Holi celebration: ହୋଲି ରଙ୍ଗରେ ରଙ୍ଗୀନ ହେଲେ ଭାରତୀୟ କ୍ରିକେଟର

ହୋଲି ଖେଳିଲେ ଭାରତୀୟ କ୍ରିକେଟର ରୋହିତ, ବିରାଟ, ଶ୍ରେୟସ ଓ ଶୁଭମନ । ସବୁ କ୍ରିକେଟରଙ୍କ ଦେହରେ ଲାଗିଛି ରଙ୍ଗର ଦାଗ ।

Holi celebration: ହୋଲି ରଙ୍ଗରେ ରଙ୍ଗୀନ ହେଲେ ଭାରତୀୟ କ୍ରିକେଟର

Holi celebration: ହୋଲି ରଙ୍ଗରେ ରଙ୍ଗୀନ ହେଲେ ଭାରତୀୟ କ୍ରିକେଟର

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ: ହୋଲି ଉତ୍ସବରେ ସାରା ଦେଶ ହେଉଛି ରଙ୍ଗୀନ (colorful) । ଏହି ସମୟରେ ସାମ୍ନାକୁ ଆସିଛି ଟିମ ଇଣ୍ଡିଆର ହୋଲି ସେଲିବ୍ରେସନର (celebration) ଭିଡିଓ । କ୍ୟାପଟେନ ରୋହିତ ଶର୍ମା, ବିରାଟ ଓ ଅନ୍ୟ ଖେଳାଳିଙ୍କ ଉପରକୁ ଫିଙ୍ଗିଛନ୍ତି ଅବିର । ଏଥିସହ ଖୁବ ଜମିଛି ରଙ୍ଗ ଖେଳ ।

ହୋଲି ଖେଳିଲେ ଭାରତୀୟ କ୍ରିକେଟର (indian cricketer) ରୋହିତ, ବିରାଟ, ଶ୍ରେୟସ ଓ ଶୁଭମନ । ସବୁ କ୍ରିକେଟରଙ୍କ ମୁଁହରେ ଲାଗିଛି ରଙ୍ଗର ଦାଗ । ଟିମ୍ ବସ୍ ଭିତରେ ଏମିତି ହୋଲି ପାଳନ କରିଛନ୍ତି ଭାରତୀୟ କ୍ରିକେଟ ଟିମ୍ ଖେଳାଳିମାନେ । ଶୁଭମନ ଗିଲ୍ ଏହି ଭିଡିଓକୁ ଇନଷ୍ଟାଗ୍ରାମରେ (Instagram) ସେୟାର କରିବା ପରେ ଫ୍ୟାନ୍ ବେଶ୍ ପସନ୍ଦ କରି ଲାଇକ ଓ କମେଣ୍ଟ (like and comments) କରିଛନ୍ତି ।

ଏହି ଖବର ପଢ଼ନ୍ତୁ - http://ବିଦେଶ ମାଟିରେ ଘରର ଗୁମର: ବିବାଦରେ ରାହୁଲ ଗାନ୍ଧି

ଭିଡିଓରେ ଦେଖିବାକୁ ମିଳିଛି ରୋହିତ ଶର୍ମା, ବିରାଟ କୋହଲି, ଶୁଭମନ ଗିଲ୍ ଏବଂ ଶ୍ରେୟର ଆୟାର ହୋଲି ଖେଳି ବେଶ୍ ମଜା ଉଠାଇଛନ୍ତି ରଙ୍ଗର ପର୍ବର । ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟ ଆଗରୁ ଭାରତୀୟ ଦଳ ଅହମ୍ମଦାବାଦରେ ପହଞ୍ଚି ସାରିଛି । ଏହି ସମୟରେ ଭାରତୀୟ କ୍ରିକେଟ୍ ଟିମ୍ ହୋଲି ସେଲିବ୍ରେସନ୍ କରିଛି ।
Published by:Soubhagya Mishra
First published: