କୁମ୍ଭକାରଙ୍କ ଲୋକପ୍ରିୟ ପର୍ବ କୁରାଳ ପଞ୍ଚମୀ; ଶ୍ରୀକ୍ଷେତ୍ରରେ ଧୁମଧାମରେ ପାଳନ ହେଲା ଉତ୍ସବ

ଶ୍ରୀକ୍ଷେତ୍ର ସମେତ ସାରା ଓଡ଼ିଶାରେ କୁମ୍ଭକାରଙ୍କ ପ୍ରମୁଖ ପର୍ବ କୁରାଳ ପଞ୍ଚମୀ ଧୁମ ଧାମରେ ପାଳନ କରାଯାଇଛି। ଏହି ସମୟରେ କୁମ୍ଭକାରମାନେ ତାଙ୍କ ଘରେ ଥିବା ଚକକୁ ପୂଜାର୍ଚ୍ଚନା ସହ ଘରେ ଉପବାସ ପାଳନ କରାଯିବାର ବିଧି ରହିଛି।

କୁମ୍ଭକାରଙ୍କ ଲୋକପ୍ରିୟ ପର୍ବ କୁରାଳ ପଞ୍ଚମୀ

କୁମ୍ଭକାରଙ୍କ ଲୋକପ୍ରିୟ ପର୍ବ କୁରାଳ ପଞ୍ଚମୀ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ପୁରୀ: ଶ୍ରୀକ୍ଷେତ୍ର ସମେତ ସାରା ଓଡ଼ିଶାରେ କୁମ୍ଭକାରଙ୍କ ପ୍ରମୁଖ ପର୍ବ କୁରାଳ ପଞ୍ଚମୀ ଧୁମ ଧାମରେ ପାଳନ କରାଯାଇଛି। ଏହି ସମୟରେ କୁମ୍ଭକାରମାନେ ତାଙ୍କ ଘରେ ଥିବା ଚକକୁ ପୂଜାର୍ଚ୍ଚନା ସହ ଘରେ ଉପବାସ ପାଳନ କରାଯିବାର ବିଧି ରହିଛି।

ଚକ୍ର ଏକ ଘୂର୍ଣ୍ଣାୟମାନ ପଦାର୍ଥ, ବସ୍ତୁ ବା ଅବସ୍ଥାl ସକଳ ସୃଷ୍ଟି ଘୂର୍ଣ୍ଣନରୁହିଁ ସମ୍ଭବ ହୋଇଛିl ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡ ଘୂର୍ଣ୍ଣାୟ ମାନ ସ୍ଥିତିରେ ରହିଛିl ଏଥି ପାଇଁ ଆମେ ବିଭିନ୍ନ ଚକ୍ରର ନାମ ଶୁଣୁ ଯଥା ସୃଷ୍ଟି ଚକ୍ର, କାଳଚକ୍ର, ଅବସ୍ଥା ଚକ୍ର, ଗ୍ରହଚକ୍ର, ଜୀବନ ଚକ୍ର, ଶିଶୁମାର ଚକ୍ର, ସୁଦର୍ଶନ ଚକ୍ର, ନୀଳ ଚକ୍ର, ଶାସନ ଚକ୍ର ଇତ୍ୟାଦିl ସେହିପରି ଆଉ ଗୋଟିଏ ଚକ୍ର ହେଉଛି କୁରାଳ ଚକ୍ରl ମାଟି ଵା କାଦୁଅରୁ ବିଭିନ୍ନ ସାମଗ୍ରୀ ଗଢ଼ିବା ପାଇଁ କୁମ୍ଭକାରମାନଙ୍କ ଦ୍ୱାରା ବ୍ୟବହାର ହେଉଥିବା ଏହା ଏକ ଘୂର୍ଣ୍ଣାୟ ମାନ ଦେଶୀୟ ଯନ୍ତ୍ରl କୁରାଳ ପଞ୍ଚମୀ, କୁରାଳ ଚକ୍ର ସମ୍ପର୍କିତ କୁମ୍ଭାରମାନଙ୍କର ଏକ ପର୍ବl ଚକ୍ର ବହନକରେ ପୂର୍ଣ୍ଣତାର ସଙ୍କେତ। ଚକ୍ରର ଆରମ୍ଭ ଯେଉଁଠି ଶେଷ ମଧ୍ୟ ସେଇଠିl କୁରାଳ ଚକ୍ରକୁ ଏକ ଅଭିଧାନ ଶବ୍ଦ ରୂପେ ମଧ୍ୟ ବ୍ୟବହାର କରାଯାଏl କୁରାଳ ପଞ୍ଚମୀ ଦିନ କୁମ୍ଭାର ତା' ବୃତ୍ତିର ପ୍ରଥମ ଉପାଦାନ ଚକ୍ର ଓ ନିଜର ଇଷ୍ଟ ଦେବଙ୍କୁ ପୂଜା କରିଥାଏl କୁମ୍ଭାର ଶୁଦ୍ର ଶ୍ରେଣୀ ଅନ୍ତର୍ଭୁକ୍ତ। ମହାଭାରତ, ରାମାୟଣ ଆଦି ଗ୍ରନ୍ଥରେ ବହୁ ଜାତି ସୃଷ୍ଟି ହେବା ସହ ଜାତିଜାତି ମଧ୍ୟରେ ବହୁ ସଂଘର୍ଷ କାହାଣୀମାନ ଦେଖିବାକୁ ମିଳେl ଇତିହାସରେ ମଧ୍ୟ ବହୁ ଗୋଷ୍ଠୀ ,ଜାତି,ଧର୍ମ ସଂଘର୍ଷର କାହାଣୀମାନ ଦୃଷ୍ଟି ଗୋଚର ହୁଏl ପୁରାଣରେ ଭଗବାନ ବିଶ୍ଵକର୍ମା ଶିଳ୍ପୀ କୁଳର ସୃଷ୍ଟିକର୍ତ୍ତା ଭାବେ ବର୍ଣ୍ଣିତl ମନୁ ସଂହିତା ଓ ବୌଦ୍ଧ ଜାତକ ଗଳ୍ପ ମାନଙ୍କରେ ମଧ୍ୟ ଜାତିମାନଙ୍କ ବିଷୟରେ ସୂଚନା ମିଳେl

ଶ୍ରୀକ୍ଷେତ୍ରରେ ଧୁମଧାମରେ ପାଳନ ହେଲା କୁରାଳ ପଞ୍ଚମୀ


କୁମ୍ଭକାର ସମ୍ପ୍ରଦାୟ ବିଷୟରେ ଆମ ଶାସ୍ତ୍ର ମଧ୍ୟ ନୀରବ ରହିନାହିଁl ବ୍ୟାକରଣାତ୍ମକ ବ୍ୟାଖ୍ୟାରେ କୁହାଯାଇଛି 'କୁମ୍ଭଂ କରୋତି ଇତିଃ କୁମ୍ଭକାରଃ'l ଅର୍ଥାତ ମୃତ୍ତିକା ଦ୍ୱାରା ବିଭିନ୍ନ ଉପକରଣ, ଦ୍ରବ୍ୟ ଵା ସାମଗ୍ରୀ ନିର୍ମାଣ କରୁଥିବା ବ୍ୟକ୍ତି, ଜାତି ବା ସମ୍ପ୍ରଦାୟ କୁମ୍ଭକାରl ପଞ୍ଚ ସଖା ଯୁଗର ସନ୍ଥ, ମହାପୁରୁଷ ଶ୍ରୀଅଚ୍ୟୁତାନନ୍ଦ ଦାସଙ୍କ ପାଟକ ଗୀତାରେ ଛତିଶ ପାଟକ ବା ସମ୍ପ୍ରଦାୟର ଉତ୍ପତ୍ତି ସମ୍ବନ୍ଧରେ ସୂଚନା ମିଳେl କୁମ୍ଭକାରମାନଙ୍କର ଉତ୍ପତ୍ତି ବିଷୟ କୁରାଳ ପୁରାଣ ଲିପିବଦ୍ଧ କରିଛିl

ଭକ୍ତକବି ଦୀନକୃଷ୍ଣଦାସଙ୍କ ବିରଚିତ ଏହି କୁରାଳ ପୁରାଣ ଅନୁଯାୟୀ କୁରାଳ ମାନଙ୍କର ଆଦ୍ୟପୁରୁଷ ହେଉ ଛନ୍ତି ରୁଦ୍ରପାଳl ତାଙ୍କୁ କୁରାଳ ରୁଷି ବୋଲି ମଧ୍ୟ କୁହାଯାଇଥାଏl ସେ ଭଗବାନଙ୍କ ମାନସ ପୁତ୍ରl ସୃଷ୍ଟି ସର୍ଜନା ପରେ ସମସ୍ତ ଜୀବ ଜଗତର ପୁଷ୍ଟି ନିମନ୍ତେ ଶସ୍ୟ ସୃଷ୍ଟି ହେଲାl ଶୁଖିଲା ଶସ୍ୟ ଖାଇ ପ୍ରାଣୀ କିପରି ବଞ୍ଚି ପାରିବେ, ଏହି ଚିନ୍ତାରେ ସୃଷ୍ଟି କର୍ତ୍ତା ବ୍ରହ୍ମା ଯାଇ ବିଷ୍ଣୁଙ୍କୁ କହିଲେl ଏଥିରେ ବିଷ୍ଣୁ ବ୍ରହ୍ମାଙ୍କ ଅଯୋଗ୍ୟତା ଉପରେ କ୍ଷୁବ୍ଧହୋଇ ତାଙ୍କୁ ଧିକ୍କାର କଲେl ବିଷ୍ଣୁ କ୍ରୋଧିତ ହେବାରୁ ତାଙ୍କର କପାଳରୁ ସ୍ବେଦବିନ୍ଦୁ ନିର୍ଗତ ହେଲାl ସ୍ବେଦବାରି ଭୂମିରେ ପତିତ ହେବାରୁ ସେଥିରୁ ରୁଦ୍ରପାଳଙ୍କ ଉତ୍ପତ୍ତି ହେଲାl ତାଙ୍କୁ ବିଷ୍ଣୁ ହାଣ୍ଡି ଗଢ଼ିବା ପାଇଁ ନିର୍ଦ୍ଦେଶ ଦେଇ କହିଲେ-

ମମ ଆଜ୍ଞା ପ୍ରମାଣେଷୁ ଜଳଦଂ ଶସ୍ୟ ବର୍ଣ୍ଣନେ
ଅଗ୍ନିପାଳ କୄତ୍ୟେ ହାଣ୍ଡି,
ମମ ଆଜ୍ଞା ସୁର ପାଳୟେତ୍

ରୁଦ୍ରପାଳଙ୍କ ସଂସାର ବୃଦ୍ଧି ପାଇଁ ବେଦପତି ବ୍ରହ୍ମା ତାଙ୍କୁ ରତ୍ନେଶ୍ୱରୀ ନାମକ ପତ୍ନୀ ପ୍ରଦାନ କଲେl କାଳକ୍ରମେ ତାଙ୍କ ଔରସରୁ ଚାରିପୁତ୍ର ଜନ୍ମଗ୍ରହଣ କଲେl ସେମାନେ ହେଲେ କ୍ଷମପାଳ, ଜୟପାଳ, ବିଜୟ ଓ ଚଣ୍ଡପାଳl କ୍ଷମପାଳ ଓଡ଼ିଶାରେ, ଚଣ୍ଡ ପାଳ ବଙ୍ଗଳାରେ ଓ ବିଜୟପାଳ ବେଶ୍ୟା ଘରେ ରହିଲେl ସେଥିପାଇଁ ବେଶ୍ୟାର ନୟନ ଛଟାକୁ ଓ କାକ ଦୃଷ୍ଟିକୁ କୁରାଳ ଚକ୍ର ସହ ତୁଳନା କରା ଯାଇଥାଏl ରୁଦ୍ର ପାଳ, କ୍ଷମପାଳ, ଚଣ୍ଡପାଳ ଓ ବିଜୟ ଯଥାକ୍ରମେ ବିଷ୍ଣୁ,ବ୍ରହ୍ମା, ଶିବ ଓ ଇନ୍ଦ୍ରଙ୍କର କୁରାଳ ହେବା ସହିତ ସାରା ବିଶ୍ୱରେ ସେମାନଙ୍କ ସଂସାର ବୃଦ୍ଧି ହେଲାl ରୁଦ୍ରପାଳଙ୍କୁ ବିଷ୍ଣୁ, ଦେବୀ ଭାଣ୍ଡ ଗଠନପାଇଁ ସୁରସେନଚକ୍ର ପ୍ରଦାନ କଲେ।

ମାର୍ଗଶୀର କୃଷ୍ଣ ପଞ୍ଚମୀ ତିଥିରେ ଆଦି କୁରାଳ ପୁରୁଷମାନେ କୁରାଳ ଚକ୍ର ପ୍ରାପ୍ତ ହୋଇ ଥିବାରୁ ଏହି ଦିନଟିକୁ କୁମ୍ଭାର ସମ୍ପ୍ରଦାୟ କୁରାଳ ପଞ୍ଚମୀ ଭାବେ ପାଳନ କରି ଥାଏ l କୁରାଳ ପଞ୍ଚମୀରେ କୁମ୍ଭାର ସମ୍ପ୍ରଦାୟ ତାଙ୍କର ଆଦିପୁରୁଷ ରୁଦ୍ରପାଳ ଓ ଆଦି ମାତା ରତ୍ନେଶ୍ଵରୀଙ୍କୁ ପୂଜା କରିବା ସହ ଚକ୍ର ଏବଂ ଲକ୍ଷ୍ମୀନାରାୟଣଙ୍କ ଉପାସନା କରନ୍ତି l ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୁମ୍ଭକାର ସେବା ଏକ ବହୁ ପ୍ରାଚୀନ ସେବାl କୁମ୍ଭାରମାନେ ମହାପ୍ରସାଦ ପାଇଁ ଶ୍ରୀମନ୍ଦିରକୁ କୁଡୁଆ ଯୋଗାଇ ଥାନ୍ତିl ବହୁ ପ୍ରାଚୀନ କାଳରୁ ଶ୍ରୀକ୍ଷେତ୍ରରେ ସେଥିପାଇଁ କୁମ୍ଭାର ପଡ଼ା ବୋଲି କୁମ୍ଭକାରମାନଙ୍କର ବାସସ୍ଥାନ ସୃଷ୍ଟି ହୋଇଛିl ଏହି କୁମ୍ଭାରପଡ଼ାର ସ୍ଥାପନାକୁ ନେଇ ସୁନ୍ଦର ନୀଳି କୁମ୍ଭାରୁଣୀ ଉପାଖ୍ୟାନଟିଏ ରହିଛିl କୁରାଳପଞ୍ଚମୀ ପୂଜାରେ ମହାପ୍ରଭୁ ଗୋଟିଏ ଦିନ ପାଇଁ କୁମ୍ଭକାର ଘରକୁ ଆସନ୍ତି ବୋଲି ଜନଶ୍ରୁତି ରହିଛିl କୁରାଳ ପଞ୍ଚମୀରେ କୁମ୍ଭକାର ସପତ୍ନୀକ ଉପବାସ କରି ଚକ୍ରକୁ ବନ୍ଦାପନା କରିବା ପରେ ପ୍ରସାଦ ସେବା କରନ୍ତିl ପୂଜା ପ୍ରାସାଦକୁ ନିଜର ପରିବାର ବାହାରେ କାହାରିକୁ ଦିଆଯାଏ ନାହିଁl କୁରାଳ ପୁରାଣକୁ କାହାକୁ ହସ୍ତାନ୍ତର ନ କରିବା ପାଇଁ ନିର୍ଦ୍ଦେଶ ରହିଛିl

କୁମ୍ଭକାରଙ୍କ ଲୋକପ୍ରିୟ ପର୍ବ କୁରାଳ ପଞ୍ଚମୀ


କୁରାଳ ପଞ୍ଚମୀ ପଛରେ ପୌରାଣିକ କିମ୍ବଦନ୍ତି ଅନୁଯାୟୀ ମହାମାନୀ ଦୁର୍ଯ୍ୟୋଧନ କର୍ତ୍ତୃକ କୌରବ ମାନେ ପାଣ୍ଡଵମାନଙ୍କୁ ଜତୁଗୃହରେ ଅଗ୍ନି ସଂଯୋଗ କରି ମାରି ଦେବା ପାଇଁ ଉଦ୍ୟମ କରିଥିଲେl ମହାତ୍ମା ବିଦୁର ଓ ଶ୍ରୀକୃଷ୍ଣ ଏହି ଷଡ଼ଯନ୍ତ ବିଷୟରେ ଜାଣି ପାରିଥିଲେ ଏବଂ ଜତୁ ଗୃହରୁ ଏକ ଗୁପ୍ତ ସୁଡ଼ଙ୍ଗ ଖୋଦେଇ କରି ପାଣ୍ଡଵମାନଙ୍କୁ ରକ୍ଷା କରିଥିଲେl ଜତୁ ଗୃହରୁ ରକ୍ଷା ପାଇ ପାଣ୍ଡଵମାନେ ଗୁପ୍ତରେ ବନବାସ କରିଥିଲେl ଏହି ବନବାସ କାଳରେ ସେମାନେ ଏକ କୁମ୍ଭାର ଶାଳରେ ଆଶ୍ରୟ ନେଇ ଥିଲେ ଯାହା ଦ୍ରୁପଦ ରାଜ୍ୟାନ୍ତର୍ଗତ ଥିଲାl ଅର୍ଜୁନ ଲକ୍ଷ୍ୟ ଭେଦ କରି ଦ୍ରୁପଦ ନନ୍ଦିନୀ ଦ୍ରୌପଦୀଙ୍କୁ କୁରାଳ ପଞ୍ଚମୀ ଦିନ ଲାଭ କରି କୁମ୍ଭାର ଶାଳକୁ ଫେରି ଆସିଥିଲେl ଏହାର ସ୍ମୃତି ସ୍ୱରୂପ କୁମ୍ଭାର ସମ୍ପ୍ରଦାୟ କୁରାଳପଞ୍ଚମୀ ପର୍ବ ପାଳନ କରିଥାଏ ବୋଲି କହିଛନ୍ତି ଶ୍ରୀଜଗନ୍ନାଥ କୁମ୍ଭକାର ନିଯୋଗ ର ସମ୍ପାଦକ ମହେନ୍ଦ୍ର ବିଶୋଇl

ଭୁବନେଶ୍ୱରର କୁମ୍ଭାର ବିଶେଷଜ୍ଞ ଅର୍ଜୁନ ଚରଣ ବେହେରାଙ୍କ ମତରେ,"
ଆମ୍ଭର ଜୀବନ ନିର୍ବାହ ପ୍ରଣାଳୀକୁ ସୁ ନିୟନ୍ତ୍ରିତ ଓ ସୁସଙ୍ଗଠିତ କରିବାପାଇଁ ଜାତି, ବର୍ଣ୍ଣ ଓ ପୂଜା ପାର୍ବଣ ଇତ୍ୟାଦିର ସୃଷ୍ଟିl ମାତ୍ର ଅଜ୍ଞାନ ମନୁଷ୍ୟ ଏହାର ମହତ୍ୱକୁ ନବୁଝି ବିଭିନ୍ନ ସଂଘର୍ଷରେ ଲିପ୍ତ ହୋଇ ଆମର ସମାଜକୁ କଳୁଷିତ କରୁଛନ୍ତିl ଏ ଭଵ ପାରାବାରର ଅନିତ୍ୟତାକୁ ଲକ୍ଷ୍ୟକରି ସନ୍ଥ କବୀର କୁମ୍ଭାର ବିଷୟରେ ଗୋଟିଏ ଚମତ୍କାର ଦୋହା ଲେଖିଛନ୍ତି:-
ମାଟି କହେ କୁମ୍ଭାର ସେ
ତୁ କ୍ୟା ରୋନ୍ଦେ ମୋହେl
ଏକ ଦିନ ଐସା ଆଏଗା,
ମେଁ ରୋନ୍ଦୁଗି ତୋହେll
ଆଏ ହେ ତୋ ଯାଏଁଗେ
ରାଜା ରଙ୍କ ଫକୀରl
ଏକ ସିଂହାସନ ଚଢ଼ି ଚଲେ,
ଏକ ବନ୍ଦେ ଜଞ୍ଜିରll
Published by:Lipina Das
First published: