପୀ ରଙ୍ଗର କପଡ଼ାରେ ଶ୍ରୀ ଯନ୍ତ୍ର ଓ ଅଷ୍ଟ ଲକ୍ଷ୍ମୀଙ୍କ ଫଟୋ ରଖନ୍ତୁ। କୁହାଯାଏ ଯେ, ଯଦି ଏହି ଗୁପ୍ତ ଉପାୟ କରିବା ଫଳରେ ବ୍ୟବସାୟରେ ଥିବା ସମସ୍ୟା ଶୀଘ୍ର ଦୂର ହେବା ସହ ବ୍ୟବସାୟରେ ଅଗ୍ରଗତି ହୋଇଥାଏ।

ପଢ଼ନ୍ତୁ ଏହି ଖବର:  ଆଜି ଏହି ରାଶିର ଲୋକଙ୍କ ଉପରେ ହେବ ଟଙ୍କା ବର୍ଷା; ପଢ଼ନ୍ତୁ ଆଜିର ଆର୍ଥିକ ରାଶିଫଳ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶ୍ରୀ ଯନ୍ତ୍ର, ଅଷ୍ଟ ଗନ୍ଧ ଓ ଅଷ୍ଟ ଲକ୍ଷ୍ମୀଙ୍କୁ ତିଳକ ଲଗାନ୍ତୁ। ବିଶ୍ୱାସ ରହିଛି ଯେ, ଏହି ଉପାୟ କରିବା ଦ୍ବାରା ଜୀବନ ସୁଖମୟ ହେବା ସହ ଲାଗି ରହିଥିବା ସମସ୍ତ ସମସ୍ୟା ଦୂର ହୋଇଥାଏ।
Published by:Lipina Das
First published: