୧୭୨ ବର୍ଷ ପରେ ଏପ୍ରିଲ ୧ରେ ପଡ଼ିବ କାଳସର୍ପ ଯୋଗ; ଏହି ୬ଟି ରାଶି ହେବେ ମାଲାମାଲ

Kaal Sarp Yog: ୧୭୨ ବର୍ଷ ପରେ ୧ ଏପ୍ରିଲ ୨୦୨୩ ରେ ଆସିଛି କାଳସର୍ପ ଯୋଗ (Kala sarpa yoga)। ଏହି କାଳସର୍ପ ଯୋଗରେ ୬ଟି ରାଶିଙ୍କ ଜୀବନ ପରିବର୍ତ୍ତନ ହେବାକୁ ଯାଉଛି।

୧୭୨ ବର୍ଷ ପରେ ଏପ୍ରିଲ ୧ରେ ପଡ଼ିବ କାଳସର୍ପ ଯୋଗ

୧୭୨ ବର୍ଷ ପରେ ଏପ୍ରିଲ ୧ରେ ପଡ଼ିବ କାଳସର୍ପ ଯୋଗ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

Kaal Sarp Yog:ଜୀବନରେ ଅନେକ ପ୍ରକାର ବାଧାବିଗ୍ନ ଆସିଥାଏ। ସମସ୍ତ ବିପଦକୁ ଆମେ ସାମ୍ନା ମଧ୍ୟ କରିଥାଉ। ବୈବାହିକ ଜୀବନ ସୁଖ ଚିନ୍ତା କରି ଅନେକ ପ୍ରକାର ପ୍ରତିକାର ମଧ୍ୟ କରିଥାଉ।

୧୭୨ ବର୍ଷ ପରେ ୧ ଏପ୍ରିଲ ୨୦୨୩ ରେ ଆସିଛି କାଳସର୍ପ ଯୋଗ (Kala sarpa yoga)। ଏହି କାଳସର୍ପ ଯୋଗରେ ୬ଟି ରାଶିଙ୍କ ଜୀବନ ପରିବର୍ତ୍ତନ ହେବାକୁ ଯାଉଛି।

ତେବେ ଆସନ୍ତୁ ଜାଣିବା ସେହି ରାଶି (Horoscope) ବିଷୟରେ, ଯାହା ଉପରେ କାଳସର୍ପ ଯୋଗର ପ୍ରଭାବ ପଡ଼ିବ।

ପ୍ରଥମେ ରହିଛି ମେଷ ରାଶି। ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ ବହୁତ ପରିବର୍ତ୍ତନ ଆସିବାକୁ ଯାଉଛି।

ଶନି ମହାରାଜାଙ୍କ ଆଶୀର୍ବାଦରୁ ବ୍ୟବସାୟ କ୍ଷେତ୍ରରେ ବହୁତ ଅର୍ଥ ହାସଲ କରିବେ। ଚାକିରି କାର୍ଯ୍ୟରେ ପଦୋନ୍ନତି ହେବ। ପରିବାରରେ ଖୁସିର ଦିନ ଆସିବାକୁ ଯାଉଛି। ସମାଜରେ କୌଣସି କାର୍ଯ୍ୟ ପାଇଁ ସନ୍ନମାନିତ ମଧ୍ୟ ହେବେ। କର୍ମ କ୍ଷେତ୍ରରେ ଧନର ପ୍ରତି ମଧ୍ୟ ହେବ। ବିଦେଶରେ ଚାକିରି କରିବାର ସମ୍ଭାବନା ରହିଛି।

ଦ୍ବିତୀୟରେ ରହିଛି କନ୍ୟା ରାଶି। ଏହି ରାଶିର ବ୍ୟକ୍ତି ମାନସନ୍ନମାନ ପ୍ରତିଷ୍ଠାରେ ବୃଦ୍ଧି ହେବ। ସମାଜରେ ପ୍ରଶଂସା ମଧ୍ୟ ମିଳିବ।

ବ୍ୟାପାରରେ ହେଉ ବା ଚାକିରିରେ ସବୁ କ୍ଷେତ୍ରରେ ସଫଳତା ମିଳିବ। ପରିବାରରେ ଖୁସିର ବାତାବରଣ ରହିବ। କର୍ମ କ୍ଷେତ୍ରରେ ଧନର ପ୍ରାପ୍ତି ହେବ। କୌଣସି ନୂଆ କାର୍ଯ୍ୟ କରିବାକୁ ଯାଉଥିଲେ ସେଥିରେ ସଫଳତା ପ୍ରାପ୍ତି ହେବ।

ତୃତୀୟରେ ରହିଛି ମିଥୁନ ରାଶି। ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ କୌଣସି ଶୁଭ ଖବର ମିଳିବାକୁ ଯାଉଛି। ବନ୍ଧୁମାନଙ୍କ ସହିତ ବହୁତ ଭଲ ସମ୍ପର୍କ ରହିବ। ପରିବାରରେ ବା ଜୀବନ ସାଥିଙ୍କ ସହ ବହୁତ ଭଲରେ ବିତିବ। ନିଜ ମଧୁର ବାଣୀ ସାହାଯ୍ୟରେ କୌଣସିବି କାର୍ଯ୍ୟ ହାସଲ କରିବେ।

ଚତୁର୍ଥରେ ରହିଛି ସିଂହ ରାଶି। ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ ବହୁତ ପରିବର୍ତ୍ତନ ଆସିବାକୁ ଯାଉଛି। ଚିନ୍ତାର କଥା କିଛି ନାହିଁ ବହୁତ ଶୀଘ୍ର ସରକାରୀ ଚାକିରି ହୋଇଯିବ। ବ୍ୟାପାରରେ ବହୁତ ଲାଭ ମିଳିବ। ରହିଯାଇଥିବା ଧନ ଫେରିଆସିବ। ବ୍ୟାପାରରେ କୌଣସି ସମସ୍ୟା ଥିଲେ ତାହା ଦୂର ହେବ।

ପଞ୍ଚମରେ ରହିଛି ତୁଳା ରାଶି। ଏହି ରାଶିର ବ୍ୟକ୍ତି ଚାକିରିରେ ପଦୋନ୍ନତି ହେବ। ଆୟରେ ବୃଦ୍ଧି ହେବ। ବ୍ୟାପାରରେ କୌଣସି ସମସ୍ୟା ଥିଲେ ତାହା ଦୂର ହେବ।

କୌଣସି ଦୂର ଜାଗାକୁ ଯାତ୍ରା କରିପାରନ୍ତି। ପରିବାରରେ ବହୁତ ଶାନ୍ତିର ବାତାବରଣ ରହିବ। ସନ୍ତାନ ପ୍ରାପ୍ତ ହେବାର ସଂଯୋଗ ରହିଛି। ଯେଉଁ କାର୍ଯ୍ୟ କରିବାକୁ ଇଚ୍ଛା କରିଛନ୍ତି ସେଥିରେ ସଫଳ ହେବେ।

ପଢ଼ନ୍ତୁ ଏହି ଖବର:  Snake in Dream: ସ୍ୱପ୍ନରେ ଦେଖୁଛନ୍ତି କି ସାପ? ବଦଳିଯିବ ଆପଣଙ୍କ ଜୀବନ

ଷଷ୍ଠରେରେ ରହିଛି କୁମ୍ଭ ରାଶି। ଏହି ରାଶିର ବ୍ୟକ୍ତିଙ୍କ ଦାମ୍ପତ୍ୟ ଜୀବନରେ ବହୁତ ସୁଧାର ଆସିବ। ବିଦେଶରେ ଚାକିରି କରିବାର ଇଚ୍ଛା ପୂର୍ଣ ହେବ। ଯେଉଁ କାର୍ଯ୍ୟ ଆପଣ କରିବେ ସେଥିରେ ସଫଳ ହେବେ। ସନ୍ତାନ ଯୋଗ ମଧ୍ୟ ରହିଛି। କୌଣସି ଜାଗା ବା ଭୂମି କିଣିବାର ଯୋଗ ମଧ୍ୟ ରହିଛି।
Published by:Lipina Das
First published: