ରାଶି ଅନୁସାରେ ହୋଲି ଦିନ ଦାନ କରନ୍ତୁ ଏହି ଜିନିଷ; ମିଳିବ ମା' ଲକ୍ଷ୍ମୀଙ୍କ ଆଶୀର୍ବାଦ

Holi 2023: ଜ୍ୟୋତିଶ ଶାସନ୍ତ୍ର ଅନୁଯାୟୀ ହିନ୍ଦୁ ଧର୍ମରେ ହୋଲିର ବିଶେଷ ଗୁରୁତ୍ବ ରହିଥାଏ। ଏହି ଦିନ ଦାନ କରିବା ଦ୍ବାରା ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହୋଇଥାଏ।

ରାଶି ଅନୁସାରେ ହୋଲି ଦିନ ଦାନ କରନ୍ତୁ ଏହି ଜିନିଷ

ରାଶି ଅନୁସାରେ ହୋଲି ଦିନ ଦାନ କରନ୍ତୁ ଏହି ଜିନିଷ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

Holi 2023: ଆସନ୍ତାକାଲି ରଙ୍ଗରେ ବୁଡ଼ିବ ଦେଶ। ସମସ୍ତେ ପାଳିବେ ପ୍ରେମ ଓ ଭାଇଚାରାର ପର୍ବ ହୋଲି। ଅନେକ ସ୍ଥାନରେ ବର୍ତ୍ତମାନ ଠାରୁ ହୋଲିର ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ବିଭିନ୍ନ ସ୍ଥାନରେ ଏହାକୁ ଭିନ୍ନ ଭିନ୍ନ ଢଙ୍ଗରେ ପାଳନ କରାଯାଉଛି।

ବସନ୍ତ ଋତୁରେ ଫଗୁଣ (ଫାଲଗୁନ) ମାସରେ ପୂର୍ଣ୍ଣମୀ ତିଥିରେ ହୋଲି ପାଳନ କରାଯାଇଥାଏ। ହୋଲିକା ଦାହନ ମଧ୍ୟ ଏହି ଦିନ କରାଯାଇଥାଏ ଏବଂ ପରଦିନ ରଙ୍ଗ ଖେଳାଯାଏ। ହିନ୍ଦୁ ପୂଜାରେ ହୋଲିକା ଦହନକୁ ନେଇ ବିଶେଷ ଗୁରୁତ୍ୱ ରହିଛି। କୁହାଯାଏ ଯେ ଏହି ଦିନ ନିଆଯାଇଥିବା କିଛି ବିଶେଷ ପଦକ୍ଷେପ ଜଣେ ବ୍ୟକ୍ତିଙ୍କୁ ଧନୀ କରିଥାଏ। ଏହି ଦିନ ଭଗବାନ ବିଷ୍ଣୁ ଏବଂ ପ୍ରହ୍ଲାଦଙ୍କୁ ପୂଜା କରାଯାଏ।

ସେହିପରି ଜ୍ୟୋତିଶ ଶାସନ୍ତ୍ର ଅନୁଯାୟୀ ହିନ୍ଦୁ ଧର୍ମରେ ହୋଲିର ବିଶେଷ ଗୁରୁତ୍ବ ରହିଥାଏ। ଏହି ଦିନ ଦାନ କରିବା ଦ୍ବାରା ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହୋଇଥାଏ। ଆହୁରି ମଧ୍ୟ ଶୁଭ ଫଳାଫଳ ପ୍ରାପ୍ତ ହୁଏ। ଏହି ଦିନ ଦାନ କରିବା ଦ୍ୱାରା ଜଣେ ବ୍ୟକ୍ତିଙ୍କ ଉପରେ ମା' ଲକ୍ଷ୍ମୀଙ୍କ କୃପା ରହିବା ସହ ସମୃଦ୍ଧତା ଏବଂ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ।

ତେବେ, ହୋଲି ଦିନ ଏହି ସବୁ ଜିନିଷ ଦାନ କରିବା ଦ୍ବାରା ଜଣେ ବ୍ୟକ୍ତି ଧନୀ ହୋଇଥାଏ।

ତେବେ ନିଜ ରାଶି ଅନୁସାରେ ଆପଣ ହୋଲିରେ କଣ ଦାନ କରିବେ ଆସନ୍ତୁ ଜାଣିବା...

ମେଷ- ମେଷ ରାଶିର ବ୍ୟକ୍ତିମାନେ ଜଣେ ଅଭାବୀ ବ୍ୟକ୍ତିଙ୍କୁ ପୋଷାକ ଏବଂ ଟଙ୍କା ଦାନ କରିବା ଉଚିତ୍। ଏହି ଦିନ ଏକ ଗରିବ ଲୋକକୁ ଗୁଡ ମଧ୍ୟ ଦାନ କରିବାଦ୍ବାରା ମା' ଲକ୍ଷ୍ମୀଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ।

ବୃଷ- ଏହି ରାଶିର ଲୋକ ହୋଲି ଦିନ ଖାଦ୍ୟ ଦାନ କରିପାରିବେ। ଏହି ଦିନ କିଛି ରଙ୍ଗୀନ ପୋଷାକ ଦାନ ଦ୍ବାରା ଶୁଭଫଳ ଆପଣଙ୍କୁ ପ୍ରାପ୍ତ ହେବ।

ମିଥୁନ- ଏହି ଦିନ ସବୁଜ ରଙ୍ଗର ପୋଷାକ ଅଭାବୀ ଲୋକଙ୍କୁ ଦାନ କରିବା ଦ୍ବାରା ଲାଭ ମିଳିବ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ଦିନ କଞ୍ଚାମୁଗ ଡାଲି ମଧ୍ୟ ଦାନ କରିପାରିବେ। ଯାହା ଦ୍ବାରା ଦେବୀଙ୍କ କୃପା ଆପଣଙ୍କ ଉପରେ ରହିବ।

କର୍କଟ :- ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ,କର୍କଟ ରାଶିର ଲୋକମାନେ ଏକ ଅଭାବୀ ବ୍ୟକ୍ତିଙ୍କୁ ସେମାନଙ୍କର ସାମର୍ଥ୍ୟ ଅନୁଯାୟୀ ମୁଗରେ ମିଶ୍ରିତ ଚାଉଳ ଦାନ କରିପାରିବେ । ଯାହା ଦ୍ବାରା ହୋଲି ପରଠାରୁ ଏମାନଙ୍କ ଭାଗ୍ୟ ଚମକିବ।

ସିଂହ- ଏହି ରାଶିର ଲୋକ ହୋଲି ଦିନ ଗହମ ଦାନ କରିବା ଉଚିତ୍। ଏଥିସହ ଏହି ଦିନ ଟର୍ଚ୍ଚ, ମହମବତୀ ଭଳି ଜିନିଷ ଦାନ କରିବା ଦ୍ବାରା ଲାଭ ମିଳିବ।

କନ୍ୟା- ଏହି ରାଶିର ଲୋକ ଏହି ଦିନ ଜଣେ ଅଭାବୀ ବ୍ୟକ୍ତିଙ୍କୁ ଖାଇବାକୁ ଦେବା ଉଚିତ୍। ଘର ନିକଟସ୍ଥ ଏକ ମନ୍ଦିରରେ ଦୀପ ଦାନ କରିବା ଦ୍ବାରା ଲାଭ ମିଳିବ।

ତୁଳା- ହୋଲି ଦିନ ଆପଣ ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବା ପାଇଁ କୌଣସି ମନ୍ଦିର କିମ୍ବା ଅଭାବୀ ବ୍ୟକ୍ତିଙ୍କୁ ଚିନି, ଧନିଆ କିମ୍ବା ଗୁଡ ଦାନ କରନ୍ତୁ। ଏହା ସହିତ ଆପଣ ଅଭାବୀ ବ୍ୟକ୍ତିଙ୍କୁ କିଛି ଶସ୍ୟ ମଧ୍ୟ ଦାନ କରିପାରିବେ। ଯାହା ଦ୍ବାରା ଆପଣଙ୍କ ଭାଗ୍ୟ ସୂର୍ଯ୍ୟଙ୍କ ପରି ଚମକିବ।

ବିଛା- ବିଛା ରାଶିର ବ୍ୟକ୍ତିମାନେ ଏହି ଦିନ ଅଭାବୀ ଲୋକଙ୍କୁ ମସୁର ଡାଲି କିମ୍ବା ନାଲି ରଙ୍ଗର ପୋଷାକ ଦାନ କରିପାରିବେ। ଏହା ଗ୍ରହମାନଙ୍କୁ ଶାନ୍ତି ରଖିବ। ଏହାସହ ଲଆପଣଙ୍କୁ ଶୁଭଫଳ ପ୍ରଦାନ କରିବ।

ଧନୁ- ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ହୋଲି ଦିନ ଡାଲି ଏବଂ ହଳଦିଆ ପୋଷାକ ଦାନ କରନ୍ତୁ। କେବଳ ଏତିକି ନୁହେଁ, ଏହି ଦିନ ଅଭାବୀ ଲୋକଙ୍କୁ ଟଙ୍କା ମଧ୍ୟ ଦାନ କରିପାରିବେ। ଯାହା ଆପଣଙ୍କୁ ଶୁଭଫଳ ପ୍ରଦାନ କରିବ।

ମକର- ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ମକର ରାଶିର ଲୋକଙ୍କୁ ଏକ ଅଭାବୀ ବ୍ୟକ୍ତିଙ୍କୁ ଫଳ ଏବଂ କୌଣସି ଲୁହା ଜିନିଷ ଦାନ କରିବା ଉଚିତ୍। ଯାହା ଦ୍ବାରା ସେମାନ ଶୁଭଫଳ ପାଇବେ।

କୁମ୍ଭ- ଏହି ରାଶିର ଲୋକ ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବା ପାଇଁ ଡାଲି ଏବଂ କମ୍ବଳ ଦାନ କରିବା ଉଚିତ୍। ଯାହା ସେମାନଙ୍କୁ ଶୁଭଫଳ ପ୍ରଦାନ କରିବ।

ମୀନ- ଏହି ଦିନ, ମୀନ ରାଶିର ଲୋକେ ଜଣେ ଅଭାବୀ ବ୍ୟକ୍ତି କିମ୍ବା ଗରିବ ଲୋକଙ୍କୁ ନୂଆ ପୋଷାକ ଦାନ କରନ୍ତୁ। ଏହା ସହିତ ସେ ନିଜ ଇଚ୍ଛା ଅନୁଯାୟୀ ସାତ ପ୍ରକାରର ଫଳ ମଧ୍ୟ ଦାନ କରିପାରିବେ।
Published by:Lipina Das
First published: