ସୁବର୍ଣ୍ଣପୁର ବୀରମହାରାଜପୁରେ ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ ଉଦଘାଟିତ
- News18 Odia
- Last Updated :
- Subarnapur, India
News 18 Odia Digital
ସୁବର୍ଣ୍ଣପୁର; ବୀରମହାରାଜପୁର ସ୍ଥିତ ବିଜୁପଟ୍ଟନାୟକ ମିନି ଷ୍ଟାଡିୟମ ପରିସରରେ ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ ଆଜି ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ଅବସରପ୍ରାପ୍ତ ହାଇକୋର୍ଟର ବିଚାରପତି ଶତ୍ରୁଘ୍ନ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ । ଆଞ୍ଚଳିକ ଧନୁଯାତ୍ରା କମିଟୀର ସଭାପତି ସତ୍ୟଞ୍ଜିବ ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ କୁମାର ପଣ୍ଡା, ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା, ଉପାଧ୍ୟକ୍ଷ ନାରାୟଣ ଲୁହା, ପୂର୍ବତନ ଜିଲ୍ଲା ଉଚ୍ଚ ଶିକ୍ଷା ପରାମର୍ଶଦାତା ଡ.ପ୍ରଫୁଲ୍ଲ କୁମାର ରଥ, ବୀରମହାରାଜପୁର ଓକିଲ ସଙ୍ଘର ସଭାପତି ଜତୀନ ପାଣିଗ୍ରାହୀ ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗଦେଇ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ ।ଦ୍ବିତିକୃଷ୍ଣ ପଣ୍ଡା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ କମିଟୀର ସମ୍ପାଦକ ବିଷ୍ଣୁଚରଣ ପଣ୍ଡା ବିବରଣୀ ପ୍ରଦାନ କରିଥିଲେ । ଶେଷରେ କମିଟିର କୋଷାଧ୍ୟକ୍ଷ ମହେନ୍ଦ୍ର ଜଗଦଲା ଧନ୍ୟବାଦ ଅର୍ପଣ କରିଥିଲେ ।
ସାଂସ୍କୃତିକ ସଭା ପରେ ମୁକ୍ତାକାଶ ରଙ୍ଗମଞ୍ଚରେ ନାଟ୍ୟାଭିକ୍ରମରେ ଧନୁଯାତ୍ରା ଲିଳା ନାଟକ ପରିବେଷଣ କରାଯାଇଥିଲା । ନାଟ୍ୟାଭିକ୍ରମରେ ଦେବକୀ ବସୁଦେବ ବିବାହ, ଉଗ୍ରେସନଙ୍କ ଗାଦିଚ୍ୟୁତ, କଂସଙ୍କ ସିଂହାସନ ଆରୋହଣ ଆଦି ପରିବେଷଣ ହୋଇଥିଲା। ରଙ୍ଗସଭାରେ ନୃତ୍ୟଗୀତ ପରିବେଷଣ କରାଯାଇଥିଲା । ଏହା ସହିତ ମିନାବଜାର ସହିତ ଭିନ୍ନ ଭିନ୍ନ ସାମଗ୍ରୀ ବିକ୍ରି ହେଉଥିଲା । ଏହା ଦେଖିବାକୁ ଶତାଧିକ ଦର୍ଶକଙ୍କ ସମାଗମ ହୋଇଥିଲା ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।