Savitri Brata: ଭୁଲରେ ବି ଆଜି କରନ୍ତୁନି ଏହି କାମ; ନଚେତ୍ ରାଗିଯିବ ସାବିତ୍ରୀ ମା'

Savitri Brata: ଆଜି ସାବିତ୍ରୀ ବ୍ରତ। ଅନେକ ସ୍ଥାନରେ ମହିଳାମାନେ ନିଜ ସ୍ବାମୀଙ୍କ ପାଇଁ ପୂଜା କରୁଥିବାର ନଜର ଆସୁଛନ୍ତି। ହେଲେ ଆପଣ ଜାଣନ୍ତି କି ଏହି ଦିନ କିଛି ଜିନିଷ କରିବାକୁ ବାରଣ କରାଯାଇଛି। ଆସନ୍ତୁ ଜାଣିବା କଣ...

ସାବିତ୍ରୀ ବ୍ରତ ନିୟମ

ସାବିତ୍ରୀ ବ୍ରତ ନିୟମ

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

Savitri Brata: ଆଜି ହେଉଛି ପବିତ୍ର ସାବିତ୍ରୀ ବ୍ରତ। ସକାଳୁ ସକାଳୁ ଉଠି ମହିଳାମାନେ ନିଜ ସ୍ବାମୀଙ୍କ ପାଇଁ ମନ୍ଦିର ଯାଇ ପୂଜାଚର୍ଚ୍ଚା କରୁଛନ୍ତି। ହେଲେ ଆପଣ ଜାଣନ୍ତି କି ବ୍ରତରେ ବିବାହିତା ମହିଳା ଭୁଲରେବି କିଛି ଜିନିଷ ଏବଂ କିଛି ଏପରି ବସ୍ତ୍ର ଆଦି ଧାରଣ କରିବା ଉଚିତ୍ ନୁହେଁ।

ଯାହା ଦ୍ବାରା ନିଜ ସ୍ୱାମୀଙ୍କର ଆୟୁଷ କମ ହୋଇଥାଏ ଏବଂ ଜୀବନ ଉପରେ ଖରାପ ପ୍ରଭାବ ମଧ୍ୟ ପଡ଼ିଥାଏ। କହିବାକୁ ଗଲେ ଏହି ସାବିତ୍ରୀ ବ୍ରତକୁ ବିବାହିତା ମହିଳା ନିଜ ସ୍ୱାମୀଙ୍କ ଆୟୁଷ ବୃଦ୍ଧି , ସନ୍ତାନ ସୁଖ ଏବଂ ସୌଭଗ୍ୟ ପ୍ରାପ୍ତି ଉଦ୍ଦେଶ୍ୟରେ କରିଥାନ୍ତି।

ଉଦୟା ତିଥି ଅନୁଯାୟୀ ଏବଂ ହିନ୍ଦୁ ପାଞ୍ଜି ଅନୁଯାୟୀ ଏଥର ସାବିତ୍ରୀ ବ୍ରତ ମେ ୧୯ ଶୁକ୍ରବାର ଦିନ ପାଳିତ ହୋଇଛି। ସାବିତ୍ରୀ ବ୍ରତର ଶୁଭ ମୁହୂର୍ତ୍ତ ମେ ୧୯ ସକାଳ ୭.୧୯ ରୁ ସକାଳ ୧୦.୪୨ ପର୍ଯ୍ୟନ୍ତ ରହିବ।

ସକାଳ ସମୟରେ ଯେଉଁ ସ୍ତ୍ରୀ ସାବିତ୍ରୀ ବ୍ରତ ରଖିଥାଆନ୍ତି ତାଙ୍କ ସ୍ୱାମୀ ଧନ ଐଶ୍ୱର୍ଯ୍ୟରେ ମାଲାମାଲ ହୁଅନ୍ତି। ଏହାବ୍ୟତୀତ ଏହି ବ୍ରତ ଶୁକ୍ରବାର ଅର୍ଥାତ ମାତା ଲକ୍ଷ୍ମୀଙ୍କ ବାରରେ ପଡ଼ୁଥିବାରୁ ଏହି ବ୍ରତ ରଖିବା ଦ୍ୱାରା ଘରକୁ ମାତା ଲକ୍ଷ୍ମୀଙ୍କ ଆଗମନ ମଧ୍ୟ ହେବ। ସେହିପରି ଅନେକ ସ୍ଥାନରେ ଏହାକୁ ବଟ ସାବିତ୍ରୀ ବ୍ରତ ମଧ୍ୟ କୁହାଯାଏ।

ହେଲେ ତିନୋଟି ଜିନିଷ ଭୁଲରେବି ଚଢ଼ାଇବା ଉଚିତ ନୁହେଁ। ଏହିଦିନ ଷୋହଳ ଶ୍ରୃଙ୍ଗାର କରିବା ଜରୁରୀ।

ଏହିଦିନ ଧଳା କିମ୍ବା କଳା ବସ୍ତ୍ର ଧାରଣ ନକରି ନାଲି ବସ୍ତ୍ର ଧାରଣ କରନ୍ତୁ ଏବଂ ଏହିଦିନ ଯେତେ ଅଧିକ ସମ୍ଭବ ଶୃଙ୍ଗାର ଜିନିଷ ଦାନ କରନ୍ତୁ। ଯାହାଦ୍ୱାରା ସ୍ୱାମୀଙ୍କ ଉପରେ ଥିବା ବିପଦ ସବୁଦିନ ପାଇଁ ଟଳିଯିବ। ଏହିଦିନ ବିବାହିତା ମହିଳା ଲୁଣର ସେବନ, ମୁହଁରୁ ଅପଶବ୍ଦ ବାହାର କରିବା କିମ୍ବା ସ୍ୱାମୀଙ୍କ ସହିତ ସହବାସ ଭଳି କାମ ଠାରୁ ଦୂରେଇ ରହିବା ଉଚିତ୍। ନଚେତ୍ ରାଗିଯିବ।

ଏହିଦିନ ବିବାହିତା ମହିଳା ସକାଳୁ ଶୀଘ୍ର ଉଠିଲେ ଦେବୀ ସାବିତ୍ରୀ ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତି। ଏହି ସାବିତ୍ରୀ ବ୍ରତ ଦିନ ବିବାହିତା ମହିଳା ଯେତେ ସମ୍ଭବ ସେତେ ସିନ୍ଦୁର ନାଇଁବା ଉଚିତ୍ ଯାହାଦ୍ୱାରା ସ୍ୱାମୀଙ୍କ ଆୟୁଷ ଦୀର୍ଘ ହୋଇଥାଏ ଏବଂ ମାତା ସାବିତ୍ରୀଙ୍କ ଠାରୁ ଅଖଣ୍ଡ ସୌଭଗ୍ୟବତୀର ବରଦାନ ମିଳିଥାଏ। ସାବିତ୍ରୀ ବ୍ରତ ଦିନ ନାଲି ଫୁଲ ଅର୍ପିତ କରିବା ଉଚିତ୍ କାରଣ ଏହା ସୁଖ ସମୃଦ୍ଧି ଏବଂ ପ୍ରେମର ପ୍ରତୀକ ହୋଇଥାଏ।

ସାବିତ୍ରୀ ଦିନ ମିଠା ଖାଦ୍ୟ ମଧ୍ୟ ବନାଇବା ଉଚିତ୍ ଏବଂ ତାହାକୁ ଭୋଗ ଲଗାଇବା ଉଚିତ୍। ଏହିଦିନ ମହିଳା ନିଜର କେଶ କାଟିବା ଦ୍ୱାରା ଘୋର ପାପ ହୋଇଥାଏ। ତେଣୁ ଏହି ଭୁଲ ଆଦୌ କରନ୍ତୁ ନାହିଁ ନଚେତ ଜୀବନ ବର୍ବାଦ ହୋଇପାରେ। ବର ସାବିତ୍ରୀ ପୂଜାରେ ଅର୍ପିତ କୌଣସିବି ଜିନିଷ ଖଣ୍ଡିତ ହେବା ଆଦୌ ଉଚିତ୍ ନୁହେଁ।

ପଢ଼ନ୍ତୁ ଏହି ଖବର:  ବିବାହରେ ହେଉଛି କି ବିଳମ୍ବ? ଏହି ଉପାୟ କରିବା ଦ୍ବାରା ମିଳିବ ମନ ଇଚ୍ଛା ଜୀବନ ସାଥୀ

ଏହା ବ୍ୟତୀତ ଗର୍ଭବତୀ ମହିଳାମାନେ ମଧ୍ୟ ବ୍ରତ ରଖିବା ଉଚିତ୍ ନୁହେଁ। କାରଣ ଏହି ସମୟରେ ବ୍ରତ ରଖିଲେ ଗର୍ଭବତୀ ମହିଳାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। କିନ୍ତୁ ଗର୍ଭବତୀ ମହିଳା ଚାହିଁଲେ ବ୍ରତ ରଖି ପାରିବେ। ଏହା ବ୍ୟତୀତ ମାସିକ ଧର୍ମ ହୋଇଥିବା ମହିଳାମାନେ ମଧ୍ୟ ଏହି ବ୍ରତ ରଖିବା ଉଚିତ୍ ନୁହେଁ ।
Published by:Lipina Das
First published: