ବସିଲା ଦେବୀଙ୍କ ସ୍ୱତନ୍ତ୍ର କୋର୍ଟ; ମା ହିଙ୍ଗୁଳା କଲେ ସମସ୍ଯାର ସମାଧାନ

ଯଦି କୌଣସି ବ୍ୟକ୍ତି ଦେବୀଙ୍କ ଉପରେ ବିଶ୍ୱାସ ନ କରି ପଛରେ ଗପି ଥାଏ ତାହେଲେ ସେହି ବ୍ୟକ୍ତିଙ୍କୁ ଚିହ୍ନଟ କରିଦିଅନ୍ତି ହିଙ୍ଗୁଳା ଦେବୀ। ଆଖପାଖର ୪୦ ଗାଁର ଦେବାଦେବୀଙ୍କୁ ହୋଇଥାଏ ନିମନ୍ତ୍ରଣ ।

ବସିଲା ଦେବୀଙ୍କ ସ୍ୱତନ୍ତ୍ର କୋର୍ଟ

ବସିଲା ଦେବୀଙ୍କ ସ୍ୱତନ୍ତ୍ର କୋର୍ଟ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

କଳାହାଣ୍ଡି: କଳାହାଣ୍ଡି (Kalahandi) ଜିଲ୍ଲାରେ ବସିଲା ଦେବୀଙ୍କ ସ୍ୱତନ୍ତ୍ର ଦରବାର। ଆଉ ଏହି ଦରବାରର ମୂଖ୍ୟ ବିଚାରପତି ଭାବରେ ଉପସ୍ଥିତ ରହିଳେ ମା ହିଙ୍ଗୁଳା ଦେବୀ (Maa Hingula devi) । ପରମ୍ପରା ଅନୁଯାୟୀ ପ୍ରତି ୫ ବର୍ଷ ଅନ୍ତରାଳେ ବସିଥାଏ ଏହି ସ୍ୱତନ୍ତ୍ର କୋର୍ଟ। ଆଉ ଏଠାରେ ବିଭିନ୍ନ ପ୍ରକାର ମୋକଦ୍ଦମାର ଫଇସଲା ମଧ୍ୟ ହୋଇଥାଏ ।

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମହିମା ପଞ୍ଚାୟତର ଡେଙ୍ଗାଗୁଡା ଗ୍ରାମରେ ସମାପ୍ତ ହୋଇଛି ମା ହିଙ୍ଗୁଳା ଦେବୀଙ୍କ ପ୍ରସିଦ୍ଧ ଖନ୍ଧାଚଲା ଯାତ୍ରା । ଦୀର୍ଘ ପାଞ୍ଚ ଶହ ବର୍ଷ ପୁର୍ବରୁ ଏହି ଯାତ୍ରା ଚାଲୁଥିବା ଲୋକ ମାନେ ବିଶ୍ୱାସ କରନ୍ତି । ଏହି ଯାତ୍ରା ତିନି ଦିନ ଧରି ଚାଲୁଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଆଦିବାସୀ ପରମ୍ପରା ଅନୁଯାୟୀ ବିଭିନ୍ନ ଦେବା ଦେବୀଙ୍କ ପୂଜାର୍ଚ୍ଚନା ହୋଇଥାଏ । ଏହି ସମୟରେ ମା ହିଙ୍ଗୁଳାଙ୍କ ଅଗ୍ନୀ ପରୀକ୍ଷା ହୋଇଥାଏ । ମା ଅଙ୍ଗାରରେ ଚାଲି ସାଧାରଣ ଲୋକଙ୍କୁ ତାଙ୍କର ପରାକାଷ୍ଠା ଦେଖାଇଥାନ୍ତି । ଶେଷ ଦିନରେ ଅନୁଷ୍ଠିତ ହୋଇଥାଏ ଏକ ସ୍ୱତନ୍ତ୍ର ଅଦାଲତ ବା କୋର୍ଟ । ଏଥିରେ ଆଖ ପାଖ ଗାଁର ପ୍ରାୟ ୪୦ ରୁ ଉର୍ଦ୍ଧ୍ବ ଦେବା ଦେବୀଙ୍କୁ ନିମନ୍ତ୍ରଣ କରାଯାଇଥାଏ । ସମସ୍ତ ଙ୍କ ଉପସ୍ଥିତି ରେ ଆରମ୍ଭ ହୁଏ କୋର୍ଟ । ଏହି କୋର୍ଟରେ ମା ହିଙ୍ଗୁଳା ଦେବୀ ମୁଖ୍ୟ ବିଚାରପତି ଭାବରେ ଉପସ୍ଥିତ ରହି ବିଭିନ୍ନ ସମସ୍ୟା ତଥା ଅଞ୍ଚଳରେ ହୋଇଥିବା ମକଦ୍ଦମା ର ଫଇସଲା କରିଥାନ୍ତି ।

ଏହା ସହି ଅନ୍ୟ ସବୁ ଗାଁରୁ ଆସିଥିବା ଦେବୀମାନେ ମଧ୍ୟ ଅନ୍ୟାନ୍ୟ ସମସ୍ୟାର ସମାଧାନ କରିଥାନ୍ତି । ଏଠାରେ ଜଣ ଜଣ କରି ହାଜର ହେବାକୁ ପଡିଥାଏ ଓ ସେମାନେ ତାଙ୍କର ସମସ୍ୟା ସବୁ ଉଥାପନ କରିଥାନ୍ତି । ଏହି ସମୟରେ ଯଦି କୈାଣସି ବ୍ୟକ୍ତି ଦେବୀଙ୍କ ଉପରେ ବିଶ୍ୱାସ ନ କରି ପଛରେ ଗପି ଥାଏ ତାହେଲେ ସେହି ବ୍ୟକ୍ତିଙ୍କୁ ଚିହ୍ନଟ କରିଥାନ୍ତି ଉପସ୍ଥିତ ବିଚାରପତି ମା ହିଙ୍ଗୁଳା ଦେବୀ । ପରେ ସେହି ଭଳି ଲୋକ ମାନଙ୍କୁ ଦେଷୀ ମଧ୍ୟ ସାବ୍ୟସ୍ଥ କରାଯାଇଥାଏ । ତାର ପ୍ରତି ବଦଳରେ କିଛି କମ ପରିମାଣର ଅର୍ଥ ଦଣ୍ଡରେ ଦଣ୍ଡିତ କରାଯାଏ ।

ଗରମକୁ ନେଇ ଚିନ୍ତିତ କି? ଏଠି ୩ ହଜାରରେ ମିଳୁଛି ପାୱାରଫୁଲ ଏସି

ସ୍ଥାନୀୟ ଲୋକଶୃତି ଅନୁସାରେ ମା ହିଙ୍ଗୁଳା ଦେବୀ ଚାରି ପାଟ(୫ ଶହ ବର୍ଷ ତଳେ) ଢୋଢରା ଅଞ୍ଚଳରୁ ଡେଙ୍ଗାଗୁଡା ଗ୍ରାମରେ ଉତ୍ତରାୟଣ କରିଥିଲେ। ଦେବୀଙ୍କୁ ଆମପାଣି ବୁଢ଼ାରଜା ଦେବ ଏହି ଅଞ୍ଚଳ ରେ ରହିବା ପାଇଁ କିଛି ଅସ୍ତ୍ରଶସ୍ତ୍ର ପ୍ରଦାନ କରିଥିଲେ। ହିଙ୍ଗୁଳା ହେଉଛନ୍ତି ଦେବୀ ପାର୍ବତୀଙ୍କ ଅଂଶରୁ ଜନ୍ମିତ। ସେହି ଦିନ ଠାରୁ ମା ହିଙ୍ଗୁଳା ରାମେଶ୍ୱର ମହାଦେବଙ୍କ ସହ ପୂଜା ପାଉଛନ୍ତି। ପ୍ରତି ୫ ବର୍ଷ ଅନ୍ତରାଳରେ ପାଳନ ହେଉଥିବା ମା ହିଙ୍ଗୁଳାଙ୍କ ଖନ୍ଦା ମଡା ଉତ୍ସଵରେ ସାମିଲ ହେବାକୁ ଅଞ୍ଚଳର ୩୦ ଖଣ୍ଡ ଗ୍ରାମର ଦେବାଦେବୀଙ୍କ ଲାଠିକୁର୍ସି ଆସି ଦେବୀଙ୍କ ପୀଠରେ ପହଞ୍ଚିବା ପରେ ମା ହିଙ୍ଗୁଳା ଦେବୀଙ୍କ ମୁଖ୍ୟ ପୁଝାରୀ ଲିଙ୍ଗରାଜ ମୁଲକିଆ ନିମନ୍ତ୍ରିତ ସମସ୍ତ ଦେବାଦେବୀଙ୍କୁ ନିମନ୍ତ୍ରଣ କରିବା ସହ ବିଧି ଅନୁସାରେ ପୂଜାପାଠ କରି ଆବାହାନ କରିଥାନ୍ତି। ପରେ ଦେବାଦେବୀଙ୍କ ଲାଠିକୁର୍ସି ମାନେ ହାଟ ପରିକ୍ରମା କରି ପୂର୍ବରୁ ପ୍ରସ୍ତୁତ ଥିବା ନିଆଁର ଜ୍ବଳନା ଅଙ୍ଗାର ରେ ଚାଲିବା ଦୃଶ୍ୟ ଦେଖିବାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଶତାଧିକ ମାନସିକଧାରୀ ମାନେ ନିଜର ମାନସିକ ପୂରଣ ପାଇଁ ଦେବୀଙ୍କ ନିକଟରେ କାମନା କରିଥିଲେ।
Published by:Soumya Das
First published: