ବିନ୍ଦୁସାଗରରେ ଡ଼ଙ୍ଗା ଭସାଇଲେ ଶ୍ରଦ୍ଧାଳୁ; ନାଚ ଗୀତରେ କମ୍ପି ଉଠିଲା ଏକାମ୍ର ପରିବେଶ

ବିଜେଡି ବରିଷ୍ଠ ନେତା ଅରୂପ ପଟ୍ଟନାୟକ, ଏକାମ୍ର ବିଧାୟକ ଅଶୋକ ପଣ୍ଡା, ବିଏମସି ମେୟର ଯୋଗ ଦେଇ ବିନ୍ଦୁ ସାଗରରେ ବୋଇତ ଭସାଇ ଥିଲେ। ପୂର୍ଣ୍ଣିମା ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ବିନ୍ଦୁ ସାଗର କୂଳରେ ଡଙ୍ଗା ଭସାଉଛନ୍ତି ଶ୍ରଦ୍ଧାଳୁ (ପ୍ରତୀକାତ୍ମକ ଛବି)

ବିନ୍ଦୁ ସାଗର କୂଳରେ ଡଙ୍ଗା ଭସାଉଛନ୍ତି ଶ୍ରଦ୍ଧାଳୁ (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ଆଜି କାର୍ତ୍ତିକ ପୂର୍ଣ୍ଣିମା। କୋଭିଡ ମହାମାରୀର ଦୁଇ ବର୍ଷ ପରେ ପୁଣି ଲୋକଙ୍କୁ ସୁଯୋଗ ମିଳିଛି ଡ଼ଙ୍ଗା ଭସାଇବାକୁ। ସେଇଥିପାଇଁ ଭିଡ଼ ଜମିଥିଲା ବିନ୍ଦୁ ସାଗର କୂଳରେ। ରାତି ଅଧରୁ ଭକ୍ତଙ୍କ ଭିଡ଼ ଲାଗିଥିଲା।

ସରିଲା ଧର୍ମର ମାସ କାର୍ତ୍ତିକ ମାସ। ବୋଇତ ବନ୍ଦାଣ ପର୍ବ ପାଳନ କରିଛନ୍ତି ସମସ୍ତେ। ହଜାର ହଜାର ଭକ୍ତ ଏକତ୍ରିତ ହୋଇ ସୂର୍ଯ୍ୟ ଉଦୟ ପୂର୍ବରୁ ଭସାଇଛନ୍ତି ଡ଼ଙ୍ଗା। ରାତି ୧୨ ଟା ରୁ ଆରମ୍ଭ ହୋଇଥିଲା ଡ଼ଙ୍ଗା ଭସା। ସେପଟେ ଏକାମ୍ର ସଂସ୍କୃତି ସମ୍ମାନ ପକ୍ଷରୁ ଓଡିଶା ପରମ୍ପରା, ସଂସ୍କୃତିକୁ ବଜାୟ ରଖିବା ପାଇଁ ପ୍ରତି ବର୍ଷ ଭଳି ଏବର୍ଷ ବି ଆୟୋଜିତ ହୋଇଥିଲା ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ଭଜନ ସମାରୋହ ସାଙ୍ଗକୁ ନାଚ ଗୀତରେ କମ୍ପୁଥିଲା ଏକାମ୍ର କ୍ଷେତ୍ର ପରିବେଶ। ବିଜେଡି ବରିଷ୍ଠ ନେତା ଅରୂପ ପଟ୍ଟନାୟକ, ଏକାମ୍ର ବିଧାୟକ ଅଶୋକ ପଣ୍ଡା, ବିଏମସି ମେୟର ସୁଲୋଚନା ଦାଶ ଯୋଗ ଦେଇ ବୋଇତ ଭସାଇ ଥିଲେ।

ବିଜେଡି ବରିଷ୍ଠ ନେତା ଅରୂପ ପଟ୍ଟନାୟକ ଏଭଳି କାର୍ଯ୍ୟକ୍ରମରେ ପ୍ରଥମ ଥର ଯୋଗ ଦେଇ ବେଶ ଖୁସି ଅନୁଭୂତ କରିବା ସହ ଏଭଳି ଏକ ପରମ୍ପରାକୁ ନେଇ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଓଡ଼ିଶାର ବହୁ ପୁରାତନ ପରମ୍ପରା, ସଂସ୍କୃତି ଓ ଲୋକକଥାକୁ ଆଗାମୀ ପିଢ଼ିକୁ ନେଇଯିବାକୁ ଏକାମ୍ର ସଂସ୍କୃତି ସମାନ ପ୍ରତିବର୍ଷ ଏ କାର୍ଯ୍ୟକ୍ରମ ଆୟୋଜନ କରିଆସୁଛି। ଦୁଇବର୍ଷ ହେବ କୋଭିଡ ମହାମାରୀ ପାଇଁ ଆୟୋଜିତ ହୋଇପାରିନଥିଲା। ଏବର୍ଷ ପୁଣି ସୁଯୋଗ  ମିଳିଛି, ଲୋକେ ବି ବେଶ ଖୁସି ଅଛନ୍ତି । ପ୍ରତିବର୍ଷ ଏ ପର୍ବ ଏମିତି ପାଳନ ହେଉ ବୋଲି ଏକାମ୍ର ବିଧାୟକ ଅଶୋକ ପଣ୍ଡା କହିଛନ୍ତି।

ବିଏମ୍ସି ପକ୍ଷରୁ ବିନ୍ଦୁ ସାଗର ଦଳ ସଫେଇ ଠାରୁ ଆରମ୍ଭ କରି ପରିମଳ ବ୍ୟବସ୍ଥା ପର୍ଯ୍ୟନ୍ତ ସମସ୍ତ କାମ କରାଯାଇଛି। ଲୋକଙ୍କୁ ବି ଅନୁରୋଧ କାଗଜ ଡ଼ଙ୍ଗା ଭସାନ୍ତୁ ଓ ପରିବେଶ ସ୍ଵଚ୍ଛ ରଖନ୍ତୁ ବୋଲି ବିଏମ୍ସି ମେୟର ସୁଲୋଚନା ଦାଶ କହିଛନ୍ତି।
Published by:Soumya Das
First published: