ଦୀପାବଳି ପାଇଁ ସ୍ୱତନ୍ତ୍ର ଗାଇଡଲାଇନ ଜାରି; ମାତ୍ର ୨ଘଣ୍ଟା ଫୁଟାଇ ପାରିବେ ବାଣ

ଦୀପାବଳି ଦିନ ମାତ୍ର ୨ ଘଣ୍ଟା ବାଣ ଫୁଟାଇବାକୁ ଅନୁମତି ରହିଛି। ଆପଣ ଫୁଟାଉ ଥିବା ବାଣ ୧୨୫ ଡେସିବଲରୁ କମ ସାଉଣ୍ଡ ହୋଇଥିବା ଉଚିତ ବୋଲି ସୂଚନା ରହିଛି।

ଦୀପାବଳି ପାଇଁ ଗାଇଡ଼ଲାଇନ ଜାରି (ପ୍ରତୀକାତ୍ମକ ଛବି)

ଦୀପାବଳି ପାଇଁ ଗାଇଡ଼ଲାଇନ ଜାରି (ପ୍ରତୀକାତ୍ମକ ଛବି)

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ଦୀପାବଳି ହେଉଛି ଅଲୋକ, ଆନନ୍ଦ ଓ ଖୁସିର ପର୍ବ। କରୋନା ସଂକ୍ରମଣ ଯୋଗୁଁ ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା ଜାରି ହୋଇଥିଲା। କିନ୍ତୁ ଚଳିତ ବର୍ଷ କରୋନା ପ୍ରକୋପ ନଥିଲେ ମଧ୍ୟ।ରାଜଧାନୀରେ ଦୀପାବଳି ପାଇଁ ସ୍ୱତନ୍ତ୍ର ଗାଇଡ଼ ଲାଇନ ଜାରି ହୋଇଛି। ଏନେଇ ବିସ୍ତୃତ ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂ।

କମିସନରେଟ ପୋଲିସ କଟକ ଓ ଭୁବନେଶ୍ୱରରେ ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା ଜାରି କରିଛି । ଦୀପାବଳି ପାଇଁ ନିର୍ଦ୍ଦେଶାବଳି ଜାରି ହୋଇଛି । ଦୀପାବଳି ଦିନ ମାତ୍ର ୨ ଘଣ୍ଟା ବାଣ ଫୁଟାଇବାକୁ ଅନୁମତି ରହିଛି। ରାତି ୮ରୁ ୧୦ଟା ପର୍ଯ୍ୟନ୍ତ ବାଣ ଫୁଟାକୁ ଅନୁମତି ମିଳିଛି।

ଆପଣ ଫୁଟାଇ ଥିବା ବାଣ ୧୨୫ ଡେସିବଲରୁ କମ ସାଉଣ୍ଡ ହୋଇଥିବା ଉଚିତ ବୋଲି ସୂଚନା ରହିଛି। ନିର୍ଦ୍ଦେଶ ନ ମାନିଲେ କିମ୍ବା ସମୟ ପୂର୍ବରୁ କିମ୍ବା ପରେ ବାଣ ଫୁଟାଇଲେ ଜରିମାନା ବ୍ୟବସ୍ଥା ମଧ୍ୟ ରହିଛି।

ସେହିପର ବାଣ ବିକ୍ରି ପାଇଁ କମିସନରେଟ ପୁଲିସ ପକ୍ଷରୁ ରାଜଧାନୀର ୩୦ଟି ଖୋଲାସ୍ଥାନ ଚିହ୍ନଟ କରାଯାଇଛି । କେବଳ ସ୍ୱୀକୃତିପ୍ରାସ୍ତ ବ୍ୟବସାୟୀ ବାଣ ବିକ୍ରି କରିପାରିବେ। ବେଆଇନ ବାଣ କାରବାର ଉପରେ ପୋଲିସ ନଜର ରଖିବ ବୋଲି କୁହାଯାଇଛି। ସମ୍ବେଦନଶୀଳ ଜାଗାରେ ବାଣ ଫୁଟା ଉପରେ କଟକଣା ଜାରି ହୋଇଛି। ଏହାଛଡା ଅନଲାଇନ ବାଣ ବିକ୍ରି ଉପରେ ମଧ୍ୟ କଟକଣା ଜାରି କରାଯାଇଛି ।

ଗୋଟିଏ ପଟେ ବାଣ ବଜାର ଉପରେ କଟକଣା ଓ ଅନ୍ୟପଟେ ରହିଛି ସମ୍ଭାବ୍ୟ ବାତ୍ୟା ଭୟ । ଦୀପାବଳି ସମୟରେ ବାତ୍ୟା ଆସୁଥିବା ଖବର ଶୁଣି ଲୋକମାନଙ୍କ ଉତ୍ସାହ କମିଯାଉଛି।
Published by:Soumya Das
First published: