ପଞ୍ଚୁକକୁ କାହିଁକି କୁହାଯାଏ 'ବକ ପଞ୍ଚକ'? ଜାଣନ୍ତୁ ପୌରାଣିକ କଥା

କାର୍ତ୍ତିକ ମାସ ଶେଷ ପାଞ୍ଚ ଦିନ ବଗ ମାଛ ଖାଏ ନାହିଁ ବୋଲି ପୁରାଣରେ ରହିଛି। ସେଥିପାଇଁ ପଞ୍ଚୁକକୁ ବକ ପଞ୍ଚକ ବୋଲି କୁହାଯାଏ।

ଭଗବାନ ବିଷ୍ଣୁ ମତ୍ସ୍ୟ ଅବତାର

ଭଗବାନ ବିଷ୍ଣୁ ମତ୍ସ୍ୟ ଅବତାର

  • News18 Odia
  • Last Updated :
  • Other, India
  • Share this:
News18 Odia Digital

କାର୍ତ୍ତିକ ମାସ ହେଉଛି ଧର୍ମର ମାସ। କୁହାଯାଏ ଏହା ମାସ ସାରା ଧର୍ମ ଅର୍ଜନ ପାଇଁ ଲୋକମାନେ ଆମିଷ ବର୍ଜନ କରିଥାନ୍ତି। ନିରାମିଷ ସାତ୍ଵିକ ଭୋଜନ କରି ବିଷ୍ଣୁ ଭକ୍ତିରେ ନିଜକୁ ଲୀନ ରଖନ୍ତି। କୁହାଯାଏ କେବଳ ମାନବ ଜାତି ନୁହଁନ୍ତି ବଗ ମଧ୍ୟ ଏହି ବ୍ରତକୁ ପାଳନ କରେ। କାର୍ତ୍ତିକ ମାସ ଶେଷ ପାଞ୍ଚ ଦିନ ବଗ ମାଛ ଖାଏ ନାହିଁ ବୋଲି ଲୋକକଥା ଓ ପୁରାଣରେ ରହିଛି। ସେଥିପାଇଁ ପଞ୍ଚୁକକୁ ବକ ପଞ୍ଚକ ବୋଲି କୁହାଯାଏ।

କିସ୍କିନ୍ଧ୍ୟାକାଣ୍ଡ ଅନୁସାରେ ବନବାସ ସମୟରେ ସୀତା ହରଣ ପରେ ଶ୍ରୀରାମ ଲକ୍ଷ୍ମଣଙ୍କ ମାତା ସୀତାଙ୍କ ଅନୁସନ୍ଧାନ କରୁଥିଲେ। ସେହି ସମୟରେ ତାଙ୍କର ଗୋଟିଏ ଗୋଟିଏ ବଗ ସହ ତାଙ୍କର ଭେଟ ହୋଇଥିଲା। ରାବଣ ସୀତାଙ୍କୁ ଚୋରାଇ ନେଇଥିବା କଥା ସେହି ବଗ ଶ୍ରୀରାମଙ୍କୁ କହିଥିଲା। ଶ୍ରୀରାମ ତାହା ଶୁଣି ତାକୁ ବର ଯାଚିଥିଲେ। ବଗ ବର ମାଗିଥିଲା  ଚତୁର୍ମାସରେ ବସିବା ସ୍ଥାନରେ ମୋତେ ଖାଦ୍ୟ ମିଳୁ। କିନ୍ତୁ ଏହି ପାଞ୍ଚ ଦିନ ତୋ ସ୍ତ୍ରୀ ତୋତେ ଖାଦ୍ୟ ଆଣି ଦେବ ବୋଲି ରାମ ବର ଦେଇଥିଲେ। ଏହାର ତାହା ଶୁଣି ବଗ କହିଲା ମୁଁ ଏହା କିପରି ଖାଇବି? କାର୍ତ୍ତିକ ଶୁକ୍ଳପକ୍ଷ ଏକାଦଶୀରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ପାଞ୍ଚଦିନ ଯେ ଆମିଷ ଭୋଜନ କରିବ, ତାକୁ ଦୋଷ ଲାଗିବ। ଏହି ସମୟ ମଧ୍ୟରେ ସ୍ୱାମୀ ସ୍ତ୍ରୀ ଏକ ଆତ୍ମା ବୋଲି ଭଗବାନ କହିଥିଲେ।

ପଦ୍ମପୁରାଣରେ ଥିବା କାର୍ତ୍ତିକ ମାହାତ୍ମ୍ୟରେ ଏହି କଥା ଉଲ୍ଲେଖ ରହିଛି। ଶଙ୍ଖାସୁର ନାମକ ଜଣେ ରାକ୍ଷସ ବେଦ ନେଇ ସମୁଦ୍ରରେ ଲୁଚିଥିଲା। ତେଣୁ ଭଗବାନ ବିଷ୍ଣୁ ମତ୍ସ୍ୟ ଅବତାର ନେଇ ଶଙ୍ଖାସୁରକୁ ନିହତ କରିଥିଲେ। ବେଦ ଉଦ୍ଧାର କରିଥିଲେ। ବିଷ୍ଣୁଙ୍କ ସହିତ ଅନ୍ୟ ଦେବତାମାନେ ସେତେବେଳେ ଜଳରେ ପ୍ରବେଶ କରିଥିବାରୁ ଏହି ମାସରେ ମାଛ ଖାଇବାରେ ବାରଣ ରହିଛି।
Published by:Soumya Das
First published: