ନଅ ଦିନ ଧରି ଜଳେ ଅଗ୍ନି, ପୋଡ଼ି ଯାଏନି ଚାନ୍ଦୁଆ: ହିଙ୍ଗୁଳା ଯାତ୍ରାର ଅଲୌକିକ କାହାଣୀ

ହିଙ୍ଗୁଳାଙ୍କ ପୀଠରେ ୯ଦିନ ଧରି ବିରାଟ ଆକାରରେ ଜଳୁଥାଏ ନିଆଁ । କିନ୍ତୁ ଆଶ୍ଚର୍ଯ୍ୟର କଥା ମାଆଙ୍କ ଚାନ୍ଦୁଆ ନଷ୍ଟ ହୁଏନି ।

ନଅ ଦିନ ଧରି ଜଳେ ଅଗ୍ନି, ପୋଡ଼ି ଯାଏନି ଚାନ୍ଦୁଆ: ହିଙ୍ଗୁଳା ଯାତ୍ରାର ଅଲୌକିକ କାହାଣୀ

ନଅ ଦିନ ଧରି ଜଳେ ଅଗ୍ନି, ପୋଡ଼ି ଯାଏନି ଚାନ୍ଦୁଆ: ହିଙ୍ଗୁଳା ଯାତ୍ରାର ଅଲୌକିକ କାହାଣୀ

  • News18 Odia
  • Last Updated :
  • Talcher, India
  • Share this:
News 18 Odia Digital

ଅନୁଗୁଳ: ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମାଆ ହିଙ୍ଗୁଳା। ତାଳଚେର (Talcher) ଠାରୁ ପ୍ରାୟ ୧୪ କିଲୋମିଟର ଦୂରରେ ସିଙ୍ଗଡା ନଦୀ କୂଳରେ ମାଆଙ୍କ ଆବିର୍ଭାବ । ସମୟକ୍ରମେ ମାଆଙ୍କ ପୀଠ ଅବସ୍ଥିତ ଥିବା ଅଞ୍ଚଳ ଗୋପାଳପ୍ରସାଦ ଭାବେ ବେଶ୍ ଖ୍ୟାତି ଅର୍ଜନ କରିଛି । ଚୈତ୍ର ମାସ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀରୁ ଆରମ୍ଭ ହୋଇଛି ମାଆ ହିଙ୍ଗୁଳାଙ୍କ ବାର୍ଷିକ ଯାତ୍ରା । ଅଗ୍ନୀରୂପି ମାଆ ହିଙ୍ଗୁଳାଙ୍କ ଏ ଯାତ୍ରା ନଅ ଦିନ ଧରା ଚାଲିବ । ଅର୍ଥାତ୍ ଏପ୍ରିଲ ୪ରୁ ଆରମ୍ଭ ହୋଇଥିବା ଯାତ୍ରା, ଏପ୍ରିଲ ୧୩ରେ ଶେଷ ହେବ । ଶେଷ ଦିନରେ ଅଗ୍ନୀରୂପା ମାଆ ହିଙ୍ଗୁଳାଙ୍କୁ ଶାନ୍ତ ବା ଶୀତଳ କରାଯିବ । ଲକ୍ଷାଧିକ ଭକ୍ତଙ୍କ ସମର୍ପଣ ସାମଗ୍ରୀରେ ଶୀତଳ ହେବେ ମାଆ । ଶେଷ ଦିନର ଯାତ୍ରାକୁ କୁହାଯାଇଥାଏ ଶୀତଳା ଯାତ୍ରା ।

ହିଙ୍ଗୁଳା ଯାତ୍ରାରେ ରହିଛି ଅନେକ ବିଶେଷତା, ଅନେକ ଲୋକକଥା । ସର୍ବାଧିକ ପ୍ରଚଳିତ ଲୋକକଥାଟି ହେଉଛି ଏବେ ବି ମାଆ ସ୍ବପ୍ନାଦେଶ କରିନ୍ତି, ସେ କେଉଁଠାରେ ଆର୍ବିଭାବ ହେବେ । ମାଆଙ୍କ ପୀଠରେ ଯାତ୍ରା ଆରମ୍ଭର ସପ୍ତାହେ ଆଗରୁ ମାଜଣା ପୂଜାର୍ଚ୍ଚନା ହୋଇଥାଏ । ଏହା ପରେ ପୀଠର ପୂଜକଙ୍କୁ ମାଆ ସ୍ବପ୍ନାଦେଶ କରିଥାନ୍ତି, ଏଥର ସେ ଅଗ୍ନିରୂପରେ ଭକ୍ତଙ୍କୁ କେଉଁସ୍ଥାନରେ ଦର୍ଶନ ଦେବେ । ସତକୁ ସତ ମନ୍ଦିର ଦେହୁରୀଙ୍କୁ ହୋଇଥିବା ସ୍ବପ୍ନାଦେଶ ଅନୁସାରେ ମାଆ ଅଗ୍ନିରୂପରେ ସେହି ସ୍ଥାନରେ ବିରାଜିଥାନ୍ତି । ଏଇ ଯେମିତି ଚଳିତ ବର୍ଷ ମୁଖ୍ୟ ମନ୍ଦିରର ପୂର୍ବ ଦିଗରେ ପ୍ରାୟ ୫ଶହ ମିଟର ଦୂରରେ ଅବିର୍ଭାବ ହୋଇଛନ୍ତି ଅଗ୍ନୀରୂପା ମାଆ ହିଙ୍ଗୁଳା। ପ୍ରତ୍ୟକ ଦିନ ମାଆଙ୍କ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମୁଛି । ଅଗ୍ନିରୂପା ମାଆ ହିଙ୍ଗୁଳାଙ୍କ ଏ ନିଆଁ ୯ ଦିନ ମଧ୍ୟରେ କେବେ ବି ଲିଭି ନଥାଏ । ଯେତେବଡ ଝଡ଼ବର୍ଷା ଆସିଲେ ମଧ୍ୟ ମାଆ ଯେଉଁ ସ୍ଥାନରେ ଉଭା ହୋଇଥାନ୍ତି, ସେ ଅଗ୍ନିରୂପା ମାଆ କେବେ ବି ବର୍ଷାପାଣିରେ ଲିଭିଯାଆନ୍ତି ନାହିଁ । ଏହା ଚମତ୍କାର ନୁହଁତ ଆଉ କଣ । ଏମିତି ଅନେକ ଚମତ୍କାର ଯୋଡ଼ି ହୋଇ ରହିଛି ମାଆ ହିଙ୍ଗୁଳାଙ୍କ ସହିତ ।

ହିଙ୍ଗୁଳା ଯାତ୍ରା ୯ ଦିନିଆ । ପ୍ରତ୍ୟକ ବର୍ଷ ଚୈତ୍ର ମାସ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ତିଥିରେ ତାଳଚେର ଗୋପାଳପ୍ରସାଦ ଠାରେ ମା ହିଙ୍ଗୁଳା ଅଗ୍ନିରୁପରେ ଉଭା ହୁଅନ୍ତି। ସେହି ଦିନ ଠାରୁ ଆରମ୍ଭ ହୁଏ ମାଙ୍କ ଯାତ୍ରା। ଦୀର୍ଘ ୯ ଦିନ ଧରି ଚାଲିଥାଏ । ତାଳଚେରରେ ଏହା ହିଙ୍ଗୁଳା ଯାତ୍ରା ନାମରେ ବେଶ୍ ପ୍ରସିଦ୍ଧ ।

ମାଆଙ୍କ ଚାନ୍ଦୁଆକୁ ନିଆଁ ଛୁଏନି

ଯିଏ ହିଙ୍ଗୁଳା ଯାତ୍ରାକୁ ଆସିଥିବ, ସେ ଦେଖିବାକୁ ପାଇବ ଯେ ମାଆ ଯେଉଁ ସ୍ଥାନରେ ଉଭା ହୋଇଥାନ୍ତି, ସେହି ସ୍ଥାନ ଉପରେ ଏକ ଚାନ୍ଦୁଆ ଭିଡା ହୋଇଥାଏ । ମଣିଷକୁ ମୁଣ୍ଡେ ଉଚ୍ଚାରେ ନଡିଆ ଭୋଗ ସାମଗ୍ରୀ ପଡିବା ପରେ ତାହା ଅଗ୍ନିଦେହରେ ସମର୍ପିତ ହେବା ପରେ ମାଆଙ୍କ ତେଜ ଅଧିକ ଦୀପ୍ତ ଓ ଉଗ୍ର ହୋଇଥାଏ । ଘୃତ, କର୍ପୁର ଠାରୁ କେତେ ପଣ ସମର୍ପଣ ହୁଏ । ନିଆଁ ସମୟ ସମୟରେ ଅଧିକ ଉଚ୍ଚରେ ବି ଜଳେ । ହେଲେ ମାଆଙ୍କ ଉପରେ ଥିବା ଚାନ୍ଦୁଆକୁ କିନ୍ତୁ କେବେ ନିଆଁ ଧରେନି । ଏହାକୁ ସ୍ଥାନୀୟ ଲୋକେ ହିଙ୍ଗୁଳା ମାଆଙ୍କ କୃପା ବୋଲି କହିଥାନ୍ତି ।

ପୁରୀ ମନ୍ଦିର ସହିତ ସମ୍ପର୍କ ହିଙ୍ଗୁଳା ମାଆଙ୍କର ।

ଓଡ଼ିଶାର ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥଙ୍କ ରୋଷ ଘର ସହ ଅଗ୍ନିରୂପି ମାଆ ହିଙ୍ଗୁଳାଙ୍କର ନିବିଡ଼ ସମ୍ପର୍କ ରହିଛି। ଏହି ଠାରୁ ଅଗ୍ନି ଯିବା ପରେ ଶ୍ରୀମନ୍ଦିରରେ ଆରମ୍ଭ ହୋଇଥିଲା ଛପନ ପଉଟି ଭୋଗ । ଇତିହାସର ସେହି କାହାଣୀ ଆଜି ବି ଲୋକମୁଖରେ ବଞ୍ଚି ରହିଛି ।

ସୀତୁଳା ଯାତ୍ରାରେ ସମାପନ, ଶାନ୍ତ ହେବେ ମାଆ ହିଙ୍ଗୁଳା ।

ଚଳିତ ବର୍ଷ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ସତ୍ତ୍ୱେ ଶାନ୍ତି ଶୃଙ୍ଖଳାର ସହ ଚାଲିଛି ମାଙ୍କ ବାର୍ଷିକ ପୂଜା । ବିଭିନ୍ନ ସ୍ଥାନରେ ବ୍ୟାପକ ପୋଲିସ ମୃତୟନ କରା ଯାଇଛି। କିଭଳି ସମସ୍ତ ଭକ୍ତ ମାଙ୍କର ଦର୍ଶନ ସୁବିଧାରେ କରି ପାରିବେ ସେଥିପାଇଁ ସୁ ବନ୍ଦୋବସ୍ତ କରାଯାଇଛି। ସ୍ବେଛାସେବୀ ମାନେ ଭକ୍ତଙ୍କ ଉପରେ ପାଣି ସିଞ୍ଚନ କରିବା ଠାରୁ ଆରମ୍ଭ କରି, ପାନୀୟ ଜଳ ଯୋଗାଣ, ସବୁ ଭକ୍ତଙ୍କ ପାଇଁ ଅନ୍ନ ପ୍ରସାଦ ସେବନ ବ୍ୟବସ୍ଥା କରିଛନ୍ତି। ଯାତ୍ରା ସମୟରେ ପ୍ରବଳ ଖରା ହେଉଥିବାରୁ ଭକ୍ତଙ୍କ ଉପରେ କିଭଳି କୌଣସି ପ୍ରଭାବ ପଦିବ ନାହିଁ ସେଥିପ୍ରତି ଧ୍ୟାନ ଦିଆ ଯାଉଛି । ପ୍ରଶାସନ ତରଫରୁ ମଧ୍ୟ ପର୍ଯ୍ୟାପ୍ତ ଥଣ୍ଡା ପାନୀୟ ଜଳର ବ୍ୟବସ୍ଥା କରା ଯାଇଛି । ବିଭିନ୍ନ ସ୍ଥାନରେ ଅସ୍ଥାୟୀ ପ୍ରାଥମିକ ଚିକିତ୍ସା କେନ୍ଦ୍ର ଖୋଲା ଯାଇଛି। ହୁଳହୁଳି ଶବ୍ଦରେ ମାଙ୍କ ଉଭାସ୍ଥଳ ପ୍ରକମ୍ପିତ ହୋଇ ଉଠୁଛି। ହଜାର ହଜାର ଉଠା ଦୋକାନ, ଖାଦ୍ୟ ସାମଗ୍ରୀ ଷ୍ଟଲ ଏବଂ ଅନ୍ୟାନ୍ୟ ଦୋକାନ ବଜାରରେ ଭରପୁର ହୋଇ ପଡିଛି ମାଙ୍କ ଯାତ୍ରା ପଡିଆ। ଆସନ୍ତା ୯ ଦିନ ଧରି ଚାଲିବ ମାଙ୍କ ବାର୍ଷିକ ଯାତ୍ରା। ନବମୀ ଦିନରେ ଅନୁଷ୍ଠିତ ହେବ ସିତୁଳା ଯାତ୍ରା।

ରିପୋର୍ଟ-  ଅଶ୍ବିନୀ କୁମାର ସାହୁ

ଏହି ଖବର ପଢ଼ନ୍ତୁ -  Bollywood ଷ୍ଟାରଙ୍କଠାରୁ କମ୍ ନୁହଁନ୍ତି ଏହି IPS ଅଫିସର

https://www.youtube.com/watch?v=n8_nHTuTkH4
Published by:Soubhagya Mishra
First published: