News 18 Odia Digital
ବାଲେଶ୍ୱର; ଆଗକୁ ଆସୁଛି ରାକ୍ଷୀ ପୂର୍ଣ୍ଣିମା । ସୁରକ୍ଷା ପାଇଁ ଭାଇ ହାତରେ ଭଉଣୀ ବାନ୍ଧିବ ରାକ୍ଷୀ । ଏଥିପାଇଁ ବଜାରରେ ମେଲିଲାଣି ରାକ୍ଷୀର ପସରା । ଏହାରି ଭିତରେ ବାଲେଶ୍ଵର ସହରର ସତ୍ୟ ନଗରରେ ରହୁଥିବା ଛାତ୍ରୀ ଅନୁପମା ଦାସମହାପାତ୍ର ରାକ୍ଷୀରେ ରଖିଛନ୍ତି ଜଗନ୍ନାଥଙ୍କ ଚିତ୍ର । ଯାହାକି ଖୁବ ଆକର୍ଷଣୀୟ ହୋଇଛି । ନିଜସ୍ୱ ଉଦ୍ୟମରେ ପ୍ରଥମଥର ପାଇଁ ଶାମୁକା, ଅଖା ସୂତା, ଉଲ ଏବଂ ଗ୍ଲିଟର୍ ପେପର୍ରେ ରାକ୍ଷୀ ତିଆରି କରିଛନ୍ତି ଅନୁପମା । ତାଙ୍କ ହାତ ତିଆରି ରାକ୍ଷୀ ନେବା ପାଇଁ ଏବେଠୁ ଅର୍ଡର ମଧ୍ୟ ଆସିଲାଣି । ଗତବର୍ଷ କେବଳ ଗୋଲାପ ଫୁଲ ରାକ୍ଷୀ ପ୍ରସ୍ତୁତ କରିଥିଲେ ଅନୁପମା । ଯାହା ସମସ୍ତଙ୍କ ପସନ୍ଦ ଆସିବା ସାଙ୍ଗକୁ ଚାହିଦା ମଧ୍ୟ ରହିଥିଲା ।

" ରାକ୍ଷୀର ଦର ୫୦ ଟଙ୍କାରୁ ଆରମ୍ଭ କରି ୧୫୦ ଟଙ୍କା ପର୍ଯ୍ୟନ୍ତ ରହିଛି । ନିଜର ପାଠପଢ଼ାରୁ ଫୁରସତ ପାଇ ରାକ୍ଷୀ ପ୍ରସ୍ତୁତ କରିବା ଦ୍ୱାରା ଦୁଇ ପଇସା ମଧ୍ୟ ରୋଜଗାର କରିପାରୁଛନ୍ତି । ତିଆରି କରୁଥିବା ରାକ୍ଷୀ ସେ ଅନଲାଇନରେ ବିକ୍ରି କରୁଥିବା କହିଛନ୍ତି। "

ରାକ୍ଷୀରେ ଜଗନ୍ନାଥ; ଗ୍ରାହକଙ୍କ ପସନ୍ଦ ଅନୁପମାଙ୍କ ହାତ ତିଆରି ଜଗନ୍ନାଥ ରାକ୍ଷୀ
ପିଲାଟି ବେଳୁ ଅନୁପମା ବିଭିନ୍ନ ଚିତ୍ର ଓ ଅଦରକାରୀ ଜିନିଷରେ ବିଭିନ୍ନ ହାତ ତିଆରି ସାମଗ୍ରୀ ତିଆରି କରି ଆସୁଛନ୍ତି ।
" ଯାହା ସେ ତିଆରି କରନ୍ତି ସବୁଥିରେ ଜଗନ୍ନାଥଙ୍କ ପ୍ରତିଛବି ଥାଏ । ମୂଳରୁ ଜଗନ୍ନାଥଙ୍କ ପ୍ରତିଛବି ଆଙ୍କିବା ତାଙ୍କର ଗୋଟିଏ ନିଶା । ତେବେ ଚଳିତ ଥର ବଜାରରେ ଭଳିକି ଭଳି ରାକ୍ଷୀ ମିଳୁଥିବା ବେଳେ ମହାପ୍ରଭୁ ଜଗନ୍ନାଥଙ୍କ ନିର୍ମିତ ରାକ୍ଷୀ ସୀମିତ ଉପଲବ୍ଧ ହେଉଥିବା ସେ ଦେଖିବାକୁ ପାଇଥିଲେ । ଏଣୁ ମନସ୍ତ କରିଥିଲେ ସେ ଜଗନ୍ନାଥଙ୍କ ରାକ୍ଷୀ ତିଆରି କରିବେ । ତେବେ ତାଙ୍କର କଳାକୃତି ନେଇ ପରିବାର ମଧ୍ୟ ବେଶ ଖୁସି ହେବା ସହିତ ସବୁ ପ୍ରକାର ସହଯୋଗ ଯୋଗାଇ ଦେଉଛନ୍ତି ବୋଲି ଅନୁପମାଙ୍କ ମା କହିଛନ୍ତି । " ଅନୁପମାଙ୍କ ଏହି ପ୍ରୟାସ ଅନ୍ୟ ଛାତ୍ର ଛାତ୍ରୀଙ୍କ ପାଇଁ ରୋଜଗାରର ଏକ ଉଦାହରଣ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।