ମାଆ କାଳୀଙ୍କ ପୂଜାକୁ ନେଇ ଉତ୍ସବମୁଖର ବ୍ରହ୍ମପୁର; ଆକର୍ଷଣ ପାଲଟିଛି ବାହୁବଳୀ ତୋରଣ

ମାଆ କାଳୀଙ୍କ ପୂଜାକୁ ନେଇ ଉଠୁଛି ପଡ଼ୁଛି ରେଶମ ସହର ବ୍ରହ୍ମପୁର । ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ଖୋଡ଼ାସିଙ୍ଗ କାଳୀ ପୂଜା କମିଟି ଦ୍ୱାରା ନିର୍ମାଣ କରାଯାଇଥିବା ବାହୁବଳୀ ତୋରଣ ।

ମାଆ କାଳୀଙ୍କ ପୂଜାକୁ ନେଇ ଉତ୍ସବମୁଖର ବ୍ରହ୍ମପୁର; ଆକର୍ଷଣ ପାଲଟିଛି ବାହୁବଳୀ ତୋରଣ

ମାଆ କାଳୀଙ୍କ ପୂଜାକୁ ନେଇ ଉତ୍ସବମୁଖର ବ୍ରହ୍ମପୁର; ଆକର୍ଷଣ ପାଲଟିଛି ବାହୁବଳୀ ତୋରଣ

  • News18 Odia
  • Last Updated :
  • Brahmapur (Berhampur), India
  • Share this:
News 18 Odia Digital

ବ୍ରହ୍ମପୁର; ମାଆ କାଳୀଙ୍କ ପୂଜାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ରେଶମ ସହର ବ୍ରହ୍ମପୁର । ଧୁମଧାମରେ ଚାଲିଛି ମାଆ କାଳୀଙ୍କ ପୂଜାର୍ଚ୍ଚନା । ସହରରେ ପ୍ରାୟ ୧୦ରୁ ଅଧିକ ପୂଜା ମଣ୍ଡପରେ ପୂଜା ପାଉଛନ୍ତି ମାଆ କାଳୀ । ଦୁଇ ବର୍ଷ ଧରି କୋରୋନା ଯୋଗୁଁ କାଳୀଙ୍କ ପୂଜା ହୋଇନଥିବା ବେଳେ ପୂଜା କମିଟିମାନେ ଚଳିତ ବର୍ଷ ବେଶ୍ ଜାକଜମକରେ ମାଆଙ୍କ ପୂଜାକୁ ପାଳନ କରିଛନ୍ତି ।



ତେବେ ସବୁଠାରୁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ଖୋଡ଼ାସିଙ୍ଗ ଠାରେ ଅନୁଷ୍ଠିତ ମାଆ କାଳୀଙ୍କ ତୋରଣ ଓ ପୂଜା । ବାହୁବଳୀ ସିନେମାର ସେଟ୍‌ ଭଳି ତୋରଣ ତିଆରି କରାଯାଇଛି । ଏହା ଦେଖିବାକୁ ଖୁବ୍ ଆକର୍ଷଣୀୟ । ସେହିପରି ସହରର ବିଭିନ୍ନ ସ୍ଥାନରେ ଅନେକ ତୋରଣ ସାଙ୍ଗକୁ ସୁନ୍ଦର ଆଲୋକ ସଜ୍ଜା କରି ମାଆଙ୍କ ପୂଜାର୍ଚ୍ଚନା ଜାରି ରହିଛି । ସନ୍ଧ୍ୟା ଓ ସକାଳ ସମୟରେ ମାଆଙ୍କୁ ଦର୍ଶନ କରିବା ନିମନ୍ତେ ପୂଜା ମଣ୍ଡପ ଗୁଡିକରେ ଲାଗୁଛି ଭକ୍ତଙ୍କ ଭିଡ଼ । ଦୀର୍ଘ ୧୨ ଦିନ ଧରି ମାଆଙ୍କୁ ମଣ୍ଡପରେ ପୂଜା କରିବା ନିମନ୍ତେ ବ୍ୟବସ୍ଥା କରାଯାଇଥିବା ବେଳେ ଭକ୍ତଙ୍କ ଭିଡ଼ ମଧ୍ୟ ଦିନକୁ ଦିନ ବୃଦ୍ଧି ପାଉଛି । ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାରର ବ୍ୟବସ୍ଥା ହାତକୁ ନିଆଯାଇଥିବା ସୂଚନା ଦେଇଛନ୍ତି,‘‘ ଖୋଡ଼ାସିଙ୍ଗ କାଳୀ ପୂଜା କମିଟିର ସଭାପତି ବନମାଳୀ ସେଠୀ ।



ଅନ୍ୟପଟେ, ସୁବାଷ ନଗରର ପୂଜା ମଣ୍ଡପ ମଧ୍ୟ ଲୋକଙ୍କୁ ଖୁବ ଆକର୍ଷିତ କରୁଛି । ‘‘ଦୀର୍ଘ ଚାରି ବର୍ଷ ହେଲା ଏଠାରେ ମାଆ କାଳୀଙ୍କୁ ପୂଜାର୍ଚ୍ଚନା କରାଯାଉଛି । ପୂର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ କିଛି ନିଆରା ଭାବେ ମାଆଙ୍କ ପୂଜାର୍ଚ୍ଚନା କରାଯାଇଛି । ତୋରଣକୁ ତାଜମହଲ ଭଳି ଚିତ୍ରିତ କରାଯାଇଥିବା ବେଳେ ଆଲୋକସଜ୍ଜାକୁ ମଧ୍ୟ ସୁନ୍ଦର କରାଯାଇଛି । ଏହାସହିତ ପୂର୍ବ ବର୍ଷ ଅପେକ୍ଷା ମାଆଙ୍କ ପ୍ରତିମୂର୍ତ୍ତି ମଧ୍ୟ ବଡ଼ ରହିଛି । ମାଆଙ୍କୁ ଦର୍ଶନ କରିବା ନିମନ୍ତେ ସନ୍ଧ୍ୟାରେ ଶତାଧିକ ଭକ୍ତଙ୍କ ଭିଡ଼ ଲାଗି ରହିଥିବା ଯୋଗୁଁ ବ୍ୟାରିକେଟ ବ୍ୟବସ୍ଥା ସହିତ ଶାନ୍ତିଶୃଙ୍ଖଳାର ସହିତ କିଭଳି ଭକ୍ତମାନେ ମାଆଙ୍କୁ ଦର୍ଶନ କରିବେ ସେ ନେଇ ବ୍ୟବସ୍ଥା କରାଯାଇଛି । ଦୀର୍ଘ ୧୦ ଦିନ ଧରି ମାଆଙ୍କୁ ମଣ୍ଡପରେ ପୂଜା କରାଯିବା ପରେ ଆସନ୍ତା ୪ ତାରିଖରେ ବିସଜର୍ନ କରାଯିବା ନେଇ ସୂଚନା ଦେଇଛନ୍ତି,‘‘ ସୁବାଷ ନଗର କାଳୀ ପୂଜା କମିଟିର ସଭାପତି ଶିବ ଶଙ୍କର ନାୟକ ।

ସେହିପରି ସହରର କୋର୍ଟପେଟା ଛକ, ଆଙ୍କୁଲି ଶିଳ୍ପାଞ୍ଚଳ, ଲାଞ୍ଜିପଲ୍ଲୀ, ବ୍ରହ୍ମାନଗର ଭଳି ବିଭିନ୍ନ ସ୍ଥାନରେ ବେଶ ଜାକଜକମରେ ମାଆ କାଳୀଙ୍କ ପୂଜାର୍ଚ୍ଚନା ଜାରୀ ରହିଛି । ମାଆଙ୍କୁ ମଣ୍ଡପରେ ବିଭିନ୍ନ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଉଛି । ପ୍ରତିଦିନ ମାଆଙ୍କ ପ୍ରଥମ ପୂଜା ଭାବରେ ସୂର୍ଯ୍ୟପୂଜା କରାଯାଇଥାଏ । ପରେ ଯଥାବିଧିରେ ଅନ୍ୟ ପୂଜା ସହ  ମାଆଙ୍କ ଷୋଡ଼ଷ ଉପଚାର ପୂଜା ମଧ୍ୟ ରୀତିନୀତି ଅନୁସାରେ ହୋଇଥାଏ । ସନ୍ଧ୍ୟା ସମୟରେ ପ୍ରାୟ ଏକ ଘଣ୍ଟା ଧରି ମାଆଙ୍କ ଆଳତୀ ହୋଇଥାଏ । ଏଥିସହ ପୂଜା କମିଟି ଗୁଡିକ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରିଥିବାରୁ ସନ୍ଧ୍ୟା ହେଲେ ପ୍ରତି ପୂଜା ମଣ୍ଡପ ନିକଟରେ ଅଧିକ ଭିଡ ପରିଲକ୍ଷିତ ହେଉଛି ।
Published by:Soubhagya Mishra
First published: