News18 Odia Digital
Laxmi Puja: ହିନ୍ଦୁ ଧର୍ମର ମାନ୍ୟତାନୁସାରେ ଶୁକ୍ରବାର ମାତା ଲକ୍ଷ୍ମୀଙ୍କୁ ସମର୍ପିତ କରାଯାଇଛି। ବିଶ୍ୱାସ ରହିଛି କି ଶୁକ୍ରବାର ଶ୍ରଦ୍ଧା ଏବଂ ଶୁଦ୍ଧ ମନରେ ମାତା ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରିବା ଦ୍ୱାରା ଘରେ ସୁଖ-ଶାନ୍ତି ଓ ଧନ ର ଅଭାବ ହୋଇନଥାଏ।
ଏହା ବ୍ୟତୀତ ଘରର ମହିଳାମାନଙ୍କୁ ମଧ୍ୟ ଲକ୍ଷ୍ମୀଙ୍କ ଉପାଧି ଦିଆଯାଇଥାଏ। ଯେଉଁ ଘରେ ମହିଳାମାନଙ୍କୁ ସମ୍ମାନ କରାଯାଏ ସେଠାରେ ସ୍ୱୟଂ ମା ଲକ୍ଷ୍ମୀ ବିରାଜମାନ କରିଥାନ୍ତି।
ଶୁକ୍ରବାର ମାତା ଲକ୍ଷ୍ମୀଙ୍କୁ ପୂଜା କରିବା ଦ୍ୱାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି। ଘରେ ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ। ସଧବା ମହିଳାମାନେ ଶୁକ୍ରବାର ମାତା ଲକ୍ଷ୍ମୀ ପୂଜା କରିବା ଦ୍ୱାରା ତାଙ୍କ ଉପରେ ମା' ଲକ୍ଷ୍ମୀଙ୍କ ଆର୍ଶୀବାଦ ପ୍ରାପ୍ତ ହୋଇଥାଏ।
ଶୁକ୍ରବାର ଉପାୟ:
୧. ଶୁକ୍ରବାର କଳା ପିମ୍ପୁଡିଙ୍କୁ ଚିନି ଖାଇବାକୁ ଦେବା ଦ୍ୱାରା ଧନ ସମ୍ବନ୍ଧୀୟ ବାଧା ଦୂର ହୋଇଥାଏ। ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହୋଇଥାଏ।
୨. ଶୁକ୍ରବାର ଦିନ ଲକ୍ଷ୍ମୀ ଚରଣରେ ପଦ୍ମ ଫୁଲ ଚଢାନ୍ତୁ। ଏଭଳି କରିବା ଦ୍ୱାରା ମା' ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି।
୩. ଘରେ ସୁଖ-ଶାନ୍ତି ଏବଂ ସମ୍ପନ୍ନତା ବଳବତ୍ତର ରଖିବା ପାଇଁ ହେଲେ କଦାପି ଅନ୍ନର ଅପମାନ କରନ୍ତୁ ନାହିଁ।
୪. ଶୁକ୍ରବାର ଗରିବକୁ ଅନ୍ନ ଦାନ କରନ୍ତୁ । ପ୍ରସନ୍ନ ହେବେ ମା ଲକ୍ଷ୍ମୀ।
୫. ଶୁକ୍ରବାର ଘର ସଫା ସୁତୁରା କରି ଗଙ୍ଗା ଜଳ ଛିଞ୍ଚନ୍ତୁ। ସନ୍ଧ୍ୟାରେ ଘର ବାହାରେ ଘିଅ ଦୀପ ଜଳାନ୍ତୁ। ଏଭଳି କରିବା ଦ୍ୱାରା ଘରୁ ନକରାତ୍ମକ ଶକ୍ତି ଦୂର ହୋଇଥାଏ । ସକରାତ୍ମକ ଶକ୍ତି ପ୍ରବେଶ କରିବ।
୬. ଶୁକ୍ରବାର ମା' ଲକ୍ଷ୍ମୀଙ୍କୁ ଲାଲ ବିନ୍ଦି, ଚୁନେରୀ, ଚୁଡି ଅର୍ପଣ କରିବା ଉଚିତ୍ । ଏହାଦ୍ୱାରା ସୌଭାଗ୍ୟ ବୃଦ୍ଧି ହେବା ସହ ପତି ଦୀର୍ଘାୟୁ ହୋଇଥାନ୍ତି।
ସେହିପରି ଶୁକ୍ରବାର ଦିନ ମନି ପ୍ଲାଣ୍ଟ ମୂଳରେ କଞ୍ଚା କ୍ଷୀର ସହିତ ମିଶ୍ରିତ ପାଣି ଦିଅନ୍ତୁ। ଏହି ଦିନ ମନି ପ୍ଲାଣ୍ଟରେ ଏକ ଲାଲ ରଙ୍ଗର ସୂତା ବାନ୍ଧନ୍ତୁ। ଏହି କାରଣରୁ, ସକାରାତ୍ମକ ଶକ୍ତି ଘରେ ରହିଥାଏ ଓ ଦ୍ରୁତ ଗତିରେ ଅର୍ଥ ଆଗମନ ହୋଇଥାଏ। ଏହି ପ୍ରତିକାର କରିବା ପୂର୍ବରୁ ଶୁକ୍ରବାର ସକାଳେ ଗାଧୋଇବା ପରେ ଦେବୀ ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ। ଏହା ପରେ ଏକ ଘିଅ ଦୀପ ଜାଳନ୍ତୁ ଏବଂ ମାଆ ଲକ୍ଷ୍ମୀଙ୍କ ପାଦରେ ଏକ ଲାଲ ରଙ୍ଗର ସୂତା ପ୍ରଦାନ କରନ୍ତୁ। ଏହି ସୂତାରେ ସିନ୍ଦୂର ଲଗାନ୍ତୁ। ଏହା ପରେ, ଏହି ସୂତାକୁ ମନି ପ୍ଲାଣ୍ଟର ଉପର ଅଂଶରେ ବାନ୍ଧନ୍ତୁ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।