News 18 Odia Digital
ନୂଆଦିଲ୍ଲୀ; ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ( President draupadi murmu ) ଲୋହରୀ ( Lohri ) (ଜାନୁଆରୀ ୧୩, ୨୦୧୩), ମକର ସଂକ୍ରାନ୍ତି, ( Makar Sankranti ) ମାଘ ବିହୁ ଓ ପୋଙ୍ଗଲ ( Pongal ) (ଜାନୁଆରୀ ୧୪,୨୦୨୩) ପୂର୍ବରୁ ନାଗରିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ରାଷ୍ଟ୍ରପତି ଏକ ବାର୍ତ୍ତାରେ କହିଛନ୍ତି, “ଲୋହରୀ, ମକର ସଂକ୍ରାନ୍ତି, ମାଘ ବିହୁ ଓ ପୋଙ୍ଗଲ ପର୍ବର ଶୁଭ ଅବସରରେ ମୁଁ ଭାରତ ତଥା ବିଦେଶରେ ରହୁଥିବା ସମସ୍ତ ଦେଶବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି।
ଏହି ପର୍ବ ବିବିଧତା ମଧ୍ୟରେ ଭାରତର ଏକତାର ପ୍ରତୀକ ଓ ଏହା ଆମ ସଂସ୍କୃତିର ବାହକ । ବିଭିନ୍ନ ଅଞ୍ଚଳରେ ଏହାକୁ ବିଭିନ୍ନ ରୂପରେ ପାଳନ କରାଯାଏ କିନ୍ତୁ ଏହାର ଲକ୍ଷ୍ୟ ହେଉଛି ସାମାଜିକ ସମନ୍ୱୟ ଏବଂ ଭାଇଚାରାର ଭାବନକୁ ମଜବୁତ କରିବା । ଏହି ପର୍ବ ପାଳନ କରି ଆମେ ପ୍ରକୃତି ପ୍ରତି ମଧ୍ୟ କୃତଜ୍ଞତା ଜଣାଉଛୁ ।
ମୁଁ ପ୍ରାର୍ଥନା କରୁଛି, ଏହି ସମସ୍ତ ପର୍ବ ଭାରତର ବିଭିନ୍ନ ସମ୍ପ୍ରଦାୟକୁ ପ୍ରେମ, ସୌହାର୍ଦ୍ଦ୍ୟ ଓ ସ୍ନେହ ବନ୍ଧନରେ ବାନ୍ଧି ସମସ୍ତଙ୍କ ପାଇଁ ସୁଖ ଏବଂ ସମୃଦ୍ଧତା ଆଣୁ।
https://odia.news18.com/news/odisha/added-new-chapter-by-representing-in-handball-but-now-security-guard-tv-4srm-120123-srm-amp-147775.htmlPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।