News18 Odia Digital
Makar Sankranti 2023: ହିନ୍ଦୁ ଧର୍ମରେ ମକର ସଂକ୍ରାନ୍ତି(Makar Sankrati)ର ମହତ୍ତ୍ୱ ରହିଛି। ଏହି ଦିନ ସୂର୍ଯ୍ୟ ଉତ୍ତରାଣୟ(Uttrayana) ହୋଇଥାନ୍ତି। ମୋକ୍ଷ ପ୍ରାପ୍ତି ପାଇଁ ଏହି ସମୟ ଅତ୍ୟନ୍ତ ଭଲ ବୋଲି ବିବେଚନା କରାଯାଏ। ସୂର୍ଯ୍ୟ ଏହି ରାଶିର ପରିବର୍ତ୍ତନ ଏବଂ ମକର ରାଶିରେ ପ୍ରବେଶ କରିବା ଅବସରରେ ଏହି ପର୍ବ ପାଳନ କରାଯାଏ, ତେଣୁ ଏହାକୁ ମକର ସଂକ୍ରାନ୍ତି କୁହାଯାଏ। ସାଧାରଣତଃ ଏହି ପର୍ବ ପ୍ରତିବର୍ଷ ୧୪ ଜାନୁଆରୀ( 14 January)ରେ ପାଳନ କରାଯାଏ କିନ୍ତୁ ବେଳେବେଳେ ଏହି ପର୍ବ ୧୫ ଜାନୁଆରୀରେ ମଧ୍ୟ ପଡ଼ିଥାଏ। ଏହି ବର୍ଷ ମଧ୍ୟ ମକର ସଂକ୍ରାନ୍ତି ପାଳନ କରିବାର ତାରିଖକୁ ନେଇ ଅନେକ ଦ୍ୱନ୍ଦ୍ୱ ରହିଛି।
https://odia.news18.com/photogallery/festival/history-significance-scientific-importance-of-makar-sankranti-3ssd-14012023-ssd-148017.htmlଆଜି କିମ୍ବା ଆସନ୍ତାକାଲି ମକର ସଂକ୍ରାନ୍ତି ପାଳନ କରାଯିବପଣ୍ଡିତ ଚକପାଣି ଭଟ୍ଟାଚାର୍ଯ୍ୟଙ୍କ ଅନୁଯାୟୀ ସୂର୍ଯ୍ୟ ଆଜି (ଶନିବାର) ରାତି ୮ଟା ୫୭ମିନିଟରେ ମକର ରାଶିରେ ପ୍ରବେଶ କରିବା ମାତ୍ରେ ଖରମାସ ମଧ୍ୟ ସମାପ୍ତ ହେବ ଓ ଶୁଭ କାର୍ଯ୍ୟ ଆରମ୍ଭ ହେବ। କିନ୍ତୁ ଏହି ସମୟରେ ସ୍ନାନ-ଦାନ କିପରି ହେବ । ସେଥିପାଇଁ ଜାନୁୟାରୀ ୧୫ ତାରିଖ ଦିନ ସକାଳୁ ଆପଣ ମକର ପାଳିବା ସହ ଦାନ କାର୍ଯ୍ଯ କରିପାରିବେ ।
https://odia.news18.com/news/festival/makar-sankranti-special-news-in-odia-3ssd-14012023-ssd-148031.htmlଜାନୁୟାରୀ ୧୪ରେ ସଂକ୍ରାନ୍ତି ପାଳନ କଲେ ମିଳିବନି କିଛି ପୁଣ୍ଯପଣ୍ଡିତ ଗଣେଶ ମିଶ୍ରଙ୍କ ଅନୁସାରେ, ସୂର୍ଯ୍ଯ ଦେବଙ୍କ ପୂଜା ସୂର୍ଯ୍ୟୋଦୟ କାଳରେ ହୋଇଥାଏ, ଯେତେବେଳେ ସେ ମକର ରାଶିରେ ଉପସ୍ଥିତ ଥିବେ । ୧୪ ଜାନୁୟାରୀ ସକାଳ ସମୟରେ ସୂର୍ଯ୍ଯ ଧନୁ ରାଶିରେ ଅଛନ୍ତି। ମକର ରାଶିରେ ସୂର୍ଯ୍ଯଙ୍କ ପ୍ରବେଶ ମାତ୍ରେ ଶୁଭ କାର୍ଯ୍ଯ ଆରମ୍ଭ ହୁଏ । ସେଥୁପାଇଁ ୧୪ ତାରିଖରେ ଦାନ ଧର୍ମ କଲେ ପୁଣ୍ଯ ଲାଭ ହୋଇନଥାଏ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।