News18 Odia Digital
Ram Navami 2023: ଆଜି ଦେଶରେ ପାଳନ ହେଉଛି ରାମ ନବମୀ (Ram Navami 2023)। ଏହି ଦିନ ଭଗବାନ ବିଷ୍ଣୁ ମାନବ ରୂପରେ ଭଗବାନ ରାମଙ୍କ (Lord Ram) ଅବତାରରେ ଧରାପୃଷ୍ଠରେ ଓହ୍ଲାଇଥିଲେ। ବାଲ୍ମୀକି ରାମାୟଣଙ୍କ ଅନୁଯାୟୀ, ପ୍ରଭୁ ରାମ ମଧ୍ୟାହ୍ନ ୧୨ଟାରେ କର୍କଟ ଲଗ୍ନରେ ଜନ୍ମଗ୍ରହଣ କରିଥିଲେ।
ବିଶେଷ କଥା ଏହା ଯେ, ଏହି ବର୍ଷ ରାମ ନବମୀରେ (Ram Navami) ତ୍ରେତୟା ଯୁଗ ପରି ଶୁଭ ସଂଯୋଗର ନକ୍ଷେତ୍ର ପଡ଼ିଛି। ରାମନବମୀ ପୂଜାର ଗୁରୁ ପୁଷ୍ୟ ଯୋଗ ସମେତ ୯ଟି ଉତ୍ତମ ଯୋଗ ସୃଷ୍ଟି ହେଉଛି। ଏହି ଯୋଗର ମଙ୍ଗଳ କାର୍ଯ୍ୟ, ପୂଜାପାଠ ସହିତ କିଣାକିଣି ପାଇଁ ଶୁଭ ବୋଲି ଧରାଯାଉଛି।
ଜ୍ୟେତିଷଶାସ୍ତ୍ର ଅନୁଯାୟୀ, ଭାଗବାନ ଶ୍ରୀରାମଙ୍କ ଜନ୍ମ ଚୈତ୍ର ମାସର ଶୁକ୍ଳ ପକ୍ଷ ନବମୀ ତିଥି ଏବଂ ପୂନର୍ବସୂ ନକ୍ଷେତ୍ରରେ ହୋଇଥିଲା। ଏହି ବର୍ଷ ଏପରି ଯୋଗ ସୃଷ୍ଟି ହୋଇଥିବାରୁ ଶ୍ରୀରାମଙ୍କୁ କେତେବେଳେ ପୂଜା କରିବେ ତାହା ଜାଣିବା ଉଚିତ୍।
ଜ୍ୟେତିଷ ଶାସ୍ତ୍ର ଅନୁଯାୟୀ, ପାଖାପଖି ୭୦୦ ବର୍ଷ ପରେ ଏହି, ରାମ ନବମୀରେ ସବାର୍ଥ ସିଦ୍ଧି, ବୁଦ୍ଧାଦିତ୍ୟ, ମହାଲକ୍ଷ୍ମୀ, ସିଦ୍ଧି, କେଦାର, ଗଜକେସରୀ, ରବିଯୋଗ, ସତ୍କୀର୍ତି ଏବଂ ହଂସ ନାମକ ରାଜଯୋଗ ସୃଷ୍ଟି ହେଉଛି। ଏଭଳି ପରିସ୍ଥିତିରେ ଅଭିଜିତ୍ ମୁହୁର୍ତ୍ତରେ ଶ୍ରୀରାମଙ୍କ ଜନ୍ମ ଉତ୍ସବ ପାଳନ କରିବା ଶୁଭ। ଚଳିତ ବର୍ଷ ରାମ ନବମୀ ପର୍ବ ଭକ୍ତମାନଙ୍କ ପାଇଁ ଅତ୍ୟନ୍ତ ଶୁଭ।
ଯେଉଁଥିପାଇଁ ଶ୍ରୀରାମ, ଭଗବାନ ହନୁମାନ ଏବଂ ମାତା ସିଦ୍ଧାର୍ଥୀଙ୍କ ପୂଜା ଦ୍ୱାରା ଦୁଇଗୁଣ ଫଳ ମିଳିବ। ଆସନ୍ତୁ ଜାଣିବା ରାମ ନବମୀ ଉପରେ ଭଗବାନ ରାମଙ୍କୁ ପୂଜା କରିବାର ଶୁଭ ସମୟ, ବସ୍ତୁ ଏବଂ ପଦ୍ଧତି ବିଷୟରେ...
ପୂଜାବିଧି- ସକାଳୁ ସ୍ନାନ କରି ସ୍ୱଚ୍ଛ କପଡ଼ା ପରିଧାନ କରନ୍ତୁ। ପୂଜା ସ୍ଥଳରେ ଭଗବାନ ରାମଙ୍କ ପାଇଁ ଏକ ଆସନ ବା ଚୌକିର ବନ୍ଦୋବସ୍ତ କରନ୍ତୁ। ଉକ୍ତ ଆସନକୁ ଫୁଲ ଏବଂ ମାଳ ଦ୍ୱାରା ସଜାନ୍ତୁ।
ଏହାପରେ ରାମଙ୍କ ବାଳସ୍ୱରୂପର ମୂର୍ତ୍ତି ଅଥବା ଫଟୋକୁ ଆସନରେ ରଖନ୍ତୁ। ଶ୍ରୀରାମଙ୍କ ସହିତ ଲକ୍ଷ୍ମଣ, ଭରତ ଓ ଶତ୍ରୁଘ୍ନଙ୍କ ଫଟୋ ରହିବା ଆବଶ୍ୟକ।
ଶୁଭ ମୂହୂର୍ତ୍ତରେ ରାମଙ୍କ ସହିତ ସମସ୍ତଙ୍କୁ ଫୁଲ, ଅକ୍ଷତ, ଚନ୍ଦନ, ଧୂପ, ଦୀପ, ଗନ୍ଧ, ଫଳ ମିଠା ଅର୍ପଣ କରି ପୂଜା କରନ୍ତି। ଏହି ସମୟରେ ପ୍ରଗତ କୃପାଳ, ଦୀନ ଦୟାଲ ଓ ଶ୍ରୀରାମ ସ୍ମୃତି ଜପ କରନ୍ତୁ। ଏହା ସହିତ ପ୍ରଭୁ ଶ୍ରୀରାମଙ୍କ ଚରଣରେ ତୁଳସୀ ପତ୍ର ଚଢ଼ାଇବାକୁ ଆଦୌ ଭୁଲନ୍ତୁ ନାହିଁ।
ଏହାପରେ ଘିଅ ଦୀପରେ ଭଗବାନ ରାମଙ୍କୁ ପୂଜା କରନ୍ତୁ। ପୂଜା ସମୟରେ ଶ୍ରୀରାମଚରିତ ମାନସ, ରାମାୟଣ କିମ୍ବା ରାମ ରକ୍ଷା ସ୍ତୋତ୍ରର ଜପ କରନ୍ତୁ।
ପଢ଼ନ୍ତୁ ଏହି ଖବର: ଆଜି ରାମ ନବମୀ: ଏହି ୫ଟି ରାଶି ଉପରେ ରହିବ ପ୍ରଭୁ ରାମଙ୍କ କୃପା; ମିଳିବ ସୁଖ ଶାନ୍ତି‘‘ରାଂ ରାମାୟ ନମଃ।’’ ଏହି ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ। ସମସ୍ତ ଶୋକ ଓ ପୀଡାରୁ ରକ୍ଷା ମିଳିବା ସହିତ ଉତ୍ତମ ସ୍ୱାସ୍ଥ୍ୟ ପ୍ରାପ୍ତ ହେବ।
ଆଳତୀ ପରେ ପ୍ରସାଦ ବଣ୍ଟନ କରନ୍ତୁ। ନିଜେ ଫଳାହାର ପୂର୍ବକ ବ୍ରତ ରଖନ୍ତୁ ଏବଂ ଏହାକୁ ସମ୍ପୂର୍ଣ୍ଣ କରନ୍ତୁ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।