ହୋଲିର ରଙ୍ଗରେ ରଙ୍ଗୀନ୍ ହେଉଛି ଗାଁଠୁ ସହର: ଟ୍ୱୁଇନ୍ ସିଟିରେ ପୋଲିସର କଡା ନଜର

ରଙ୍ଗ ଖେଳରେ ମତୁଆଲା ହେଉଛନ୍ତି ସମସ୍ତେ । ଦେହରେ ଲାଗିଛି ରଙ୍ଗ, ଭିଜୁଛି ମନ ଓ ପ୍ରାଣ । ଗାଁରୁ ସହର ସବୁଠି ଦେଖିବାକୁ ମିଳୁଛି ରଙ୍ଗୀନ ପରିବେଶ ।

ହୋଲିର ରଙ୍ଗରେ ରଙ୍ଗୀନ୍ ହେଉଛି ଗାଁଠୁ ସହର: ଟ୍ୱୁଇନ୍ ସିଟିରେ ପୋଲିସର କଡା ନଜର

ହୋଲିର ରଙ୍ଗରେ ରଙ୍ଗୀନ୍ ହେଉଛି ଗାଁଠୁ ସହର: ଟ୍ୱୁଇନ୍ ସିଟିରେ ପୋଲିସର କଡା ନଜର

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର: ସମଗ୍ର ରାଜ୍ୟରେ ଆରମ୍ଭ ହୋଇଛି ରଙ୍ଗ ଖେଳ (holi celebration) । ଫଗୁଣର ରଙ୍ଗରେ ରଙ୍ଗୀନ ହେଉଛନ୍ତି ସଭିଏଁ । ପ୍ରିୟଜନଙ୍କ ସହ ସାଙ୍ଗସାଥୀଙ୍କୁ ରଙ୍ଗ ମାଖିବାକୁ ସମସ୍ତେ ଉଚ୍ଛନ୍ନ । ରଙ୍ଗ ଖେଳରେ ମତୁଆଲା ହେଉଛନ୍ତି ସମସ୍ତେ । ଦେହରେ ଲାଗିଛି ରଙ୍ଗ, ଭିଜୁଛି ମନ ଓ ପ୍ରାଣ । ଗାଁରୁ ସହର ସବୁଠି ଦେଖିବାକୁ ମିଳୁଛି ରଙ୍ଗୀନ (colorful) ପରିବେଶ । ଚାଲିଛି ନାଚଗୀତ, ଖିଆପିଆର ଆସର । ହୋଲି ସେଲିବ୍ରେସନରେ ଦୁଲୁକୁଛି ଚାରିଦିଗ ।

କରୋନା କଟକଣା (covid restrictions) ନଥିବାରୁ ଏଥର ଜମୁଛି ହୋଲି । କିନ୍ତୁ ହୋଲି ବେଳେ ମଉଜ ମଜଲିସ୍ ନାଁରେ ନିଶାଗ୍ରସ୍ତ ନ ହେବାକୁ ପରାମର୍ଶ ଦେଇଛି ପୋଲିସ (police) । ଭୁବନେଶ୍ବର-କଟକ ଟୁଇନ ସିଟିରେ ନିଶା ଖାଇ ଉତ୍ସବ ଆୟୋଜନ ଉପରେ ନଜର ରଖିବ ପୋଲିସ ସ୍ପେଶାଲ ସ୍କ୍ବାଡ୍ ଏବଂ ଟିମ୍-୬୦ । କେବଳ ଭୁବନେଶ୍ୱରର ମୋଟ ୩୧ଟି ସ୍ଥାନରେ ପିକେଟିଂ କରିବ ପୋଲିସ । ୧୭ଟି ମୋବାଇଲ ପାଟ୍ରୋଲିଂ ଟିମ୍ ମୁତୟନ ହେବେ । ହୋଲି ସୁରକ୍ଷା ପାଇଁ ଭୁବନେଶ୍ୱରରେ ମୁତୟନ ହେବେ ୧୫ ପ୍ଲାଟୁନ ଫୋର୍ସ ।

ସେହିଭଳି କଟକରେ ଜଗିବେ ୧୫ ପ୍ଲାଟୁନ ଫୋର୍ସ । ସେପଟେ ଅଗ୍ନିଶମ ବିଭାଗ ପକ୍ଷରୁ ନଦୀଘାଟ, ଗାଧୁଆ ତୁଠଗୁଡ଼ିକରେ ଅଗ୍ନିଶମ ବାହିନୀର ଯବାନଙ୍କ ସହ ରେସକ୍ୟୁ ବୋଟ୍‌ ଓ ଉଦ୍ଧାରକାରୀ ଦଳ ମୁତୟନ ରହିବେ । ନଦୀରେ ସ୍ନାନଜନିତ ଅଘଟଣ ଏଡାଇବା ପାଇଁ ସବୁ ନଦୀପଠାରେ ପୋଲିସ ଫୋର୍ସ, ଓଡ୍ରାଫ ଏବଂ ଅଗ୍ନିଶମ କର୍ମଚାରୀ ମୁତୟନ ହେବେ ।

ଏହି ଖବର ପଢ଼ନ୍ତୁ - http://ନବ ଦାସ ହତ୍ୟାକାଣ୍ଡ: ମୁହଁ ଖୋଲିଲେ ଦୀପାଳି... ନରସିଂହ ମିଶ୍ରଙ୍କୁ କାଉଣ୍ଟର୍

ରଙ୍ଗ ଖେଳିବା ବେଳେ ରାସାୟନିକ ରଙ୍ଗଠାରୁ ସମ୍ପୂର୍ଣ୍ଣ ଦୂରେଇ ରହିବା ସହ କେବଳ ଅବିର ଖେଳିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର । ରଙ୍ଗ ଖେଳିବା ପୂର୍ବରୁ ଦେହରେ ତେଲ ଲଗାଇବା ଦରକାର । ଗାଧୋଇବା ବେଳେ ରଙ୍ଗକୁ ଘଷି ଘଷି ଦେହରୁ କାଢନ୍ତୁନାହି । ରଙ୍ଗ ଲାଗିବା ଦ୍ବାରା ଯଦି କୌଣସି ପୋଡ଼ାଜଳା ହୁଏ, ତୁରନ୍ତ ସେ ସ୍ଥାନ ପାଣିରେ ସଫା କରି ଦିଅନ୍ତୁ । ଛୋଟ ପିଲା କମ୍ ରଙ୍ଗ ଖେଳିବା ଭଲ ବୋଲି ଡାକ୍ତର କହିଛନ୍ତି ।
Published by:Soubhagya Mishra
First published: