Diwali 2022: ଜାଣନ୍ତୁ କେଉଁ ତାରିଖରେ ପାଳନ କରିବେ ଏହି ବର୍ଷର ଦୀପାବଳୀ

ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ କାର୍ତ୍ତିକ ମାସର ଅମାବାସ୍ୟାରେ ଦୀପାବଳୀ ପର୍ବ ପାଳନ କରାଯାଏ। ଏହି ଆଲୋକର ପର୍ବ ଅନ୍ୟାୟ ଉପରେ ଧର୍ମର ବିଜୟ ଭାବରେ ପାଳନ କରାଯାଏ।

ଏହି ବର୍ଷର ଦୀପାବଳୀ

ଏହି ବର୍ଷର ଦୀପାବଳୀ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ କାର୍ତ୍ତିକ ମାସର ଅମାବାସ୍ୟାରେ ଦୀପାବଳୀ ପର୍ବ ପାଳନ କରାଯାଏ। ଏହି ଆଲୋକର ପର୍ବ ଅନ୍ୟାୟ ଉପରେ ଧର୍ମର ବିଜୟ ଭାବରେ ପାଳନ କରାଯାଏ। ଏଥର ଦୀପାବଳୀ ତାରିଖକୁ ନେଇ କିଛି ଦ୍ୱନ୍ଦ୍ୱ ରହିଛି। କାରଣ ଏହି ବର୍ଷ ଅମାବାସ୍ୟା ତିଥି ଉପରେ ମଧ୍ୟ ଏକ ସୂର୍ଯ୍ୟ ଗ୍ରହଣ ଅଛି। ଶାସ୍ତ୍ର ଅନୁଯାୟୀ, ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟଗ୍ରହଣ ସମୟରେ କୌଣସି ପ୍ରକାରର ଶୁଭ କାର୍ଯ୍ୟ କରିବା ନିଷେଧ। ଜାଣନ୍ତୁ କେଉଁ ଦିନ ଦୀପାବଳୀର ପର୍ବ ଏହି ବର୍ଷ ପାଳନ କରାଯିବ।

ଶୁଭ ସମୟ: ଅମାବାସ୍ୟା ତିଥି ଆରମ୍ଭ - ଅକ୍ଟୋବର ୨୪ ତାରିଖ ୫:୨୭ ରୁ ଅକ୍ଟୋବର ୨୫ ୪:୧୮ ପର୍ଯ୍ୟନ୍ତ।
ଇଂରାଜୀ କ୍ୟାଲେଣ୍ଡର ଅନୁଯାୟୀ, ଅକ୍ଟୋବର ୨୪ ସୋମବାର ଦିନ ଦୀପାବଳୀ ପର୍ବ ପାଳନ କରାଯିବ। କାରଣ ୨୫ ଅକ୍ଟୋବରରେ ସୂର୍ଯ୍ୟ ଗ୍ରହଣ ହେବ।

ଦୀପାବଳୀଦିନ ରାତିରେ ଲକ୍ଷ୍ମୀଙ୍କୁ ପୂଜା କରିବାର ନିୟମ ଅଛି। ତେଣୁ ୨୪ ଅକ୍ଟୋବରରେ ମହାଲକ୍ଷ୍ମୀଙ୍କ ପୂଜା କରାଯିବ। ୨୦୨୨ ବର୍ଷର ଶେଷ ସୂର୍ଯ୍ୟ ଗ୍ରହଣ ଅକ୍ଟୋବର ୨୫ ରେ ପଡୁଛି। ସୂର୍ଯ୍ୟ ଗ୍ରହଣ ୨୫ ଅକ୍ଟୋବର ଅପରାହ୍ନ ୪:୨୯ରୁ ଆରମ୍ଭ ହୋଇ ଅପରାହ୍ନ ୫:୪୨ ପର୍ଯ୍ୟନ୍ତ ଚାଲିବ। ଭାରତରେ ଦୃଶ୍ୟମାନ ନହେବା କାରଣରୁ ସୂତାକ ଅବଧି ବୈଧ ହେବ ନାହିଁ। ମୁଖ୍ୟତ ୟୁରୋପ, ଉତ୍ତର-ପୂର୍ବ ଆଫ୍ରିକା ଏବଂ ପଶ୍ଚିମ ଏସିଆର କିଛି ଅଂଶରୁ ସୂର୍ଯ୍ୟଗ୍ରହଣ ଦୃଶ୍ୟମାନ ହେବ ଏହା ବ୍ୟତୀତ ଭାରତର ନୂଆଦିଲ୍ଲୀ, ବାଙ୍ଗାଲୋର, କୋଲକାତା ସମେତ କେତେକ ସ୍ଥାନରେ ସୂର୍ଯ୍ୟଗ୍ରହଣ ଦୃଶ୍ୟମାନ ହୋଇପାରେ।
Published by:Soumyashree Mishra
First published: